Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କୋଲପି
ଅନ୍ଧପୋଟଳି l ପିଲାଙ୍କର ଏକ ପ୍ରକାର ଖେଳ l
କୋଲା
ଫଳର ପାଖୁଡ଼ା, ଖୋଷା l
କୋଳଥ
ରବିଶସ୍ୟ, ଡାଲି ଜାତୀୟ ଶସ୍ୟ l ଏହା ଚଇତା ଓ କୁଞ୍ଜିଆ ଭେଦରେ ଦୁଇ ପ୍ରକାରର l ଏହା ଛୁଇଁ ଆକାରରେ ଫଳେ, ଏହାର ମଞ୍ଜି କଳା ତମ୍ବାଳିଆ ଓ ଚେପଟା l
କୋଳି
ବିଭିନ୍ନ ଗଛର ଛୋଟ ଓ ଗୋଲିଆ ଫଳ l ବରକୋଳି, କଣ୍ଟେଇକୋଳି, ନରକୋଳି, ଭଇଁଚକୋଳି ଇତ୍ୟାଦି l
କୋଶ(ଶି)ଳା
ଏକ ପ୍ରକାରର ଖାଦ୍ୟ ଶାଗ l ଶୀତଦିନେ ଏହା ହୁଏ l ଏହାର ପତ୍ର ଲାଲ୍ ଓ ସବୁଜ l
କୋଷ
୧. ଖଣ୍ଡାର ଖାପ, ଖୋଳ l୨. ଘୋଡ଼ଣି, ଢାଙ୍କୁଣି l ୩. ପ୍ରାୟ ଦୁଇମାଇଲ ପରିମିତ ବାଟ l
କୋଷ୍ଠି
ଜାତକ l ତାଳପତ୍ରରେ ଲେଖା ଯାଇଥିବା ଜନ୍ମ କୁଣ୍ଡଳୀ l
କୋଷ୍ଠିସୁଝିବା
ବିବାହ ନିମିତ୍ତ ବର ଓ କନ୍ୟାଙ୍କର ଜାତକ ମେଳ ହେବା l
କୋହଲ
ଯଅରୁ ତିଆରି ମଦ l
କୋହଲା
ଥଣ୍ଡା ପବନ ସହ ମେଘୁଆ ପାଗ l
କୋହ୍ଲ
ଆଦିବାସୀ, ଜନଜାତି ବିଶେଷ l
କୌପୁନି
କରପଟୀ, ମେଖଳାବଦ୍ଧ ବସ୍ତ୍ର l
କ୍ରିୟାକର୍ମ
୧. ଶୁଦ୍ଧ ଘରରେ ହେଉଥିବା ପ୍ରେତକର୍ମ l ୨. ବୈଦିକ ରୀତିରେ ପୂଜାଦି କର୍ମ l
କ୍ଵାଥ
ଚେର, ମୂଳାଦି ଏକାଧିକ ଦ୍ରବ୍ୟର ଦୁଇ ତୋଳା ମିଶ୍ରଣରେ କୋଡ଼ିଏ ଗୁଣ ପାଣି ଦେଇ ସିଝା ଯାଇ ରହୁଥିବା ଏଇ ସିଝାପାଣିର ଏକ ଚତୁର୍ଥାଂଶ l ବିବିଧ ରୋଗ ଉପଶମ ପାଇଁ ଭିନ୍ନ ଭିନ୍ନ କ୍ଵାଥ ପ୍ରସ୍ତୁତ ହୋଇଥାଏ l
କ୍ଷଣ କରିବା
ଡଙ୍ଗା ମେଲିବା, ନଈର ଆରପାରିକୁ ଯିବାକୁ ଡଙ୍ଗା ଚଳାଇବା l
କ୍ଷୟା
କ୍ଷୟାତିଥି, ଚନ୍ଦ୍ରକ୍ଷୟ ଗଣନା ଓ ତିଥିକୁ ପୂର୍ବ ତିଥି ସହିତ ମିଶାଇ ଗଣିବା, ହଳ ଓ ଘରଛପରାଦି କାମ ବନ୍ଦ କରିବା l
କ୍ଷାର
ସାଜିମାଟି, ଲୁଣିମାଟି, ଖାରିମାଟି l
କ୍ଷିଅ
୧. ଖିଅ, ସୁତାର ସୋରି l ୨. ଅଡୁଆ ସୂତାର ଗୋଟିଏ ମୁଣ୍ଡ l ୩. ମାଛ ଧରିବା ଜାଲ l
କ୍ଷିରପୁଳି
ରାବିଡି ପୁରଦିଆ ଏକପ୍ରକାର ପିଠା l
କ୍ଷିରମୋହନ