Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଉଆଚାଉଳ
ଏକଉଷୁଆଁ ଚାଉଳ l
ଉଆଚୂଡ଼ା
ବତୁରା ହୋଇଥିବା ଧାନରୁ ପ୍ରସ୍ତୁତ ଚୂଡ଼ା l
ଉଆପଖିଆ
ଏକ ଉଷୁଆଁ ଧାନରୁ ପ୍ରସ୍ତୁତ ଚାଉଳ l
ଉଆରି
ନଈପଠା l
ଉଆଲୁ
ଦରପୋଡ଼ା, ଅଧାପୋଡ଼ା l
ଉଆଳି
ଗୋରୁଖିଆ କୁଟା, ନଡ଼ାଦିର ଅବଶିଷ୍ଟାଂଶ, ଯାହାକୁ ଗୋରୁ ଗୋଡ଼ରେ ଦଳି ଦେଇଥାନ୍ତି l
ଉଆଁସ
ଅମାବାସ୍ୟା l
ଉଆସ
ନଅର, ରାଜଗୃହ l
ଉଆଁସୀ
ଅମାବାସ୍ୟା ତିଥିରେ ଜନ୍ମ ନେଇଥିବା କନ୍ୟା l ଏପରି କନ୍ୟାଙ୍କର ବିଧବା ଯୋଗ ଥାଏ ବୋଲି ଲୋକ ବିଶ୍ଵାସ ରହିଛି l
ଉଇଟାଙ୍କୁ
ହୁଙ୍କା ମଝି, ଅଥବା ମାଟି ଭିତରେ ଥିବା ଉଇବସା, ଉଇଦ୍ଵାରା ଏକାଠି ରୁଣ୍ଡ ହୋଇଥିବା ମାଟି l
ଉଇହୁଙ୍କା
ମାଟି ଉପରେ ଉଇମାନେ କରିଥିବା ମାଟିର ସ୍ତୂପ l
ଉକୁଚେଇବା
ଦେହ ଖରାପ ଲାଗିବା l
ଉକୁଟ
ମୃଦଙ୍ଗ, ତବଲାଦି ବାଦ୍ୟ ବାଜିବା ସମୟରେ ଡକାହେବା ତାଳର ବୋଲ l
ଉକୁଟା
ପିତଳ ବାସନରେ ଅମ୍ଳ ବା ଖଟା ଇତ୍ୟାଦି ରଖିଲେ ବିଷାକ୍ତ, ସ୍ଵାଦହୀନ ହେବା l
ଉକୁଣି
ମୁଣ୍ଡବାଳରେ ଜନ୍ମିବା ପୋକ, ଡିଙ୍ଗା, ଗଜ, ନିଖ ଭେଦରେ ଏଗୁଡ଼ିକ ତିନି ପ୍ରକାର l
ଉକୁଣିଆପୋକ
ପୁରୁଣା ଶସ୍ୟ, ଗୋରୁଚମରେ ଜନ୍ମୁଥିବା ଉକୁଣି ଭଳି ପୋକ l
ଉକେଇବା
ତମ୍ବା, ପିତଳାଦି ବାସନରେ ଅମ୍ଳଦ୍ରବ୍ୟ ରହି ବିସ୍ଵାଦ ହେବା l
ଉକ୍ରାବା
କୌଣସି ଉତ୍ସବ ପାଇଁ ସମୂହ ଚାନ୍ଦା ଆଦାୟ l
ଉଖୁଡ଼ା
ଗୁଡ଼ରେ ପାକ ହୋଇଥିବା ଖଇ, ମୁଢ଼ି, ଚୁଡ଼ାଭଜା ଇତ୍ୟାଦି ମିଷ୍ଟାନ୍ନ l
ଉଖୁଣୀ