Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଉଖୁରା
୧. ବେଶି ଡ଼ାଲି ଓ ଅଳ୍ପ ଚାଉଳ ଭାଜି ତିଆରି ହୋଇଥିବା ଯାଉ l
୨. ଚୁଲିର ଜାଲକୁ ଉଖାରିବା ପାଇଁ ବ୍ୟବହୃତ ଗେଞ୍ଜଣା ଡ଼ାଙ୍ଗ l
ଉଖ୍ରା
୧. ଉଖୁଡ଼ା l ୨. ଚୁଲି ଜାଳକୁ ଉଖାରିବାରେ ବ୍ୟବହୃତ ହେଉଥିବା ବାଡ଼ି l
ଉଗାଳ
ଗୋପାଳଙ୍କ ଓଗାଳ ଗୀତ l
ଉଗୁଜା
ମୁଢ଼ି ଭାଜିବା ପାଇଁ ଲୁଣ ମିଶା ଅଳ୍ପ ପାଣିରେ ମୁଢ଼ି ଚାଉଳକୁ ଓଦା କରି ଭାଜିବା l କେତେକ ସ୍ଥାନରେ ଉବୁଜା l
ଉଗୁଡ଼ା
ଗରା, ମାଠିଆ, ହାଣ୍ଡି ଇତ୍ୟାଦିକୁ ତଳମୁହାଁ କରି ରଖିବା, ଓଲଟାଇ ରଖିବା l
ଉଗୁରା
ବଳକା ରହିଥିବା ହଳଦୀ ବା ବେସର ବାଟଣ l
ଉଘାଡ଼
ଘର ଭିତରେ ଜିନିଷ ପତ୍ର ରଖିବା ପାଇଁ ବ୍ୟବହୃତ ମଞ୍ଚା ବା ଭାଡ଼ି l
ଉଘାରି
କ୍ଷେତ ଜଗୁଆଳ l
ଉଚ୍ଚଲ
ଗଞ୍ଜପାଖେଳରେ ବିପକ୍ଷ ଖେଳାଳି ହାତରେ ରାଜା, ମନ୍ତ୍ରୀ ରହିବା ପରେ, ନିଜେ ଖେଳାଳି ଏକା, ଦୁଇ ମାଧ୍ୟମରେ ଖେଳ ଚାଲୁ ରହିବା l
ଉଚ୍ଚାଟପେଶା
ଅନ୍ୟର ଅସ୍ଥିରତା ପାଇଁ ମନ୍ତ୍ର ଯନ୍ତ୍ର ପ୍ରୟୋଗ l
ଉଚ୍ଛ
ବିବାହର ଦ୍ଵିତୀୟ ଦିବସ ଓ ବ୍ରତର ଦ୍ଵିତୀୟ ଦିବସରେ ବ୍ରହ୍ମଚାରୀ ଓ ବରକନ୍ୟା ବନ୍ଦାଣ l ନାରୀମାନେ ବାଉଁଶ ପାଛିଆରେ ଖପରା ପୂରାଇ ଖପରାକୁ ମାଛ ବୋଲି ଛଳନାରେ ବିକି ବନ୍ଧୁବାନ୍ଧବଙ୍କ ଠାରୁ ପଇସା ଆଦାୟ କରି ଭୋଜି କରନ୍ତି l
ଉଚ୍ଛୁଣା
ଘର ଚାଳର ଓଳି l
ଉଜି
ପଶାଖେଳର ଗୋଟିଏ ପକ୍ଷ ସାଙ୍ଗ ଖେଳାଳିରୁ ଜଣେ l
ଉଜୁଆଁ
ଓଷା, ବ୍ରତାଦି ଧର୍ମାନୁଷ୍ଠାନର ସମାପ୍ତି l
ଉଝନିବା
ଉଷୁଆଁ ହେବା ସମୟରେ ହାଣ୍ଡିକୁ ଧରି ଧାନକୁ ଓଲଟପାଲଟ କରିବା l
ଉଝଳା
କୂଅ, ପୋଖରୀ ଇତ୍ୟାଦିରୁ ମଇଳାପାଣି ଓ ପଙ୍କ ପ୍ରଭୃତି ଉଦ୍ଧାର କରି ପରିଷ୍କାର କରିବା l
ଉଞ୍ଚ
ବିଲରେ ଧାନକଟା ହେବା ପରେ ପଡ଼ିଥିବା ଧାନକୁ ଗୋଟାଇବା l
ଉଞ୍ଜ
ବଜା, ବାଉଁଶ ପାତିଆରେ ତିଆରି ମାଛଧରା ଉପକରଣ l
ଉଠାଚୁଲି
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରୁଥିବା ଛୋଟ ଚୁଲି, ଏହା ମାଟି ପଲମ, ମାଟି ଟାଇଲ୍ ଉପରେ ତିଆରି ହୋଇଥାଏ l
ଉଠାପାଣି