भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

କଣ୍ଟା

୧. ମୁନ, ମୁନିଆ ଅଗ l ୨. ଲୁହା କଣ୍ଟା l ୩. ମାଛର କଣ୍ଟା l ୪. ବେଲଗଛ ଇତ୍ୟାଦିର ଗଣ୍ଡି ଓ ଡ଼ାଳରେ ଥିବା ମୁନିଆଁ ଅଂଶ l ୫. ଓଜନ ଯନ୍ତ୍ରର ଦଣ୍ଡ l ୬. ନାରୀମାନଙ୍କ ଗଭାରେ ମରାଯାଉଥିବା ଟୋପର ଥିବା ମୁନିଆଁ ଅଂଶ l ୭. ବନଶୀ ସୂତାରେ ବନ୍ଧା ବଙ୍କା କଣ୍ଟା l ୮. କୂଅରେ ବୁଡ଼ିଥିବା ଜଳପାତ୍ର କାଢ଼ିବା ପାଇଁ ବ୍ୟବହୃତ ବଙ୍କା କଣ୍ଟା l

କଣ୍ଟାକଣ୍ଟି

ବରାବର ସମାନ l

କଣ୍ଟାଛଟା

ଦୁଆର, ବାଟମୁହଁ ପ୍ରଭୃତି ବନ୍ଦ କରିବା ପାଇଁ ଛଟାଯିବା କଣ୍ଟାଝଟା l

କଣ୍ଟାପାନିଆଁ

ଜୁଡ଼ାରେ ଖୋଷିବା ପାଇଁ ବ୍ୟବହୃତ ପାନିଆଁ ଆକାରର କଣ୍ଟା l

କଣ୍ଟାବାଉଁଶ

କଣ୍ଟା ଥିବା ଟାଣୁଆ ବାଉଁଶ l

କଣ୍ଟି

୧. ଲଙ୍ଗଳ ମୁଣ୍ଡା ଉପରେ ଯୋଡ଼ା ଯାଇଥିବା ବଗଥଣ୍ଟିଆ କାଠ ଖଣ୍ଡ, ଏହାକୁ ହାତରେ ଧରି ହଳ କରାଯାଏ l ୨. କଣ୍ଟେଇ କୋଳି l ୩. କଣ୍ଟାଳିଆ ଝଟା l

କଣ୍ଟିଆ

ଗାଲି ଓ ବେକ ପାଖରେ କଣ୍ଟାଥିବା ବଡ଼ମାଛ, ଶିଙ୍ଗିମାଛ ଠାରୁ ଆକୃତିରେ ବଡ଼ l

କଣ୍ଟିକିଳା

ଲଙ୍ଗଳ ମୁଣ୍ଡା ଓ କଣ୍ଟିର ଯୋଡ଼ ସ୍ଥାନରେ ବିନ୍ଧା ଯାଇଥିବା ଟାଣୁଆ କିଳା, ଏଥିରେ ଲଙ୍ଗଳ ଦ‌ଉଡ଼ିର ଫାଶ ଭର୍ତ୍ତିକରି, ଈଶ ଓ ଜୁଆଳିକୁ ବନ୍ଧାଯାଏ l

କଣ୍ଟିବାଡ଼ି

ଉଖୁଣି l ବେଙ୍ଗେଳା ପଡ଼ିବା ବେଳେ ବସିଯାଇଥିବା ପାଳକୁ ଉଖାରିବା ପାଇଁ ବ୍ୟବହୃତ ବାଡ଼ି l

କଣ୍ଟେଇକୋଳି

ବଣୁଆ କଣ୍ଟାଳିଆ ଗଛରେ ଶୀତଦିନେ ଫଳୁଥିବା ଛୋଟ ଛୋଟ କୋଳି l

କଣ୍ଠଝୁଅ

ଯୁବତୀ ହେବାର ପୂର୍ବାବସ୍ଥାରେ ଉପସ୍ଥିତ କନ୍ୟା, ଯୁବତୀ ହେବା ହେବା ବୟସର ଝିଅ l

କଣ୍ଠସାଧିବା

ଗୀତ ଗାଇବା ପାଇଁ ସ୍ଵର ସାଧନା କରିବା, କଣ୍ଠ ପରିଷ୍କାର କରି ସ୍ଵର ଧରିବା l

କଣ୍ଠା

୧. ଭିତରେ ଶସ ନଥିବା ଧାନ, ମଲା ଧାନ l ୨. ଗୋଲିଆ କଣ୍ଠି, ବେକର ଅଳଂକାର l

କଣ୍ଠାଝଡ଼ା

ଧାନହଳା, ଧାନଗୋଛା, ଖଳାରେ ପଡେ l ଏଗୁଡ଼ିକ ଗଦା ମଡ଼ା ହେବା ବେଳେ ହଳାରୁ ଯେଉଁ ଗୁଣ୍ଡଧାନ ଗଳିପଡ଼େ, ତାକୁ କଣ୍ଠାଝଡା କୁହାଯାଏ l

କଣ୍ଠି

ସୁନାର କଣ୍ଠିମାଳ l ବେକର ଅଳଂକାର l

କଣ୍ଠିଘେନିବା

୧. ବେକରେ କଣ୍ଠି ପିନ୍ଧିବା l ୨. ଗୁରୁଙ୍କଠାରୁ ତୁଳସୀ କଣ୍ଠି ପାଇ ଦୀକ୍ଷା ଗ୍ରହଣ କରିବା l

କଣ୍ଠିଛିଣ୍ଡା

ଦୀକ୍ଷିତ ବୈଷ୍ଣବ କଣ୍ଠି ଛିଣ୍ଡାଇ ପୁଣି ନିଜ ଜାତିକୁ ଆସିବା l

କଣ୍ଠିଡୋର

କଣ୍ଠିମାଳ ଗୁନ୍ଥା ହୋ‌ଇଥିବା ଡୋର l

କଣ୍ଠିଦେବା

ଶିଷ୍ୟକୁ ଦୀକ୍ଷା ଦେବା ପରେ ତୁଳସୀ କଣ୍ଠି ପ୍ରଦାନ କରିବା l

କଣ୍ଠିବଦଳ

ବୈଷ୍ଣବଙ୍କ ବିବାହ l ବର ଓ କନ୍ୟା ପରସ୍ପରର କଣ୍ଠି ଅଦଳବଦଳ କରି ବିବାହ କରିବା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App