Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କଉଡ଼ିଆ
୧. ମୂଲ୍ୟବାନ୍, ଦାମିକିଆ l ୨. କଉଡ଼ି ପରି ଟାଣୁଆ l ହରଡ଼ ଡ଼ାଲି ଉପଯୁକ୍ତ ଭାବରେ ସିଝି ନପାରିଲେ ଦରସିଝା ଗୋଟାଳିଆ ହୋଇଯାଏ l ୩. ଶସ୍ୟରେ ଲାଗୁଥିବା ଏକ ପ୍ରକାରର କଳା କଳା ପୋକ l
୪. ଭାଗ ନ ଦିଆଯାଇ କେବଳ ଖଜଣା ପାଇଁ ରଇତକୁ ଦିଆଯିବା ଜମି l
କଉଡ଼ିଖେଳ
୧. ବରକନ୍ୟାଙ୍କ କଉଡ଼ି ଖେଳ ରୂପକ ଆଚାର l ୨. କଉଡ଼ିକୁ ଗୋଟି କରି ଖେଳା ଯାଉଥିବା ଖେଳ l କଉଡ଼ି ଖେଳ ଦୁଇ ଜଣ ବା ଚାରି ଜଣଙ୍କ ମଧ୍ୟରେ ହୁଏ l କଉଡ଼ି ପାଲି ଅଥବା ଭୂଇଁରେ ଗାର କାଟି ଏଇ ଖେଳ ହୁଏ l କସିପାଞ୍ଜି ୬ କଟ କଉଡ଼ି ଦ୍ଵାରା, ଚାରି ଚଉକ ୪ କଟ କଉଡ଼ି ଦ୍ଵାରା, ଆଠ ପଚିଶ ୭ କଟ କଉଡ଼ି ଦ୍ଵାରା, ହାଡ଼ି ହାଡ଼ିକା ୬ କଟ କଉଡ଼ି ଦ୍ଵାରା ଟିପାଟିପି ୪ କଟ କଉଡ଼ି ଦ୍ଵାରା ଖେଳ ହୁଏ l ନାରୀ ଓ ପିଲାମାନେ ସାଧାରଣତଃ ଏଇ ଖେଳ ଖେଳନ୍ତି l
କଉଡ଼ିଭାଗିଆ
ଜାତି ମୁଖିଆଠାରୁ ସଂବାଦ ନେଇ ଜାତି ଭାଇଙ୍କ ଆଗରେ ପହଞ୍ଚାଉଥିବା ହାଟୁଆ ଜାତିର ବ୍ୟକ୍ତି l
କଉଡ଼ିମାଳ
୧. କଉଡ଼ିରେ କଣା କରି ସୂତାରେ ଗୁନ୍ଥା ଯାଉଥିବା ମାଳ l ୨. କଉଡ଼ି ଆକାରର ଗୁଳାରେ ଗୁନ୍ଥା ସୁନାହାର, କଉଡ଼ି ମାଳି l
କଉପ
ଛୋଟିଆ ଶିତଲୁଗା l
କଉପିନି
କୌପୁନୀ, କୌପିନ, କଉପୁନି, ଲେଙ୍ଗୁଟି, ଅଳ୍ପକନାରେ ଭିଡ଼ା ମାଲକଛା l
କଉଶ
କଠଉ, କଠାଉ, ପାଦୁକା
କକନା
ଲାଖ ତିଆରି କଙ୍କଣ, ଖଡୁ l
କକବାୟା
କକମିନା, ଅଝଟିଆ ପିଲାଙ୍କୁ ଡ଼ରାଇବା ପାଇଁ ଏକ କଳ୍ପିତ ଭୟଙ୍କର ଜୀବ l
କକା
ବାପାଙ୍କ ସାନଭାଇ, କକେଇ, ଦାଦା l
କକୁଆ
୧. କୋକୁଆ ଭୟ, ଏକ କଳ୍ପିତ ଭୟ, ଅଜଣା ଭୟ l
କଖାରୁ
ଲଟାରେ ଫଳୁଥିବା ଖାଦ୍ୟ ଫଳ l ଏହା ବୋଇତି କଖାରୁ ଓ ପାଣି କଖାରୁ ଭେଦରେ ଦୁଇ ଭାଗରେ ବିଭକ୍ତ l ବୋଇତି କଖାରୁ ପୁଣି ପିଢ଼ା କଖାରୁ ଓ ବିଲକଖାରୁ ଭେଦରେ ଦୁଇ ପ୍ରକାରର l
କଖାରୁଫୁଲ
ବୋଇତି କଖାରୁର ଫୁଲ l ମାଈ ଓ ଅଣ୍ଡିରା ଭେଦରେ ଏହା ଦୁଇ ପ୍ରକାରର l ମାଈ ଫୁଲରେ କଷି ହୁଏ, ଅଣ୍ଡିରା ଫୁଲରେ ଚାଉଳ ବଟା ଦେଇ ଛୋଟ ପିଠା କରାଯାଏ l
କଖାରୁବଡ଼ି
ପାଣିକଖାରୁ ଶସରେ ବିରି ମିଶାଇ ବଟା ଯାଇ ଏଥିରୁ ତିଆରି ବଡ଼ି l
କଙ୍କଡ଼ା
କଙ୍କଡ଼ା, କର୍କଟରାଶି l
କଙ୍କଡ଼ା
କକଡ଼ା, କର୍କଟ, କର୍କଟ ରାଶି, ଏକ ଜଳଜୀବ, ଦଶଟି ଗୋଡ଼ ଥାଏ l ବୁଢ଼ା ଗୋଡ଼ ଦୁଇଟିର ଅଗ ଶଣ୍ଢୁଆସି ଭଳି, ବିଲହିଡ଼,ପାଣି ଜାଗାରେ ଏଗୁଡ଼ିକ ଗାତ କରି ରହନ୍ତି l ଏହାକୁ କଙ୍କଡ଼ାଗାତ କୁହାଯାଏ l ଏହାର ମାଂସ ବଳକାରକ ଓ ବାତନାଶକ l ଏହାକୁ ତରକାରି କରି ଖାଦ୍ୟ ରୂପେ ଖିଆଯାଏ l
କଙ୍କଡ଼ାବିଛା
୧. କଙ୍କଡ଼ାର ବୁଢ଼ାଗୋଡ଼ ପରି ଦୁଇ ଆଗ ଗୋଡ଼ ଓ ବିଶାକ୍ତ ଲାଙ୍ଗୁଡ଼ ଥିବା ବିଛା, ନାଉଡ଼ ମାରିଲେ ଖୁବ୍ ବିନ୍ଧେ l ଇଟା ଓ ମାଟି ସନ୍ଧିରେ ଏଗୁଡ଼ିକ ରହନ୍ତି l ୨. ସୁନ୍ଦର ତାରକସୀ କାମ ହୋଇଥିବା ସୁନା, ରୂପାର ଅଣ୍ଟାସୂତା l ଅଣ୍ଟାରେ ପିନ୍ଧା ଯାଉଥିବା ଅଳଂକାର l
କଙ୍କଡ଼ାମାଟି
କଙ୍କଡ଼ାର ଗାତରୁ ଗଳା ଯାଇଥିବା ମାଟି l
କଙ୍କଣ
୧. ହାତଖଡୁ, ବଳୟାକାର ସୁନା, ରୁପାର ଅଳଂକାର l ୨. ବ୍ରତ, ଅସାଡୁଆ ସୂତା l
କଙ୍କଣ ପଇତା