Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅଙ୍ଗାର
କାଠ କୋଇଲା ଇତ୍ୟାଦିର ପୋଡ଼ିଯାଇଥିବା ଅବଶିଷ୍ଟାଂଶ l
ଅଙ୍ଗାରି
ପାନଲଟାର ରୋଗ ବିଶେଷ l
ଅଙ୍ଗାରିକା
ଆଖୁଗଛ, ନିଆଁ ଉହ୍ମେଇ l
ଅଙ୍ଗିଛି
ଗାମୁଛା l
ଅଚା
ବଡ଼ ବଡ଼ ଚାଷ କ୍ଷେତରେ ହଳ କରିବା ସମୟରେ କ୍ଷେତର ଗୋଟିଏ ଅଂଶରୁ ହଳ ଆରମ୍ଭ ହୁଏ l ଏଇ କ୍ଷୁଦ୍ର ଅଂଶକୁ ଅଚା କୁହାଯାଏ l ହଳ ଶେଷ ବେଳକୁ ଦୁଇ ଅଚାର ହଳ ହୋଇନଥିବା ମଝିଅଂଶକୁ ହଳ କରାଯାଇ ଅଚା ପୂରଣ ହୁଏ, ଏହାକୁ ଅଚାମରା କୁହାଯାଏ l
ଅଚାବୁଆ
ହଡ଼ବଡ଼େଇ ଯିବା l
ଅଛରାବୁନା
ଧାନ ବିହନକୁ ପାଣିରେ ବତୁରାଇ, ଗଜା କରି କ୍ଷେତରେ ବୁଣିବା ରୀତି l ଏହାକୁ ଅଞ୍ଚଳ ବିଶେଷରେ ଛଟା ବୋଲି କୁହାଯାଏ l
ଅଛୁରି
ବାହାଘର ପରେ, ପରସ୍ପର ଠାରୁ ପୃଥକ ଭାବରେ ରହୁଥିବା ସ୍ଵାମୀ ବା ସ୍ତ୍ରୀ l
ଅଜରା
ଘି କୁଆଁରୀ ଗୁଳ୍ମ, ବାଇଡ଼ଙ୍କ l
ଅଜା ଏକାଦଶୀ
ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ l ପ୍ରଭୁ ଜଗନ୍ନାଥଙ୍କ କାଳୀୟ ଦଳନ ବେଶ ହେତୁ ଏହାକୁ କାଳୀୟ ଦଳନ ଏକାଦଶୀ ମଧ୍ୟ କୁହାଯାଏ l ଏଇ ଏକାଦଶୀ ପାଳନ କଲେ, ମନୁଷ୍ୟ ପୂର୍ବଜନ୍ମରୁ ମୁକ୍ତି ପାଇଥାଏ l ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର କାଳୀୟଦଳନ ଉତ୍ସବ ଅନୁଷ୍ଠିତ ହୁଏ ଏବଂ ଅମୃତ ଲଡୁ ଭୋଗ କରାଯାଏ l ମାର୍କଣ୍ଡ ପୋଖରୀ ଉତ୍ସବମୁଖର ହୋଇଉଠେ l
ଅଝାଡୁଆ
ଗାଳି, ଦୁଷ୍ଟପିଲା l
ଅଝାଲ
ଜାହାଜରେ ବନ୍ଧାଯିବା ମୋଟା ପାଲ, ଯାହାକୁ ପବନ ଠେଲିଲେ ଜାହାଜ ଚାଲେ l
ଅଟା
୧. ନିଆଁ ବରିଆ l ପାଳକୁଟାରେ ତିଆରି ବେଣୀର ଅଗ୍ରଭାଗରେ ନିଆଁ ଦେଇ କୁହଳା ପଡେ, ପରେ ଏହାର ମୂଳ ଅଂଶକୁ ଧରି ହଲାଇଲେ, କୁହୁଳୁଥିବା ନିଆଁ ଜଳିଉଠେ l
୨. ତାଳ ବାହୁଙ୍ଗାରୁ ପ୍ରସ୍ତୁତ କୋରଟ, କିମ୍ବା କିଆ ପଟରୁ ସଂଗୃହୀତ ଲଇକୁ ଯେଉଁ ବିଡ଼ାରେ ସଜାଯାଏ, ତାହାକୁ ଅଟା କୁହାଯାଏ l୩. ଗହମ ବା ଚାଉଳର ଗୁଣ୍ଡ l
ଅଁଟୁଆ
ଧାନ କ୍ଷେତରୁ ପାଣି ନିଗାଡ଼ିବା ପରେ ଖାଲୁଆ ଜାଗା ଗୁଡ଼ିକରେ ରହିଯାଉଥିବା ପାଣି l ଏହାକୁ ଚୁବଚୁବା ବୋଲି ମଧ୍ୟ କୁହାଯାଏ l
ଅଟେଇ
୧. ଗୋରୁ ଖୁଆଡ଼ l ବୁଲା ଗୋରୁଙ୍କୁ ଏଥିରେ ରଖାଯାଏ, ଯାହା ଗୋରୁ ସେମାନେ ପରେ ପରେ ଏଠାରୁ ଆସି ଗୋରୁମାନଙ୍କୁ ନେଇଯାନ୍ତି l ଅଟେଇରେ ରହିଲେ ଗୋରୁମାନେ ଆଉ ବାହାରକୁ ବାହାରି ପାରନ୍ତି ନାହିଁ l୨. ଅମାର l ଧାନ ଅମଳ ପରେ ଏହାକୁ ସଂରକ୍ଷଣ କରିବାର ଆଧାର l ଏହାକୁ ମରେଇ ମଧ୍ୟ କୁହାଯାଏ l କାଠ, ବାଉଁଶ ଇତ୍ୟାଦିରେ ଏହାର ବାଡା କରି ଏହାର ଦୁଇପାଖରେ ମାଟି ଓ ଗୋବର ଛାଟି ନିବୁଜ କରାଯାଏ l କେବଳ ଧାନ ପୁରାଇବା ଓ କାଢ଼ିବା ପାଇଁ ଛୋଟ ବାଟଟିଏ ରଖାଯାଇଥାଏ l
ଅଠାକାଠି / ଅଠାକଣ୍ଡିଆ
ଚଢ଼େଇ ଧରା ନଳ ଉପରେ ଲାଗୁଥିବା ଅଠାଯୁକ୍ତ ଦୁଇଫାଳିଆ ବେତକାଠି l ଏହାକୁ ନଳୁଆ କେଳାମାନେ ବ୍ୟବହାର କରନ୍ତି ଏବଂ ନଳକୁ ନଳ ଯୋଖି ଅଠାକଣ୍ଡିଆରେ ଚଢେଇକୁ ଧରିଥାନ୍ତି l
ଅଡ଼ା
୧. ପୋଷାଶୁଆ ବସିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ l ୨. ଶଗଡ଼ ପ୍ରଭୃତି ରଖାଯିବା ସ୍ଥାନ l୩. ୬୪ ତୋଳା ପରିମାଣର ଶସ୍ୟ l ୪. ବାଉଁଶ ତିଆରି ଫାଙ୍କାବାଡ଼, ଅଟେଇ l
ଅଡ଼ାବନ୍ଧ
ପାଞ୍ଚଶେଣିଆ ଚାଳଘରର ଓରାର ଗୁଜ ଦେହରେ ରହିଥିବା ଅଂଶ l
ଅଡ଼ାଶ
ବାଉଁଶ କିଳା l ଏହାକୁ ବାଡ଼େଇଲେ ଶୁଖିଲା ବାଉଁଶର ଫାଟ ବନ୍ଦ ହୋଇଯାଏ l
ଅଡ଼ି