भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଏକବନୀ

ସାରା ଶରୀରରେ ଏକ ରଙ୍ଗ ଥିବା ଗାଈ ଓ ବାଛୁରୀ l

ଏକବାଗିଆ

ମନୁଆ l

ଏକାଦଶୀ

ମାସର ଶୁକ୍ଳ ବା କୃଷ୍ଣ ପକ୍ଷର ଏକାଦଶ ତିଥି, ଏଇ ଦିନ ଧର୍ମପ୍ରାଣ ଲୋକେ ଏକାଦଶୀ ବ୍ରତ ପାଳନ କରନ୍ତି l ଏହା ବିଷ୍ଣୁ ବ୍ରତ l

ଏକୋ‌ଇଶା

ପିଲା ଜନ୍ମ ହେବାର ଏକୋ‌ଇଶ ଦିନରେ ଅନୁଷ୍ଠିତ ଉତ୍ସବ l

ଏକୋଇଶା ପାଲା (ପୂଜା)

ଶିଶୁ ଜନ୍ମର ଏକୋ‌ଇଶ ଦିବସର ସଂଧ୍ୟାରେ ସତ୍ୟପୀରଙ୍କ ପୂଜା ଏବଂ ପୋଥିପାଲା, ବୈଠକୀପାଲା ଓ ଠିଆପାଲା ଇତ୍ୟାଦି ଅନୁଷ୍ଠାନ l

ଏଣ୍ଡକେରା

ବର୍ଷା ହେବା ପରେ ବିଲରେ ହେଉଥିବା ଧାନ ବୁଣା l

ଏଣ୍ଡୁରି

ବିରି ଚାଉଳ ବଟା ହୋ‌ଇ ଅଥାରରେ ସିଝା ହେବା ଲମ୍ବାଳିଆ ପିଠା l ହଳଦୀପତ୍ର, କଦଳୀପତ୍ର, ଓ‌ଉପତ୍ରରେ ବାଟଣକୁ ରଖି, ଏଥିରେ ଛେନା, ନଡ଼ିଆ ଗୁଡ଼ ଚକଟା ପୁର ଦିଆଯାଏ l ପ୍ରଥମାଷ୍ଟମୀ ଦିନ ଏଇ ପିଠା କରାଯାଏ l ଏହା କଷିଏଣ୍ଡୁରି, ସାନଏଣ୍ଡୁରି, ପୁରଏଣ୍ଡୁରି, ବାଞ୍ଝଏଣ୍ଡୁରି ଇତ୍ୟାଦି ବିଭିନ୍ନ ପ୍ରକାରର l

ଏଣ୍ଡୁଳା

ଗୋଲ ବୁଲାଇବା, ମୁଣ୍ଡୁଳା କାଟିବା l

ଏନ୍ତୁଡ଼ିଶାଳ

ପ୍ରସୂତିଘର l ଏଇଠାରେ ପ୍ରସୂତି, ଶିଶୁ ପ୍ରସବ କରେ l ନିଆଁ ଉହ୍ମେଇରେ ନିଆଁ ଲଗାଇ ଏଇଠାରେ ଶିଶୁକୁ ସେକାଯାଏ l

ଏମାରହାଣ୍ଡି

ଦୁଇ ସେର ଚାଉଳ, ଅନ୍ନ ମହାପ୍ରସାଦ ଧରିବା ଭଳି ହାଣ୍ଡି l

ଏରୁଣ୍ଡି ବନ୍ଧ

ଚୌକାଠର ତଳ ବନ୍ଧ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App