Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କଜଳଗଉରା
ପଟାପଟା ଧଳା ଓ କଳାଦାଗ ଥିବା ଆଖୁ ଦଣ୍ଡ l
କଜଳଗାର
ଆଖି କୋଣରୁ କାନ ଆଡ଼କୁ ଟଣା ଯାଇଥିବା ସରୁଆ କଳାଗାର l
କଜଳନାଇବା
ଆଖିରେ ତଳପତାରେ କଳା ଲଗାଇବା ଓ କଳାଗାର ଟାଣିବା l
କଜଳପାତି
୧. କଳାପାତି, କଜଳ ରଖିବାର ଧାତୁ ପାତ୍ର, ଏହା ଉପରେ ଘୋଡ଼ଣି ଥାଏ, ଏହା ଲମ୍ବାଳିଆ l ୨. କଳା ରଙ୍ଗର ଲମ୍ବା ଲାଞ୍ଜ ଥିବା ଚଢ଼େଇ l
କଜଳପାତିଆ ଦଳ
ନୀଳ ରଙ୍ଗର ଫୁଲ ଥିବା ଏକ ପ୍ରକାର ପାଣି ଶାଗ l
କଜଳପାତିଆ ଭଲଲୋକ
ନିଜ ସ୍ଵାର୍ଥକୁ ଜଗି, ମଧ୍ୟସ୍ଥତା ଓ ନିଶାପ କରୁଥିବା ବ୍ୟକ୍ତି l
କଜଳାଗଣ୍ଡ
ପାଣି ଥିବା ଅତି ଗଭୀର ସ୍ଥାନ l
କଜାଇ
କଲିଆରୀ, ଘୋଡ଼ାକୁ ନିୟନ୍ତ୍ରଣ କରିବା ପାଇଁ, ଏହା ପାଟିରେ ଥିବା ଅର୍ଦ୍ଧ ବଳୟାକାର ଲୁହାଖଣ୍ଡ l
କଜିଆ
କଳି, ଝଗଡ଼ା, ପାଟିତୁଣ୍ଡ l
କଜିସାଳିଆଗଣ୍ଠି
ଘର ଶେଣିରେ କାମଡ଼ା ଦେଇ ଭିଡ଼ା ଯାଉଥିବା ଦାରୁଗଣ୍ଠି l
କଜେଇ
ଘୋଡ଼ାକୁ ନିୟନ୍ତ୍ରଣ କରିବା ପାଇଁ, ଘୋଡ଼ା ପାଟିରେ ଦିଆଯାଉଥିବା ଅର୍ଦ୍ଧ ଗୋଲାକାର ଲୁହାକଡ଼ି l ଏହାର ଦୁଇ ପାଖରୁ ଦୁଇଟି ଦଉଡ଼ା ବାନ୍ଧି, ଏଇ ଦଉଡ଼ାକୁ ଧରି ଘୋଡ଼ାର ଗତିକୁ ନିୟନ୍ତ୍ରଣ କରାଯାଏ l
କଜେଈ
କଜିଆ ଖୋରଣୀ, ଝଗଡ଼ା ପ୍ରିୟ ନାରୀ l
କଞ୍ଚ
୧. ନଈ କୂଳିଆ ମଶାଣି l ୨. ତାଷଣ ସୂତାକୁ ତନ୍ତୀ ଯେଉଁଥିରେ ଘଷନ୍ତି l
କଞ୍ଚଣଥାଳି
ଫନ୍ଦ ଥିବା ବଡ଼ ଥାଳି l
କଞ୍ଚାଖାଇ
୧. ଡ଼ାଆଣୀ l ୨. କଞ୍ଚାରେ ଖାଇଲେ ସୁଆଦ ଲାଗୁଥିବା ଫଳ l
କଞ୍ଚାଦିହ
ଛୁଆ ଜନ୍ମ କରିବା ପରେ ମାଆ ଦେହର ଦୁର୍ବଳ ଅବସ୍ଥା l
କଞ୍ଚାପଇସା
ନଗଦ ରୋଜଗାର, ଉପୁରି ପଇସା l
କଞ୍ଚି
୧. କୋଲପ, କୋଲପ କାଠି l ୨. ଭଜାଭଜି ଖଡ଼ିକା l
କଞ୍ଚିକିଳିଣୀ
କବାଟରେ ଥିବା ରନ୍ଧ୍ର, ଯେଉଁବାଟେ କଞ୍ଚି ପୁରାଇ କବାଟ କିଳାଯାଏ l
କଟ