Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅଡ଼ିଶିଳା
ପାଣିବୁହା ଆଧାରକୁ ଧରି ରଖୁଥିବା କାଠଖଣ୍ଡ l
ଅଢ଼ା
୧. ଶସ୍ୟ ପରିମାପ ଆଧାର l ଏହା କାଠ ତିଆରି l ଚାରି ଅଢାରେ ଏକ ଗୌଣି ହୁଏ l ଷୋଳ ଅଢ଼ାରେ ଏକ ସେର ହୁଏ l ସ୍ଥାନ ଭେଦରେ ଅଢ଼ାର ମାପ ପୃଥକ୍ ପୃଥକ୍ l୨. ଡଙ୍କା
ଅଣ
ତରକାରିର ଝୋଳ
ଅଣକ
ଡଙ୍କା l ନଡ଼ିଆ ସଢ଼େଇ ର ଉପର ଭାଗରେ ବତା ବା କାଠର ବେଣ୍ଟ ଲଗାଯାଇ ଏହା ତିଆରି କରାଯାଏ l ଆଧୁନିକ କରଚୂଲିର ପୂରୁଣା ରୂପ ଏଇ ଅଣକ, ଡାଲି ଘୋରିବା ଏବଂ ତରକାରି ପ୍ରଭୃତି ବାଢ଼ିବାରେ ସହାୟକ ରାନ୍ଧଣା ସରଞ୍ଜାମ l ସମ୍ବଲପୁର ଅଞ୍ଚଳରେ ଏହାକୁ ଅଣକା କୁହାଯାଏ l
ଅଣକଦଳିଆ
ଫଳନ୍ତା କଦଳୀ ଗଛ ମୂଳରୁ ପୁଆମାନ ତଡ଼ାହୋଇ ଅନ୍ୟ ଜାଗାରେ ନପଡ଼ିଲେ, ତିନିବର୍ଷରେ ହେଉଥିବା
ତାର ଅଫଳନ୍ତି ରୋଗ l
ଅଣକିଳା/ଅଣଖିଲି
ଶଗଡ଼ ଚକ କୁ ଅଖରେ ଅଟକାଇ ରଖିବାକୁ ଅଖ ଲୁହାର ଦୁଇ ମୁଣ୍ଡରେ ରହିଥିବା ଲୁହା ଖିଲ, ଏହା ଥିଲେ ଶଗଡ଼ ଚକ ପଦାକୁ ବାହାରି ଯାଇପାରେ ନାହିଁ l
ଅଣଖୁଆ
ଆଖୁ ଜାତୀୟ ଲମ୍ବା ତୃଣ l ଅଗିଜଳା ପୁନେଇଁ ରେ ଏହାକୁ ଅଗିରେ ପୋଡ଼ାଯାଏ l
ଅଣସର
ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ମଧ୍ୟବର୍ତ୍ତୀ ପନ୍ଦରଦିନ ସମୟ l ଏହି ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୁମୁଟରେ ରଖାଯାଏ l ଏଇ ସମୟରେ ଦିଅଁଙ୍କୁ ଦର୍ଶନ କରିବା ନିଷିଦ୍ଧ l ପଟ୍ଟଚିତ୍ରରେ ଦିଅଁଙ୍କ ଅଙ୍କିତ ଚିତ୍ରକୁ ଦର୍ଶନ କରାଯାଏ l ଏହାକୁ ପଟିଦିଅଁ କୁହାଯାଏ l ଏଇ ସମୟରେ ଖୁବ୍ ଗ୍ରୀଷ୍ମ ଅନୁଭୂତ ହେଉଥିବାରୁ ଏହାକୁ ଅଣସର ଗୁଳୁଗୁଳି କୁହାଯାଏ l ରଙ୍ଗ ଲଗାଯାଉଥିବା ଦିଅଁଙ୍କ ଆଗରେ ଯେଉଁ ବାଉଁଶ କପଡ଼ା ତାଟି ଦିଆଯାଏ ତାହାକୁ ଅଣସର ପଟି କୁହାଯାଏ l ଦିଅଁଙ୍କର ଅବସର ନଥିବାରୁ ଏହାକୁ ଅନବସର ବା ଅଣସର କୁହାଯାଏ l
ଅଣସର ଘର
ଶ୍ରୀ ମନ୍ଦିରରେ ଚନ୍ଦନ ଅର୍ଗଳି ନିକଟସ୍ଥ ଗୁମୁଟ ଘର l ସ୍ନାନ ମଣ୍ଡପରୁ ସ୍ନାନ ଶେଯ ପରେ ତିନି ଦିଅଁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଏଇଠାରେ ଅବସ୍ଥାନ କରିଥାନ୍ତି l ଚିତ୍ରକର ସେବେଇତମାନଙ୍କ ଦ୍ଵାରା ଏଠାରେ ବିଗ୍ରହମାନଙ୍କର ରଙ୍ଗକାମ ସଂପନ୍ନ କରାଯାଏ l
ଅଣହାଳୀ
ବିଛା କୁହାଯାଉଥିବାରୁ ଏହା କାହାର କିଛି କ୍ଷତି କରେ ନାହିଁ ଏହି ଅର୍ଥରେ ବୁଝାଯାଏ ବା ପ୍ରଯୋଗ କରାଯାଏ l
ଅଣା
ଏକଟଙ୍କାର ଷୋଳ ଭାଗରୁ ଏକଭାଗବିଶିଷ୍ଟ ପୁରୁଣା ମୁଦ୍ରା l ଏକ ଟଙ୍କାର ଏକ ଷୋଡଶାଂଶ l
ଅଣି
ପୁରୁଣାକାଳରେ ଚଳୁଥିବା ଟଙ୍କାକର ଷୋଳଭାଗରୁ ଏକଭାଗବିଶିଷ୍ଟ ମୁଦ୍ରା l
ଅଣ୍ଟାପାଣି
ଝାଡ଼ା ଯିବାପରେ ଅଣ୍ଟା ପର୍ଯ୍ୟନ୍ତ ଧୁଆଧୋଇ ହୋଇ ଶୌଚହେବା l
ଅଣ୍ଟାସୂତା
ଅଣ୍ଟାର ଅଳଙ୍କାର l ଏହା ରୂପାରେ ତିଆରି ହୋଇଥାଏ l ସାଧାରଣତଃ ନାରୀମାନେ ଏହାକୁ ବ୍ୟବହାର କରନ୍ତି l
ଅଣ୍ଟି
ପାତ୍ରଭଳି ପିନ୍ଧାଲୁଗାର ଧରାଯିବା ଅଂଶ | କେହି କେହି ଏଥିରେ ଭୁଜା ପୁରାଇ ଖାଆନ୍ତି l
ଅଣ୍ଡିଆ
୧. ଅଣ୍ଡିରା ବାଛୁରୀ l୨. ଛୋଟ ପିଲା ତଳେ ଅଳ୍ପ ବ୍ୟବଧାନରେ ପୁଣି ପିଲାହେଲେ, ପ୍ରଥମ ପିଲାଟିର ବାହାରିଥିବା ପେଟ ଓ ଅସ୍ଵାସ୍ଥ୍ୟକର ଅବସ୍ଥା l ୩. ଭଲ ଭାବରେ ଖାସୁ କରାଯାଇନଥିବା ଅଣ୍ଡିରାବାଛୁରୀ l କାଣ୍ଡଶଣ୍ଢିଆ l
ଅତୁଠ
ଜଳାଶୟର ଯେଉଁ ଅଂଶ ଗାଧୁଆ ତୁଠ ବା ପାଣିଘାଟ ରୂପେ ବ୍ୟବହୃତ ହୁଏ ନାହିଁ l
ଅଥାର
ପିଠା ସିଝାଇବା ପାଇଁ ପ୍ରସ୍ତୁତ ହାଣ୍ଡି l ଏହାର ତଳେ ପାଣି ଦିଆଯାଏ l ଉପରେ କଞ୍ଚା ନଡ଼ିଆ ପତ୍ର, ବାଉଁଶ କଣି, କଦଳୀ ପତ୍ରାଦି ଟାଣ ଭାବରେ ଖଂଜାଯାଇ ଏହା ଉପରେ ପିଠଉ ରଖାଯାଏ l କେହି କେହି ହାଣ୍ଡି ମୁହଁରେ କପଡ଼ା ବାନ୍ଧିଥାନ୍ତି l ପିଠଉ ରଖିବାପରେ ଏହାକୁ ଢ଼ାଙ୍କୁଣି ଦ୍ଵାରା ଘୋଡ଼ାଇ ଦିଆଯାଏ l ତଳେ ଥିବା ପାଣି ତାତିଲେ, ସେଇ ବାମ୍ଫରେ ପିଠା ସିଝେ l ଅଥାରରେ ଏଣ୍ଡୁରିପିଠା,ମୁଆଁପିଠା ଓ ମଣ୍ଡାପିଠା ଇତ୍ୟାଦି କରାଯାଏ l ପ୍ରଥମାଷ୍ଟମୀରେ ଏଣ୍ଡୁରିପିଠା ହେବା ପରେ, ଏହାର ସାତଦିନେ ଅଥାର ଭଙ୍ଗାଯାଏ l ଏହାକୁ ଅଥାରଭଙ୍ଗା କୁହାଯାଏ l ବିଶେଷତଃ ମାଟି ହାଣ୍ଡି ଓ ପଲମ ଏହାର ଗୋଟାଏ ସାଜ l ଏଥିରେ ପ୍ରସ୍ତୁତ ମଣ୍ଡାପିଠାକୁ ଅଥାରମଣ୍ଡା କୁହାଯାଏ l
ଅଧରପଣା
(1) ଦୁଧସର, ନବାତ, କଦଳୀ, ଅଳେଇଚ, ଗୋଲମରିଚ, ଲବଙ୍ଗ ଆଦି ପଡ଼ି ପ୍ରସ୍ତୁତ ହୋଇଥିବା ପଣା, ଯାହା ବାହୁଡ଼ା ପରେ, ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସିଂହଦ୍ଵାରରେ ରଥରେ ଥାଇ ପିଇଥାନ୍ତି l ଶ୍ରୀଜୀଉଙ୍କ ଅଧର ଉଚ୍ଚତା ବିଶିଷ୍ଟ ତିନୋଟି ହାଣ୍ଡିରେ ଏଇ ପଣା ତିନି ଠାକୁରଙ୍କୁ ଅର୍ପଣ କରାଯାଏ l ୨. ଅଷ୍ଟମପ୍ରହର ବା ଚବିଶ ପ୍ରହର ସଂକୀର୍ତ୍ତନ ଶେଷକରି ନଗରକୀର୍ତ୍ତନରୁ ବାହୁଡିବା ପରେ,କୁଞ୍ଜ ନିକଟରେ ଏଇ ପଣା ଭୋଗଲାଗି କରାଯାଏ l
ଅଧାକାନ୍ଥି