Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କଣ୍ଠିମାଳ
କଣ୍ଠିମାଳି, କଣ୍ଠିମାଳା, ସୁନା ବା ତୁଳସୀକଣ୍ଠି ଗୁନ୍ଥା ଯାଇଥିବା ହାର l
କଣ୍ଠୀ
୧. ଏକ ସରିଆ ବେକର ଅଳଂକାର l ୨. ଘୋଡ଼ା ବେକରେ ପିନ୍ଧାଯିବା ଚମଡ଼ା ଫିତା l ୩. ବୈଷ୍ଣବଙ୍କ କଣ୍ଠରେ ଥିବା ତୁଳସୀମାଳ l
କଣ୍ଡା
୧. ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣି ସୂତା ଗୁଡ଼ା ହୋଇଥିବା କାଠି l ୨. କାଣ୍ଡିବା କାମ l କୁଟା ଚାଉଳକୁ କୁଟି ତଷୁ ବାହାର କରିବା କାମ l
କଣ୍ଡି
ବାଉଁଶ ପାତିଆରେ ବୁଣା, ଭାର ବୋହିବା ପାଇଁ ବ୍ୟବହୃତ ଟୋକେଇ l
କଣ୍ଡିଆ
୧. ବଢ଼ି ଛାଡ଼ିବା ପରେ ନଈର ଖାଲୁଆ ଅଂଶରେ ପାଣି ରହିବା ଜାଗା l
୨. ବଢ଼ି ଛାଡ଼ି ଯିବା ପରେ ପଟୁ ପଡ଼ିବା ନଈ କୂଳିଆ ଉର୍ବରା ଭୂମି l
କଣ୍ଢେଇ
ମଇର ଦୁଇ ମୁଣ୍ଡ ଫଳିରେ ମରାଯାଉଥିବା କିଳା l
କଣ୍ଢେଇବାହା
୧. ପିଲାମାନେ ପିତୁଳାକୁ ବର କନ୍ୟା ରୂପରେ ସଜାଇ କରୁଥିବା ବାହାଘର l୨. ଅଳ୍ପ ବୟସରେ ଅନୁଷ୍ଠିତ ବିବାହ l
କତକଲ
ଏକ ପ୍ରକାରର ବଡ଼ ଗିଲ l
କତରା
ଛିଣ୍ଡା ମସିଣା l
କତରାଗଡ଼ି
ଚାଳଘରର ମଥାନ ତଳକୁ ଲାଗିଥିବା ଛପର l
କତରେଇବା
୧. ଚାଳରେ ରୁଅ ଉପରେ ପଡ଼ିଥିବା ବତାକୁ କତାଦ୍ଵାରା ବାନ୍ଧିବା l ୨. ଦାନ୍ତରେ ନଡ଼ିଆର କତା ଛଡ଼ାଇବା l
୩. ଗୁଆକୁ ସରୁ ସରୁ କରି କାଟିବା l
କତା
୧. ଛୋଟ କଟୁରି, କାତି l ୨. ନଡ଼ିଆ ଉପର ଚୋପା l ୩. ନଡ଼ିଆ ଚୋପାକୁ ବାଡ଼େଇ ତହିଁରୁ ତିଆରି ହୋଇଥିବା ତନ୍ତୁ l ୪. ନଡ଼ିଆ ଚୋପାର ତନ୍ତୁରେ ତିଆରି ଦଉଡ଼ି l
କତା ଛେଉଣ୍ଡି
ନଡ଼ିଆ କତାର ଦଉଡ଼ି ବଳିବା ପାଇଁ ତନ୍ତୁରେ ତିଆରି ବଳଣା l
କତା ବାଡ଼େଇବା
ସଢ଼ା ଯାଇଥିବା ନଡ଼ିଆ କତାକୁ ପିଟଣାରେ ବାଡ଼େଇ ଖଦଡ଼ା ଅଂଶ କାଢି, ତନ୍ତୁ ବାହାର କରିବା l
କତାକଷିବା
ନଡ଼ିଆ ଚୋପାରୁ ତନ୍ତୁ ବାହାର କରିବା ପାଇଁ ଏହାକୁ ପାଣିରେ ପକାଇ ବତୁରାଇବା l
କତାଦଉଡ଼ା (ଡ଼ି)
ନଡ଼ିଆ କତାରେ ତିଆରି ଦଉଡ଼ା l
କତାବଳିବା
କତା ଛେଉଣ୍ଡି ବା ବଳଣାକୁ ଦୁଇ ହାତରେ ବଳି ଦଉଡ଼ା ତିଆରି କରିବା l
କତି
ଦାଆ ବା କୋଡ଼ି ଦ୍ଵାରା ହିଡ଼ର ପାଖଅଂଶ କାଟି ପକାଇବା l ହିଡ଼କତି କରିବା l
କତିହାଣିବା
କତି କରିବା l
କତୁଆ