भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

କଚଟା

ଚାଳଘରର ପାରିଆ ଖୁଣ୍ଟ ଓ କାନ୍ଥ ଖୁଣ୍ଟ ମଝିରେ ରହିଥିବା ଆଡ଼ି କାଠ l

କଚଡ଼ା

ପଡ଼ିଯିବା, ପାଚିଲା ଧାନଗଛକୁ ପାହିକରି ପକାଇବା l

କଚରଙ୍ଗା

ଘୋଡ଼ା କନସିରି ଶାଗ, ଏଗୁଡ଼ିକ କାଦୁଆ ମାଟିରେ ହୁଏ l

କଚରା

ଅଳିଆ, ଝାଟୁଆ, କାଦୁଆ, ସନ୍ତସନ୍ତିଆ l

କଚରା ପକାଇବା

ଧାନ ପାଚିଲେ ଧାନ ଗଛକୁ କାଟି ପାହିକରି ବିଲରେ ଶୋ‌ଇଦେବା l

କଚା

୧. ମାଟିଘର l୨. କଞ୍ଚା l ୩. ଧୋବା ଦ୍ଵାରା ଲୁଗା କାଚିବା କାମ l

କଚାଖାତା

ଆୟବ୍ୟୟ ଟିପା ଛୋଟ ଖାତା, ଟିପା ଖାତା l

କଚାଘର

ଚାଳଘର, ମାଟି କାନ୍ଥ ଥିବା ଘର l

କଚାସଡ଼କ

କଚାରାସ୍ତା, ମାଟି ତିଆରି ରାସ୍ତା l

କଚିରିଆ

କଚିରିରେ ଚାକିରଇ କରୁଥିବା, ନିୟମିତଃ କଚେରିରେ କାମ କରୁଥିବା ବ୍ୟକ୍ତି l

କଚିରିଘର

ଜମିଦାରଙ୍କ ଖଜଣା ଆଦାୟ କରିବା କର୍ମଚାରୀଙ୍କ କାର୍ଯ୍ୟାଳୟ l

କଚୁଡ଼ି

ସିଝା ଡ଼ାଲି ପୁର ଦିଆଯାଇଥିବା ମ‌ଇଦା ତିଆରି ଛଣା ପିଠା, କଚୁରି l

କଚେ ପୁଅ ବାର

ପଶା ଖେଳରେ ତିନିଖଣ୍ଡି କାଠିରେ ମୋଟ ୧୩ ଦାନ ପଡ଼ିବା l ଯଥା – ୬ +୬+୧=୧୩ | ୧=ପୁଅ l

କଚେବାର

ପଶା ଖେଳରେ ତିନିଖଣ୍ଡି କାଠିରେ ମୋଟ ୧୨ ଦାନ ପଡ଼ିବା l

କଚ୍ଛ

୧. ପାଣି କୂଳିଆ ଜାଗା l ୨. ଡ଼ଙ୍ଗାର ପଛ ମଙ୍ଗ l ୩. ଫରୁଆ l ୪. କଣ୍ଟ, ମାପ l ୫. ତୁଳନା, ତୁଳ l ୬. ପାହାଡ଼ ତଳି ସମତଳ ଭୂମି l ୭. ବଣ୍ଟାବଣ୍ଟି ସମୟରେ ଭାଗରେ ପଡୁଥିବା ଭାଗ ଅଂଶ l

କଛ କରିବା

ବିଭିନ୍ନ ଅଂଶୀଦାରଙ୍କ ଭାଗରେ ପଡୁଥିବା ସଂପତ୍ତିକୁ ସମଭାବରେ ଅଲଗା କରିବା l

କଛା ଗ‌ଇଁଠା

ଦଣ୍ଡିତ ଦୁଇ ଲୋକଙ୍କ କଛାକୁ ଗଣ୍ଠି ପକାଇ ଦୁହିଁଙ୍କୁ ହରବର କରିବା l

କଛା ମାରିବା

ପିନ୍ଧା ଲୁଗାର ଏକ କାନିକୁ ଦୁଇ ଗୋଡ଼ ସନ୍ଧିରେ ନେଇ ଅଣ୍ଟା ପଛରେ ଖୋଷିବା l

କଛାମୁଠି

ପିଚାତଳେ ରହିଥିବା କଛାର ଅଂଶ, ଯେଉଁ ଅଂଶଟି ଅଣ୍ଟା ଓ ଗୂହ୍ୟଦ୍ଵାର ମଝିରେ ଥାଏ l

କଜଳ ପକେଇବା

ଜଳନ୍ତା ଦୀପ ଉପରେ ଘିଅ ବୋଳା ପାଣି ପଶିଥିବା ଧାତୁପାତ୍ର ରଖି ଦୀପ ଶିଖା ରଖିବା l ଶିଖା ଧାସରୁ ଧାତୁପାତ୍ର ତଳ କଳା ବୁଲିଯାଏ ଓ ଏହାକୁ ତୋଳି, କଳା ପ୍ରସ୍ତୁତ ହୁଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App