Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଉବାରହେବା
ସଙ୍ଗମ ପାଇଁ ଗାଈ ଗରମ ହେବା l
ଉବ୍ରା
ଦେବଭୋଗକୁ ଦେବତାଙ୍କୁ ସମର୍ପଣ ନ କରୁଣୁ ଆପେ ବ୍ୟବହାର କରିବା l
ଉମେ (ମ୍ଭ)ଇ.
ନିଆଁ ପୋଇଁବା ପାଇଁ ନିଆଁରଖା ଚଉଡ଼ା ମୁହାଁ ମାଟିପାତ୍ର, ଅଙ୍ଗାରଧାନୀ l
ଉଯୁଆଁ
ବ୍ରତ, ପୁରାଣପାଠ, ଓଷାଦି କାର୍ଯ୍ୟର ପରିସମାପ୍ତି l
ଉରା. ଓରା.
୧. ମଦ ଭାଣ୍ଡ l ଖଜୁରି ଗଛରୁ ମଦ ସଂଗ୍ରହ ପାଇଁ ବନ୍ଧା ହେବା ସରୁ ମୁହଁ ଥିବା ମାଠିଆ l
୨. ଘରର କାନ୍ଥ ଉପରେ ଥିବା ଆଡ଼ିକାଠ, ଯାହା ଉପରେ ଥିବା କାଠ ଉପରେ ଶେଣି ରଖାଯାଏ l
ଉରି
ବନ୍ଧୁବେଭାର l ବାହା, ବ୍ରତରେ ବନ୍ଧୁ ଘରକୁ ପଠାଯାଉଥିବା ବେଭାର l
ଉଲଚ୍ଛା
ଚାଳ ଘରର ଓଳି l
ଉଲାଇବା
ଘର ଛାଆଁଣି ବେଳେ ଘରର ପୁରୁଣା ଛପରକୁ ଓଟାରିବା l
ଉଲାଖ
ଜିନିଷ ଉପରେ ନାଁ ଲେଖିବା l
ଉଷୁଆଁ
ଉଷୁନା ଚାଉଳ ପ୍ରସ୍ତୁତି ପାଇଁ ଧାନକୁ ପାଣିରେ ଦୁଇଥର ସିଝାଇବା l
ଉଷୁଆଁହାଣ୍ଡି
ଯେଉଁ ହାଣ୍ଡିରେ ଧାନ ଉଷୁଆଁଯାଏ l
ଉଷୁନା
ଉଷୁଆଁ ହୋଇଥିବା ଧାନରୁ ପ୍ରସ୍ତୁତ ଚାଉଳ l
ଉଷୁନାଓଳି
ଘରର ମଥାନ ଠାରୁ ଓଳି ପର୍ଯ୍ୟନ୍ତ ଲମ୍ବିଥିବା ଢ଼ାଲୁ ଚାଳ l
ଉଷୁମ
ଗୋରୁ ଗାଈଙ୍କୁ ଖୋଇବା ନିମିତ୍ତ ପ୍ରସ୍ତୁତ ଉଷ୍ମ ପାନୀୟ l
ଉହା
୧. କମାରର ଚୂଲା l ୨. କୁମ୍ଭାରର ଚୁଲା, ଏଥିରେ ହାଣ୍ଡି ପୋଡ଼ାଯାଏ l ୩. ଲୁହାକୁ ଧାର କରିବା ପାଇଁ ଘଷା ଯାଉଥିବା ଧାରଯନ୍ତ୍ର l ୪. ଧାତୁ ଆଦି ଆଉଟିବା ପାତ୍ର, କୋଇ l
ଉହାଡ଼
୧. ଘର ଭିତରର ବାଘମୁହିଁ, ଅଧାକାନ୍ଥି ଥିବାରୁ ବାହାର ଲୋକ ଭିତରକୁ ଦେଖିବା ସମ୍ଭବ ହୁଏ ନାହିଁ l
୨. ପାଲିଙ୍କି ଉପରେ ଛତି, ଆବରଣ ବସ୍ତ୍ର l୩. ଢ଼ାଲ, ଆଡେଣି l
ଉହାର
ଶଗଡ଼ର ପଛପାଖ ଓଜନିଆ ହେଲେ, ଗାଡ଼ିର ଯୁଆଳି ବଳଦଙ୍କ କାନ୍ଧରୁ ଟେକି ହୋଇଯିବା l
ଉହ୍ମେଇ