Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଇଙ୍କଡ଼
ଇଙ୍କର ତୃଣ l ଏଗୁଡ଼ିକ ଖୁବ୍ ଡେଙ୍ଗା, ଏହାକୁ ତାଟ କରି ପାନ ବରଜର ଚାରିପାଖରେ ଓ ବରଜ ଉପରେ ପକାଯାଏ l
ଇଛରା
ସଦ୍ୟଜାତ ଶିଶୁର ଛୁତିକିଆ କାମ l
ଇଞ୍ଚଡ଼
କଷିପଣସ, ପଣସକଠା l
ଇଂଟ୍
ଓଦାମାଟିର ଟେଳା l
ଇଂଟ୍ଲା
ଅସ୍ଥାୟୀ ଚୁଲି ବା ଖନ୍ଦା l
ଇଠାଫଳ
ମଠା ଓ ଟସର ଲୁଗା ପ୍ରଭୃତି ସଫା କରିବା ପାଇଁ ବ୍ୟବହୃତ ଏକପ୍ରକାର ଫଳ l ଏହାକୁ ପାଣିରେ ଦଳିଲେ ଫେଣ ହୁଏ l ଏହି ଫେଣରେ ମଧ୍ୟ ଅଳଂକାରରୁ ମଳି ଛଡ଼ାଯାଏ l
ଇଣ୍ଡା
ଚୁଲିଝିଙ୍କା l
ଇଂଦା
ଚୁଲିଝିଙ୍କା, ଚୁଲିପଖା ଉପରେ ଥିବା ମାଟି ପିଣ୍ଡୁଳା, ଝିଙ୍କା ଉପରେ ହାଣ୍ଡି ବସିଲେ, ହାଣ୍ଡିତଳ ଓ ପଖା ଉପର ଦେଇ ନିଆଁ ଝାସ ବାହାରକୁ ଯାଏ l
ଇର
ଜନ୍ମ ଦେବା ପରେ ଗାଈ ବା ମଇଁଷି ପେଟରୁ ପଡ଼ିବା ଫୁଲ l
ଇସ୍ତିରି
ସଫା ଲୁଗାପଟାକୁ ମସୃଣ କରିବା ପାଇଁ, ଧୋବା ଏହା ଉପରେ ଚଳାଉଥିବା ଲୁହାଯନ୍ତା l ଏଥିରେ ଲାଗିଥିବା ବେଣ୍ଟକୁ ଧୋବା ଧରେ ଏବଂ ଏହାର ତଳପାଖରେ ଥିବା ଚିକ୍କଣ ଲୁହାପାତକୁ ଲୁଗା ଉପରେ ମାଡ଼ିକରି ଚଳାଏ l
ଇହକାଳ