भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

କଟକଟି

୧. ଚାଳଘରର କାମଡ଼ା ଭିଡ଼ିବା ପାଇଁ ବ୍ୟବହୃତ ଦ‌ଉଡ଼ା ଲଗା ମୋଟ କାଠି ଖଣ୍ଡ l ଏଥିରେ ଫାଶ କରି କାଠିକୁ ବୁଲାଇଲେ କାମଡ଼ା ଭିଡ଼ି ହୋ‌ଇଯାଏ l ୨. ଓଲେଇ ଗାଈ, ତରକା ଗୋରୁ ଅଧିକ ଜୋରରେ ଦ‌ଉଡ଼ି ନ ପାରିବା ପାଇଁ ତା ପଛ ଦୁଇ ଗୋଡ଼ରେ ବନ୍ଧା ଯାଇଥିବା ଦ‌ଉଡ଼ାର ଫାନ୍ଦ l

କଟକଟିଆ ନାଗ

ଗଛ କୋରଡ଼ରେ ରହି କଟ କଟ ଶବ୍ଦ କରୁଥିବା ସାପ l

କଟକମା

ପରୁଡ଼ି ମସିଣା l ବାହାଘର ବେଳେ ବେଦି ଉପରେ କନ୍ୟାପିତା ଯେଉଁ ମସିଣାରେ ବସନ୍ତି l

କଟକିଗୁଣ୍ଠ

ଚାଳିଶ ଡେସିମିଲ ପରିମିତ ଭୂମି l

କଟକିବନ୍ଧକ

ଜମିର ଆୟରୁ ସୁଧ ଓ ମୂଳଧନ ପରିଶୋଧ ଚୁକ୍ତି କରି ଜମି ବନ୍ଧା ଦେବା l

କଟକିସେର

୧୦୫ ତୋଳା ଓଜନର ସେର l

କଟରା

୧. ଖୁରି, ସରା, ମାଟି ପାତ୍ର l ୨. କଂସା ବା ପିତଳର ଚ‌ଉଡ଼ାମୁହାଁ ଗିନା l

କଟା

୧. ନାରୀମାନେ ହାତରେ ପିନ୍ଧୁଥିବା ଧାରୁଆ ଖଡୁ l
୨. ପାହାଡ଼ରୁ ଗଡୁଥିବା ବର୍ଷା ପାଣିକୁ ଅଟକାଇ ରଖିବା ନିମିତ୍ତ ପ୍ରସ୍ତୁତ ବନ୍ଧ l

କଟାଇତ

ରାଜାଙ୍କ ରୋଷଘରର ପରିବା କଟାଳି l

କଟାଘଷା

ରୋଷେଇ ପାଇଁ ପରିବା କଟା ଓ ବାଟଣ ବଟା l

କଟାଣ

୧. ବଣ ବିରାଡ଼ି, ବଣ ଭୁଆ l ୨. ଶାଳିଆ ପତନୀ l

କଟାର

କଟୁରି, କତ୍ତା, କାତି l

କଟାଳ

ବଟକରା, ଓଜନ ମାପକ l

କଟାଳଜୁଆର

ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହେଉଥିବା ବଡ଼ ଜୁଆର l

କଟି

୧. ପିଲାଙ୍କ ସାମୟିକ ଅପଡ଼ l ୨. କ‌ଉଡ଼ି ଖେଳରେ ଗୋଟିଏ ମାତ୍ର କ‌ଉଡ଼ି ଚିତ୍‌ ହୋ‌ଇ ପଡ଼ିବା ଦାନ l

କଟୁଆଳ

ନଗର ରକ୍ଷକ, ଜଗୁଆଳ, ରକ୍ଷୀମାନଙ୍କ ଅଧ୍ୟକ୍ଷ l

କଟୁରି

କଟାରି, କାଟିବା ଶସ୍ତ୍ର, ଏହା ସିଧା ଓ ବଙ୍କା ଲୁହା ଫାଳରେ ତିଆରି ଏଥିରେ ବେଣ୍ଟ ଲାଗିଥାଏ l କେବେ ହଂସ ଥଣ୍ଟ ଭଳି ହୋ‌ଇଥିଲେ ଏହାକୁ ହଂସୁଲୀ କଟୁରି କୁହାଯାଏ l

କଠା

୧. ବୁଢ଼ା ହୋ‌ଇଥିବା ନଡ଼ିଆ ଗଛର ପାଚିଲା ନଡ଼ିଆ, ଯାହାକୁ ନଡ଼ିଆ ବିହନ ରୂପେ ବ୍ୟବହାର କରାଯାଏ l
୨. ତରକାରି ଉପଯୋଗୀ କଷି ପଣସ l ୩. ପଚିଶ ଗୋଟି ବିଡ଼ିର ବିଡ଼ା l

କଠାଉ

କଠ‌ଉ, ଖଡ଼ମ, କାଠ ପାଦୁକା l ଏହାର ଉପର ଅଂଶରେ ଗୋଲିଆ ଟୋପର ଥିବା କାଠର ଖିଲ ମରାଯାଇଥାଏ l ଗୋଡ଼ର ବୁଢ଼ା ଆଙ୍ଗୁଠି ସନ୍ଧିରେ ଏହାକୁ ଚାପିରଖି କଠାଉ ମଡ଼ାଯାଏ l

କଠାପଡ଼ିଯିବା

ହାତ ମୁଠା ଜାବ ପଡ଼ିଯିବା, ଉପର ଓ ତଳ ପାଟି ଦାନ୍ତ ଚାପି ହୋ‌ଇ ରହିଯିବା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App