Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କ୍ଷିରାବାଜିଆ
ସୁନା ଅଳଂକାରରେ ଲାଗୁଥିବା ଏକ ପ୍ରକାର ଚକତି l
କ୍ଷିରି
ଦୁଧରେ ଅରୁଆ ଚାଉଳ ଓ ଚିନି ଦେଇ ପ୍ରସ୍ତୁତ ଖିରି l
କ୍ଷିରିକୋଳି
ବଉଳ ଜାତୀୟ କୋଳି, ଏହା ଖଟାଳିଆ ଓ ଏଥିରେ ବଡ ମଞ୍ଜିଥାଏ l
କ୍ଷିରିପିଠା
ବିବାହ, ବ୍ରତାଦି ଉତ୍ସବରେ ପରିବେଷିତ ଖିରି ଓ ଆରିସା ପିଠା l
କ୍ଷିରିସା
ଚାଉଳ ଓ ନଡିଆ ରସରେ ଗୁଡ ଦିଆଯାଇ ରନ୍ଧା ହୋଇଥିବା ପତଳା ଅଟକାଳି l
କ୍ଷୀରଗଜା
ଖାସ୍ତାଗଜା, ମଇଦା ସହିତ ଚିନି, ଘିଅ; ଦିଆଯାଇ ପ୍ରସ୍ତୁତ ହେଉଥିବା ମିଷ୍ଟାନ୍ନ l
କ୍ଷୁର
ଖିଅର କରିବା ପାଇଁ ବ୍ୟବହୃତ ଭଣ୍ଡାରିର ଉପକରଣ, ଏହା ଅତି ଧାରୁଆ, ଏଥିରେ ନିଶ, ଦାଢି ଚଞ୍ଛାଯାଏ l
କ୍ଷେଇ
ଚନ୍ଦ୍ରକ୍ଷୟ ତିଥି l
କ୍ଷେତ
ଚାଷ ଉପଯୋଗୀ ଜମି l
କ୍ଷେତବଢା
ଧାନକଟା ଶେଷ ହେଲେ ବିଲର ଦକ୍ଷିଣ ପୂର୍ବ କୋଣରେ କେତେକ ଧାନ ଗଛ ଛାଡି ଦିଆଯାଏ l ଶେଷହଳା ଆଣିବା ବେଳେ, ଛଡା ଯାଇଥିବା ଧାନ ଗଛରୁ ସାତଗୋଟି ଧାନକେଣ୍ଡା ଏହା ସହିତ ବିଲରୁ ଖଳାକୁ ଅଣାଯାଏ l
କ୍ଷେପ
ଭଉଁରିଜାଲ ପକାଇବାର ଥର l
କ୍ଷେପା
୧. ଭଉଁରିଜାଲ l ୨. ନଡିଆ ଓ ତାଳ ଗଛରେ ଚଢିବାକୁ ଚଢାଳି ଦୁଇ ଗୋଡର ବ୍ୟବହାର କରୁଥିବା ଛନ୍ଦ ଦଉଡ଼ି l ୩. ଖୁଣ୍ଟୁଣି ଅଗରେ ବନ୍ଧା ଜାଲ l ୪. ଓଲିଆଗୋରୁ ଗୋଡରେ ବନ୍ଧା ଯିବା ଦଉଡା l
କ୍ଷେପିଜାଲ
ଭଉଁରି ଜାଲ l
କ୍ଷେମେଟା