Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଏକଓଡ଼
ପଡ଼ିଆ ଜମିରେ ପ୍ରଥମଥରର ଚାଷ l
ଏକଓଳିକିଆ
୧.ପାଗଯୋଗ ଭଲଥିଲେ ଘରଛପର, ଧାନକଟା, ବିଲବଛା ଇତ୍ୟାଦି ଦିନ ତମାମର କାମକୁ କେତେକ ଲୋକ ଗୋଟାଏ ଓଳିରୁ କିଛି ଅଧିକ ସମୟ ନେଇ ସଂପନ୍ନ କରିଥିବା ପ୍ରଥା l୨. ଥରେ ମାତ୍ର ହଳଦୀ ବାଟିବା l
ଏକକାନିଆଁ
୧. ଗୋଟିଏ ମାତ୍ର ଲୁଗା ପିନ୍ଧିଥିବା ଅନ୍ୟ କୌଣସି ଲୁଗା ଘୋଡ଼େଇ ହୋଇ ନଥିବା ଅବସ୍ଥା l
୨. ଗୋଟିଏ ମାତ୍ର କାନ ଥିବା l
ଏକଗୋଡ଼ିଆ
ଚାହାଳି ଚାଟକୁ ଗୋଟାଏ ଗୋଡ଼ରେ ଭୂଇଁରେ ଠିଆ ହେବାକୁ ଦିଆଯିବା ଦଣ୍ଡ l
ଏକଘରିଆ
ସମାଜଦ୍ଵାରା ବାଚ୍ଛନ୍ଦ ହୋଇ ଅଲଗା ଚଳୁଥିବା l
ଏକଚାଳା
ଗୋଟିଏ ପାଖରେ ଚାଳଥିବା ବା ଫଳିକିଆ ଚାଳଥିବା ଘର l
ଏକଣା
ଗୋଟିକିଆ l
ଏକତାରା
ଗୋପୀଯନ୍ତ୍ର, ଗୋଟିଏ ମାତ୍ର ତାରଥିବା ବାଦ୍ୟଯନ୍ତ୍ର l ଏହାର ଗୋଟିଏପଟେ କାଠ ଖୋଳରେ ଚମଡା ଛାଆଁଣି ହୋଇଥାଏ ଓ ଚମଡ଼ାର ତାରଟି ଯାଇ କାଠ ଖୋଳର ଅପର ପାଖରେ ଥିବା ଦୁଇଧାରୁଆ ବାଉଁଶର ଅଗମୁଣ୍ଡରେ ଲାଗିଥାଏ l
ଏକତାରି
୧. ଟାଣି ଭରଣି ସୂତା ଖିଏ ଲେଖାଏଁ ଥିବା ଲୁଗା l ୨. ଚିନି ବା ଗୁଡ଼ର ସିରା l
ଏକତାଳା
ଝାଞ୍ଜ l
ଏକଦଶାହ
ମୃତ ବ୍ୟକ୍ତିର ଏକଦଶାହ କର୍ମ, ଶୁଦ୍ଧିଘର l
ଏକଦାନା
ନାକପୁଡ଼ାରେ ପିନ୍ଧାଯିବା ଗୋଲମରିଚ ଭଳି ନାଡ଼ଲଗା ସୁନା ଅଳଂକାର l
ଏକପଖିଆ
ଗୋଟିଏ ମାତ୍ର ମୁହଁ ଥିବା ଚୂଲି l
ଏକପତ୍ରିଆ
ଜାତିଆଣ ସଭାରେ ନ ବସି ଏକା ବସି ଖାଉଥିବା ଲୋକ l
ଏକପଦିଆ
ଆୟ ବ୍ୟୟ ଏକାଠି ଲେଖାଥିବା କାଗଜ ବା ତାଳପତ୍ର l
ଏକପାଣିଆଁ
୧. ଥରେ ମାତ୍ର ପାଣି ମଡ଼ାଯିବା ଫସଲ l ୨. ଦୀର୍ଘଦିନପରେ ପ୍ରଚୁର ବର୍ଷା l ୩. ବର୍ଷେମାତ୍ର ଚାଷକାମ କରିଥିବା ବଳଦ l
ଏକପାନିଆଁ
ଥରେ ହେବା ପରେ ଆଉ ହେଉ ନଥିବା ଫସଲ l
ଏକପୁଡ଼ିଆ
୧. ଏକ ସ୍ଵର ବିଶିଷ୍ଟ ସ୍ଵର ବାଦ୍ୟ ଯନ୍ତ୍ର, ପେଏଁକାଳି l ୨. ଥରେ କୁଟା ହୋଇ ପାଛୁଡ଼ା ହୋଇନଥିବା ଚାଉଳ l ୩. ଥରେ ମାତ୍ର ଘାସ ବଛା ଯାଇଥିବା ବିଲ l
ଏକପୁରୁଷିଆ
୧, ବେଉଷଣ ପରେ ମୂଳରୁ ପିଲ ବାହାରୁ ନଥିବା ଧାନଗଛ l୨. ପୁରୁଷେ ଉଚ୍ଚରୁ ତଳେଥିବା l
ଏକପୋଛା