Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
କଅଁଳଖରା
ସକାଳର ସୂର୍ଯ୍ୟ କିରଣ l
କଅଁଳଗାଧୁଆ ବେଳ
ପ୍ରାୟ ଦିନ ନଅଟା ପର୍ଯ୍ୟନ୍ତ ବେଳରେ ଗାଧୁଆ ପାଧୁଆ ସମୟ l
କଅଁଳବେଉଷଣ
ଧାନ ଗଛର କଅଁଳିଆ ହୋଇଥିବା ଅବସ୍ଥାରେ ଜମି ବେଉଷଣ l
କଅଁଳା ପିଲା
ଉତିଆଣି ପିଲା, ଅଳ୍ପଦିନ ହେଲା ଜନ୍ମ ହୋଇଥିବା ଶିଶୁ l
କଅଁଳାଛୁଆ
ଶିଶୁ l
କଅଁଳାବାଛୁରୀ
ଅଳ୍ପ ଦିନ ହେଲା ଜନ୍ମ ହୋଇଥିବା ବାଛୁରୀ l
କଇଁ
୧. ପାଣିରେ ଫୁଟୁଥିବା ନାଡ଼ଯୁକ୍ତ ଫୁଲ l ଏହା ଧଳା ଓ ନାଲି ରଙ୍ଗର l୨. କାନ୍ଦୁଥିବା ବେଳର ଶବ୍ଦ l
କଇ (ଇଁ)ଥା
ଭଲ ଭାବରେ ସିଝି ପାରି ନଥିବା ଟାଣ ହୋଇଥିବା ପରିବା, ଦରସିଝା ପରିବା l
କଇଁ ବେଣ୍ଟ
କଇଁଫୁଲର ବୀଜ କୋଷ, ଏହା ଭିତରେ ମାଣ୍ଡିଆ ପରି ମଂଜି ଥାଏ, ଏହାକୁ ଶୁଖାଇବା ପରେ ଭାଜି ଲିଆ ତିଆରି କରାଯାଏ l
କଇଁଆ
୧. କଞ୍ଚା ତେନ୍ତୁଳି l ୨. ମଇ ବା ସିଡ଼ିର ଫଳି, ଫଳି ଶେଷ ମୁଣ୍ଡରେ ଦିଆଯାଇଥିବା ଖିଲ l
କଇଁଚି
କତୁରୀ ପରି କଣ ବାଗରେ ଛନ୍ଦା ଯାଇଥିବା କାଠ, ଯାହା ଉପରେ ଶେଣି ରହିଥାଏ l
କଇଥ
ନାରଙ୍ଗ ଭଳି କଣ୍ଟାଯୁକ୍ତ ଗଛ ଓ ଏହାର ଫଳ l ଏହାର ଶସ କୋମଳ ଓ ଚେରୁଆ, ଏହାର ଖୋଳପା ଟାଣ ଓ ଗୋଲାକାର l
କଇଁଥା
୧. ଦରସିଝା l ୨. ପଥୁରିଆ ହୋଇଥିବା l
କଇବଲ୍ୟ
କୈବଲ୍ୟ, ନିର୍ମାଲ୍ୟ, ମହାପ୍ରସାଦ, ଶୁଖିଲା ମହାପ୍ରସାଦ l
କଉ
ଏକ ପ୍ରକାରର ପଙ୍କୁଆ ମାଛ, କଉମାଛ l
କଉକଉଆ
ହଳଦୀ ଜାତୀୟ ବଣୁଆ ଗଛ l ଏହା ପୁରୁଷେ ଉଚ୍ଚା ବଢ଼େ, ଏହାର ପତ୍ର ମୋଡ଼ି ମୋଡ଼ିକା, ଏହାର ଫୁଲ ଧଳା ଓ ଫଳ ତିନି ପାଖୁଡ଼ା ବିଶିଷ୍ଟ l କଫ, ପିତ୍ତ, କୁଷ୍ଠ, କାଶ ଦୋଷ ନାଶ ପାଇଁ ଏହାର ମୂଳ ଔଷଧ ରୂପେ ଲାଗେ l
କଉକତରା
କଲିକତରା, କାଦୁଅ, ପଙ୍କ ଓ ସନ୍ତସନ୍ତିଆ ଜାଗାରେ ବଢୁଥିବା କୀଟ l
କଉକନା
ନଖ ଦଶିରୁ ଉଠୁଥିବା ଚମ l
କଉଡ଼ି
ସମୁଦ୍ରରୁ ଜନ୍ମ ହୋଇଥିବା ମଲା ଜୀବର ଖୋଳ, ଏହାକୁ ଆଗରୁ ମୁଦ୍ରା ରୂପେ ବ୍ୟବହାର କରାଯାଉଥିଲା l
କଉଡ଼ି କାମ