Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କଡ଼ତା
ପାସଙ୍ଗ, ଦଣ୍ଡିର ଦୁଇପାଖ ଅସମାନ ଥିଲେ, ସମାନ କରିବା ପାଇଁ ବନ୍ଧାଯିବା ଗୋଡ଼ି ବା ପଥର ଖଣ୍ଡ l
କଡ଼ମା (ମ୍ବା)
୧. ଧାନକଟା ପରେ କିଆରିରେ ଥିବା ନଡ଼ା ମୂଳ କଅଁଳି ତହିଁରେ ଫଳୁଥିବା ଧାନ l ୨. ପୁରୁଣା ପାନ ଲଟାରୁ ଗଜୁରୁ ଥିବା ଷଣ୍ଢା l ୩. ବୁଢ଼ା କାକୁଡ଼ି, କଖାରୁ ଲଟାରୁ ବାହାରୁଥିବା କଅଁଳିଆ ଲଟା ଓ ଏଥିରେ ହେଉଥିବା ଫଳ l
କଡ଼ା
୧. ଏକ ସଂଖ୍ୟକ କଉଡ଼ି l ୨. ପଚାଶଟି ପାନ ପତ୍ରର ବିଡ଼ା l ୩. ଗୋଡ଼ ବା ହାତରେ ପିନ୍ଧାଯିବା ବଳା l ୪. ହଣ୍ଡା, କଡ଼େଇ l ୫. ବଡ଼ ରନ୍ଧାପାତ୍ରକୁ ହାତରେ ଧରି ଉଠାଇବା ନିମିତ୍ତ ଏଥିରେ ଲଗାଯାଇଥିବା ମୁଦିଆ, ବଳୟ l ୬. ଅତିକଟୁ l
କଡ଼ାଇ
କରେଇ, କଡ଼େଇ, ଚଉଡ଼ାମୁହାଁ ନାଡ଼ଲଗା ରନ୍ଧନ ପାତ୍ର l
କଡ଼ାଗଣ୍ଡା
ପୁରୁଣା ପଣିକିଆର ହିସାବ l ଏଥିରେ ସଂଖ୍ୟାଠାରୁ ଆରମ୍ଭ କରି କୋଡ଼ି, ପଣ, ପଦିକା, କାହାଣର ହିସାବ କରାଯାଏ l
କଡ଼ିକାଠ
ଛାତ ଓ ପୋଲର କଡ଼ି ଭାବରେ ବ୍ୟବହୃତ କାଠ l
କଢ଼ା
ଗଜା, ଗଛ ବା ଗଣ୍ଡିରୁ ବାହାରୁଥିବା କୁଆଁ l
କଢ଼ାଣ
ଜମିରେ ପ୍ରଥମ ଓଡ଼ଚାଷ l
କଢ଼ାଣମୁଣ୍ଡା
ସରୁ ଲଙ୍ଗଳର ମୁଣ୍ଡା l
କଢ଼ିଆ
ଦୁଇପାଖ ବାଙ୍କୁଲି ଥିବା ଲୁହାଖଣ୍ଡ, ଏଥିରେ ବିଭିନ୍ନ ଜିନିଷ ଓହଳାଇ ରଖାଯାଏ l
କଣକାଣ୍ଡ
ମଉଡ଼ମରା ଘରର କଣ ବାଗରେ ଚାଳର ଶେଷ କଣ ପର୍ଯ୍ୟନ୍ତ ଲମ୍ବିଥିବା ଶେଣି l
କଣନଖା
ନଖ କଣରେ ହୋଇଥିବା ଘାଆ, ଏଇ ହେତୁ ନଖ ମରିଯାଏ l
କଣମଛା
କାର୍ତ୍ତିକ, ମାର୍ଗଶିର ମାସରେ ପାଣି ଶୁଖି ଆସିଲେ ବିଲରୁ ଧରା ଯାଉଥିବା ଛୋଟ ଛୋଟ ମାଛ l
କଣମୁଛା
ଠଣା, କାନ୍ଥକୁରା l
କଣି
୧. ଚାଉଳ, ମୁଗ ପ୍ରଭୃତି ଶସ୍ୟାଦି ରଗଡ଼ା ଯିବା ପରେ ବୀଜକୋଷର ଭଙ୍ଗା ଖଣ୍ଡମାନ l ୨. ବାଉଁଶର କ୍ଷୁଦ୍ର ପ୍ରଶାଖା l
କଣେଇ
ଆଡ଼ ଆଖିରେ ଚାହିଁବା l
କଣ୍ଟକବଲା
ଜମିବନ୍ଧକ ଦେଇ ନିର୍ଦ୍ଦିଷ୍ଟ ସମୟ ଭିତରେ ଋଣ ପରିଶୋଧ କରିବା ଚୁକ୍ତି l ସମୟ ଗଡ଼ିଗଲେ, ବନ୍ଧାଥିବା ଜମିଟି, ମହାଜନ ର ହୋଇଯାଏ l
କଣ୍ଟକରିବା
୧. କୌଣସି କାମ ପାଇଁ ପୂର୍ବରୁ ସମୟ ନିର୍ଘଣ୍ଟ କରିବା l ୨. ବାପଘରୁ ବୋହୁକୁ ଶାଶୁଘର ଆଣିବା ପାଇଁ ଦିନ ସ୍ଥିର କରିବା l
କଣ୍ଟଦେବା
ନିର୍ଦ୍ଦିଷ୍ଟ ସମୟରେ ଆସି ପହଞ୍ଚିବା ପାଇଁ ପ୍ରତିଶ୍ରୁତି ଦେବା l
କଣ୍ଟଭାର