Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଉଠାମାଛ
ବର୍ଷା ହେଲେ ସୁଅର ବିପରୀତ ଦିଗରୁ ଉଠି ଆସୁଥିବା ମାଛ l
ଉଠିଆ
୧. ଆବାଦ ହୋଇଥିବା ଜମି l୨. ଫସଲ ବିଲରୁ ଉପୁଡ଼ା ବା କଟା ହୋଇଯିବା l ୩. ନୂଆ ବୁଆ ଧାନ ଗଛ l ୪. ମାଗଣା ଭୋଜନ l ୫. ନୂଆ ବୁଆ ଧାନକୁ ଗୋରୁ ଖାଇବା l ୬. ଫସଲ କ୍ଷେତରୁ ଅମଳ ହେବା ପରେ କ୍ଷେତରେ ଉଠିଥିବା ଘାସ ଓ ଫସଲର ଅବଶିଷ୍ଟାଂଶକୁ ଗୋରୁ ଖାଇବା l
ଉଠିଆରି
ଶିଶୁଜନ୍ମ ହେବାର ଅଷ୍ଟମ ଦିନ ପାଳିତ ବିଧାନ; ପ୍ରସୂତିଶାଳାରୁ ଏଇଦିନ ଏନ୍ତୁଡ଼ିନିଆଁ, ପାଉଁଶାଦି ଉଠାଇ ନିଆଯାଏ l
ଉଠିଆରି ଗାଧୁଆ
ଶିଶୁ ଜନ୍ମ ହେବାର ଅଷ୍ଟମ ଦିବସରେ ମାତା ଓ ଶିଶୁର ପ୍ରଥମ ସ୍ନାନ l
ଉଠିବାଟି
ପଡ଼ିଆ ଜମିକୁ ଚାଷ କରିବା ପାଇଁ, ଜମିଦାରଙ୍କ ସହିତ ପ୍ରଜାଙ୍କ ଚୁକ୍ତି l
ଉଠ୍ମନ୍
ଏକବାର, ଉପାସ ପୂର୍ବଦିନର ଅଧିବାସ l
ଉଡ଼ା
ଗାଈ ଗୋରୁଙ୍କ ଘାଆ ଆରୋଗ୍ୟ କରିବା ପାଇଁ ବ୍ୟବହୃତ ଟୁଣୁକା ଔଷଧ l
ଉଡାଇବା
ଗୃହପାଳିତ ମାଈ ପଶୁଙ୍କୁ ଅଣ୍ଡିରା ପଶୁ ସହିତ ସଙ୍ଗମ କରାଇବା l
ଉଡାପର୍ବ
ପଣା ସଂକ୍ରାନ୍ତି ଦିନ ହେଉଥିବା ଚଡ଼କପୂଜା l ଶିବାଳୟ ନିକଟରେ ଶୈବ ଓ ଦେବୀମନ୍ଦିର ନିକଟରେ ଶାକ୍ତ ଭକ୍ତମାନେ ଉଚ୍ଚ ଖୁମ୍ବ ଉପରେ ବନ୍ଧା ହୋଇଥିବା ଉଡ଼ା ପଟାରେ ଝୁଲିବା ଇତ୍ୟାଦି କାୟାକ୍ଳେଶ ବରଣ ପ୍ରଭୃତି ପର୍ବ l
ଉତିଆଣି
ଦୁଧଖିଆ ଛୁଆ, ଶିଶୁ l
ଉଦା
ବୁଆଧାନ ଖାଇବାକୁ ଗୋରୁଙ୍କୁ କିଆରିରେ ଛାଡ଼ିଦେବା l
ଉଦେଖେଚୁଡ଼ି
ଶାମ୍ବ ଦଶମୀରେ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କୁ ନୈବେଦ୍ୟ କରାଯାଉଥିବା ପ୍ରଥମ ଖେଚୁଡ଼ି ଭୋଗ l
ଉଦ୍ଦଣ୍ଡ
ଠିଆ କୀର୍ତ୍ତନ, ଉଚ୍ଛ୍ଵସିତ ନୃତ୍ୟ ସହିତ କୀର୍ତ୍ତନ l
ଉଦ୍ଦଣ୍ଡ ବାଦ୍ୟ
ମୃଦଙ୍ଗଦି ବାଦ୍ୟରେ ଉନ୍ମତ୍ତ ତାଳ ବାଦନ l
ଉଦ୍ଲିଆ
ବିବାହିତା ବା ଅବିବାହିତା ନାରୀ ନିଜ ମନୋନୀତ ପୁରୁଷ ସହିତ ଯାଇ ସ୍ତ୍ରୀ ଭାବରେ ରହିବା l
ଉଧାଣି
ଭାତରନ୍ଧା ପାଇଁ ଜଳନ୍ତା ଚୁଲିରେ ବସାଯାଇଥିବା ପାଣି ହାଣ୍ଡି l
ଉପନପାଳି
ଦେବୀ ପୂଜା ପାଇଁ ପୂଜା ସାମଗ୍ରୀ ଦେବା ପାଇଁ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ଗୃହସ୍ଥର ପାଳି l
ଉପରମୂଲିଆ
ଘରଛାଆଣି ବେଳେ ଚାଳ ଉପରେ ଚଢ଼ି ଛପର କରୁଥିବା ମୂଲିଆ l
ଉପରାଣ
ଓଢ଼ଣି, ନାରୀମାନେ ପିନ୍ଧାଲୁଗା ଉପରେ ଘୋଡ଼ାଇ ହେଉଥିବା ଚାଦର l
ଉପୁରିମୂଲିଆ