Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅଧାଫରୀ
ଦ୍ଵିତୀୟ ଓଡ଼ ଚାଷ ପାଇଁ ବ୍ୟବହୃତ ହେଉଥିବା ଲଙ୍ଗଳ l
ଅଧାମ
ରାବିଡ଼ି, ଦୁଧ ସିଝାଯାଇ ଏହାର ସାରାଂଶ ରଖାଯାଏ l ଏହା ଏକ ସୁମିଷ୍ଟ ଖାଦ୍ୟ l
ଅଧିଆ
ଅଧ୍ୟା ୧. ଏହାକୁ ‘ତ୍ରାହି’, ‘ପରେହି’ ଇତ୍ୟାଦି କୁହାଯାଏ l କୌଣସି ଅଭିଳାଷ ପୂରଣ ନିମିତ୍ତ ଦେବ ଦେବୀଙ୍କ ନିକଟରେ ନିଷ୍ଠାପର ଭାବରେ ମାନସିକ କରିଥିବା ବ୍ୟକ୍ତି ଶରଣାପନ୍ନ ହୋଇଥାଏ l ଦେବ ଦେବୀ ପ୍ରସନ୍ନ ହେଲେ ଅଭୀଷ୍ଟସିଦ୍ଧ ହୋଇଥାଏ l୨. ଛୋଟ ବାଛୁରୀକୁ ନିଜେ ନପାଳି ଅନ୍ୟ ଜଣକୁ ପାଳିବାକୁ ଦିଆଯାଏ l ପାଳକ ଏହାର ଯତ୍ନ ନେଇ ଏହାକୁ ପାଳନ କରେ l ବାଛୁରୀ ଗାଈ ହେଲେ, ପାଳକ ଏହାର ପ୍ରଥମ ଫଳ ଭୋଗ କରେ ଓ ପରେ ଏହାକୁ ଆଣିଥିବା ଲୋକଙ୍କୁ ଫେରାଇ ଦିଏ l ଅଣ୍ଡିରା ବାଛୁରୀ ବଡ ହେଲେ ଏହାକୁ ବିକ୍ରୟ କରାଯାଏ ଓ ବିକ୍ରି ଲବ୍ଧ ଟଙ୍କାକୁ ଦୁହେଁ ସମାନ ଭାବରେ ବାଣ୍ଟି ନିଅନ୍ତି l ସ୍ଥଳ ବିଶେଷର ଏହାକୁ ଅଧିଆରି କୁହାଯାଏ l
ଅଧିକାରୀ
ବୈଷ୍ଣବ ଧର୍ମର ଗୁରୁ, ଏମାନେ ଗାଁ ଗାଁ ରେ ଅଷ୍ଟମପ୍ରହରୀ ସଂକୀର୍ତ୍ତନର ଶିକ୍ଷକ ଏବଂ ପୂଜକ, ମଠର ସହକାରୀ ମହନ୍ତ ଭାବରେ କାମ କରନ୍ତି l
ଅଧିବାସ
କୀର୍ତ୍ତନ, ଘରପ୍ରତିଷ୍ଠା ଇତ୍ୟାଦିର ପୂର୍ବକର୍ମ l
ଅଧିବାସ
ପୂଜା, ଯଜ୍ଞ, ବିବାହ ମଙ୍ଗଳକର୍ମ ପୂର୍ବରୂ ଶୁଭ ସମୟ ଦେଖି ଚନ୍ଦନ ଓ ଫୁଲମାଳ ଇତ୍ୟାଦି ଦ୍ଵାରା ହେଉଥିବା ସଂସ୍କାର ବିଶେଷ l
ଅଧିବାସମଣ୍ଡଳୀ
ଅଷ୍ଟମ, ଚତୁର୍ଥ ବା ଚବିଶ ପ୍ରହରୀ ନାମଯଜ୍ଞରେ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମେ ସଂକୀର୍ତ୍ତନ ଆରମ୍ଭ କରନ୍ତି ଓ ନାମଯଜ୍ଞର ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି l
ଅଧିମାସ
ମଳମାସ l ଚାନ୍ଦ୍ରାୟଣ ମାସଗୁଡ଼ିକ ହାରାହାରି ୨୯ ଦିନ l ପ୍ରତି ତିନିବର୍ଷରେ ଗୋଟିଏ ଲେଖାଏଁ ଅଧିକ ମାସ ବାହାରେ lଏହାକୁ ମଳମାସ କହନ୍ତି l ଯେଉଁବର୍ଷ ଦୁଇଟି ଆଷାଢ଼ ମାସ ପଡ଼େ, ସେବର୍ଷ ଜଗନ୍ନାଥଙ୍କ ନବ କଳେବର ହୁଏ lଏକବର୍ଷ – ୩୬୫ ଦିନ ଚାନ୍ଦ୍ରାୟଣ – ୨୯x୧୨= ୩୪୮ ୩୬୫-୩୪୮ = ୧୧ଦିନ
ତିନିବର୍ଷରେ ୧୧x୩ = ୩୩ ଦିନ, ପ୍ରାୟ ଏକ ମାସ l
ଅଧୁଲି
ଆଠଣିମୁଦ୍ରା, ଏକଟଙ୍କାର ଅଧା ପରିମାଣର ମୁଦ୍ରା l
ଅନଉଳି
ଅନହୋଳି, ନିସଙ୍ଖୁଡ଼ି ବା ଶୀତଳ ଖାଦ୍ୟ ବିଶେଷ l
ଅନନ୍ତବ୍ରତ
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପାଳିତ ହେଉଥିବା ବ୍ରତ l ୧୪ ପ୍ରକାରର ଫୁଲ, ୧୪ ପ୍ରକାରର ଫଳ ଓ ୧୪ ପ୍ରକାରର ପିଠା ତିଆରି କରି ଅନନ୍ତପୂଜା କରାଯାଏ l ମୁରୁଜରେ ଅନନ୍ତ ମଣ୍ଡଳ ତିଆରି ହୁଏ ଓ ଏହା ଉପରେ ଫୁଲ, ଫଳ ଓ ବ୍ରତ ରଖି ପୂଜା କରାଯାଏ l ନାରୀମାନେ ବାଁ ହାତରେ ଓ ପୁରୁଷମାନେ ଡାହାଣ ହାତରେ ଏଇ ବ୍ରତ ବାନ୍ଧନ୍ତି l ବ୍ରତ ଶେଷରେ ହୋମ କରାଯାଇ ଅନନ୍ତଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ l
ଅନ୍ତପୁର
ରାଜ ଉଆସରେ କେବଳ ରାଣୀ, ସାମନ୍ତାଣୀଙ୍କ ରହିବା ସ୍ଥାନ l
ଅନ୍ତରପୁଅ
ପୋଇଲୀପୁଅ l ରାଜାମାନେ ଛେଉଣ୍ଡ ଝିଅମାନଙ୍କୁ ଆଣି ଉଆସରେ ପାଳନ କରୁଥିଲେ, ସେମାନେ ଯୌବନରେ ପଦାର୍ପଣ କଲାପରେ ରାଜା ବା ଉତ୍ତରାଧିକାରୀଙ୍କର ଅଙ୍ଗଲାଗି ଦାସୀ ହୁଅନ୍ତି l ଏଇମାନଙ୍କ ଗର୍ଭଜାତ ପୁତ୍ରକୁ ‘ଅନ୍ତର ପୁଅ’ କୁହାଯାଏ l କାରଣ ସମାଜରେ ଏମାନେ ‘ଗୋଲାମ’ ବା ‘ଭାତ ଅନ୍ତର’ ରୂପେ ପରିଚିତ l ବିବାହିତା ସ୍ତ୍ରୀ ର ପୁତ୍ର ନଥିଲେ ଏଇ ରକ୍ଷିତା ବା ପୋଇଲୀଙ୍କ ପୁଅମାନେ ସଂପତ୍ତିର ଉତ୍ତରାଧିକାରୀ ପାଆନ୍ତି l
ଅନ୍ତରା
ଗୀତର ପ୍ରଥମ ପଦ ବା ଘୋଷାପଦର ଠିକ୍ ପରବର୍ତ୍ତୀ ପଦ l
ଅନ୍ତି
ଅନ୍ତନାଡ଼ ଇତ୍ୟାଦି l ପରିବା ମଝି ମଂଜି ସହ ଲାଗିଥିବା ଶିରା ପ୍ରଶିରା l
ଅନ୍ତୁଡ଼ି
ପୋଖତି ରହିବା ଘରେ ଜନ୍ମିତ ଶିଶୁକୁ ସେକିବାକୁ ଜଳାଯାଉଥିବା ନିଆଁ l ସାଧାରଣତଃ ଶୁଖିଲା ଆମ୍ବକାଠରେ ଏଇ ନିଆଁ ପ୍ରସ୍ତୁତ କରାଯାଏ l ଉଠିଆରି ଦିନ ଅନ୍ତୁଡ଼ି ଉଠାଯାଏ l
ଅନ୍ତୁଡ଼ିଛୁଆଁ
ପ୍ରସୂତିଘରେ ପଶିବା ଅଥବା ପ୍ରସୂତିକୁ ଛୁଇଁବା ଜନିତ ଅଛୁଆଁଭାବ l
ଅନ୍ତୁଡ଼ିପାଉଁଶ
ଅନ୍ତୁଡ଼ିଶାଳରେ ଜଳୁଥିବା ନିଆଁର ପାଉଁଶ l
ଅନ୍ତୁଡ଼ିମୁଣ୍ଡା
ଅନ୍ତୁଡ଼ି ଘରେ ଜଳିବା ପାଇଁ ବ୍ୟବହୃତ ଆମ୍ବ କାଠର ମୁଣ୍ଡା l
ଅନ୍ତୁଡ଼ିଶାଳ