Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଓଉ
ଉଆଉ, ଅମ୍ଳଫଳ ବିଶେଷ l ଏଇ ଫଳକୁ କାଟି ଏହାକୁ ଖଟା, ରାଇ ଇତ୍ୟାଦି କରାଯାଏ l
ଓକରି
ଢିଙ୍କିରେ ଧାନ କୁଟିବା ବେଳେ ସୁଙ୍କେଇବା ପାଇଁ ବ୍ୟବହୃତ ବାଡ଼ି l
ଓକାଳ
ବାନ୍ତି l
ଓଖର
କ୍ଷୀର l
ଓଗାଳ
ଦୋଳ ଯାତ୍ରା ସମୟରେ ଗୋପାଳମାନଙ୍କ ଲଉଡ଼ି ଖେଳ ବେଳର ପ୍ରଶ୍ନୋତ୍ତର ଭିତ୍ତିକ ଗୀତ l ଗୋପାଳମାନେ ହାତରେ ବାଡ଼ି ଧରି ଅଣ୍ଟାରେ ଘଣ୍ଟି ଓ ଘାଗୁଡ଼ି ବାନ୍ଧି ଦଳବଦ୍ଧ ହୋଇ ପ୍ରଶ୍ନ ଗୀତ ଗାଆନ୍ତି, ଅନ୍ୟ ଦଳେ ତାହାର ଉତ୍ତର ଗୀତରେ ଦିଅନ୍ତି l
ଓଗେର
ଇତ୍ୟାଦି, ପ୍ରଭୃତି l
ଓଜଳିବା
ନିଆଁରେ ତତାଇ ପୁଟ ଦେଇ ଅଳଂକାରାଦିକୁ ଉଜ୍ଜ୍ଵଳ କରିବା l
ଓଝା
୧. କମାର l ୨. ଗଣିତ ଶିକ୍ଷକ, ଅବଧାନ l ୩. ଭୂତ ଛଡ଼ାଉଥିବା ଗୁଣିଆ l
ଓଟବନ୍ଦି
ପଡ଼ିଆ ଜମିକୁ ଆବାଦ କରିବାକୁ ଜମିଦାର ଓ ପ୍ରଜାଙ୍କ ମଧ୍ୟରେ ହେଉଥିବା ଚୁକ୍ତି l
ଓଟରା ପଡ଼ିବା
୧. ବଢ଼ି ଛାଡ଼ିବା ସମୟରେ ସ୍ରୋତର ବେଗ ବଢ଼ିବା l ୨. ମରୁଡ଼ିରେ ଫସଲ ହାନିହେବା l
ଓଡ଼
୧. ଓଡ଼ିଆ ଚଷାଙ୍କ ଜାତି l ୨. ଜମିରେ ଥରକର ହଳ ମଡ଼ାଣ l
ଓଡ଼ (ଢ଼)ଣ ଷଷ୍ଠୀ
ମାର୍ଗଶିର ଶୁକ୍ଳ ଷଷ୍ଠୀରେ ଦିଅଁଙ୍କ ଘୋଡ଼ାଲାଗି ବା ଶୀତବସ୍ତ୍ରଲାଗି ଉତ୍ସବ l
ଓଡ଼ (ଢ଼)ଣା
ନାରୀମାନଙ୍କ ମଥା ଉପରେ ପକାଯିବା ମୁହଁଢଙ୍କା ବସ୍ତ୍ର l
ଓଡ଼ (ଢ଼)ଣି
ଉପୁରାଣ, ଲୁଗା ଉପରେ ମୁହଁଘୋଡ଼ା ବହିର୍ବାସ l
ଓଡ଼ ଦେବା
ଜମିକୁ ଥରେ ମାତ୍ର ହଳ କରିବା l
ଓଡ଼ଣ
ସୀସା ପେନ୍ସିଲ୍ l
ଓଡ଼ଶ
ଖଟମଲ, ଛାରପୋକ, ଏମାନେ ମଣିଷ ଦେହରୁ ରକ୍ତ ଶୋଷି ନିଅନ୍ତି l
ଓଡ଼ା
ଚାହାଳିରେ ପିଲାଙ୍କ ବର୍ଣ୍ଣ ପରିଚୟ କରିବା ନିମିତ୍ତ ଅବଧାନଙ୍କ ଦ୍ଵାରା ବ୍ୟବହୃତ ବ୍ୟଂଜନ ବର୍ଣ୍ଣର ବିବିଧ ଚିହ୍ନ l
ଓଡ଼ାଙ୍କ
ନିର୍ଦ୍ଦିଷ୍ଟ ନିୟମରେ ମିଶା ଯାଉଥିବା କ୍ରମ ଉର୍ଦ୍ଧ୍ଵ ଅଙ୍କ ଗୁଡ଼ିକର ମିଶାଣ l
ଓଡ଼ାବାଡ଼ି