Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଖଇ
ଧାନ, ମାଣ୍ଡିଆ, ମକା, ବାଜରାଦି ଶସ୍ୟକୁ ବାଲିରେ ଭାଜି ପ୍ରସ୍ତୁତ କରାଯାଇଥିବା ଲିଆ l ସଧବାନାରୀ ମଲେ ଖଇ କଉଡି ବିଞ୍ଚାଯାଏ l ଘର ପ୍ରତିଷ୍ଠାରେ ଘର ଚାରିପାଖେ ଖଇକଉଡି ବିଂଚାଯାଏ l ବିବାହବେଦିରେ ବରକନ୍ୟା ହୋମ ନିଆଁରେ ଖଇ ପକାନ୍ତି l ଏହାକୁ ଲାଜା ହୋମ କୁହାଯାଏ l
ଖଇଉଖୁଡା
ଖଇକୁ ଗୁଡ ପାଗ ଦେଇ ପ୍ରସ୍ତୁତ କରାଯାଉଥିବା ଉଖୁଡ଼ା l
ଖଇଚ(ଛ)ଡା
ଦରଫୁଟା ଖଇ, ଏହା ଉପରେ ଲାଗିଥିବା ଧାନ ଚୋପାକୁ ବାହାର କରିବା l
ଖଇଚଲା
ଖଇରୁ ଧାନ ଛଡ଼ାଇବା ପାଇଁ, ବାଉଁଶ ପାତିଆରେ ତିଆରି ଖଇ ଚଲାଇବାର ଚାଲୁଣି l ଏଥିରେ ଖଇ ରଖି ଘଷିଲେ ଧାନ ଗୁଡିକ ଏହାର ଛିଦ୍ର ଦେଇ ତଳକୁ ଖସିପଡେ l
ଖଇଚୂର
ଖଇଚୂନାରେ ମିଠା ଦିଆହୋଇ ପ୍ରସ୍ତୁତ ହେଉଥିବା ମିଷ୍ଟାନ୍ନ l
ଖଇଞ୍ଚି
୧. ଖଇ ଚଳାଇବା ଚାଲୁଣି l ୨. ବାଉଁଶକାଠି ବା ନଡିଆ ଖଡିକା ଓ କତାଦଉଡାରେ ବୁଣା ଯାଇଥିବା ମାଛମରା ଯନ୍ତ୍ର l ଏହାର ମୁହଁପାଖ ବୃତ୍ତାକାର ଓ ପଛପାଖ ଗୁଚ୍ଛାକୃତି ହୋଇଥାଏ l
ଖଇଧାନ
୧. ଖଇଭଜା ହେବା ପାଇଁ ଖରା, କାକରରେ ପାଗ ହୋଇଥିବା ଧାନ l ୨. ଖଇରୁ ବାହାରି ଥିବା ଧାନଚୋପା l
ଖଇନି
କଳରେ ଜାକିବା ପାଇଁ ତିଆରି ଚୂନପତ୍ର l ଚୂନମିଶା ଧୂଆଁପତ୍ର ଗୁଣ୍ଡ l
ଖଇମଣ୍ଡ
ଖଇକୁ ପାଣିରେ ବତୁରାଇ ପ୍ରସ୍ତୁତ କରାଯାଉଥିବା ମଣ୍ଡ l
ଖଇର
ବବୁର ଜାତୀୟ ଗଛରୁ ବାହାରୁଥିବା ନିର୍ଯ୍ୟାସ l ଖଇରକୁ ଚୂନା କରି ଏଥିରେ ଗନ୍ଧଶୁଣ୍ଠି, ପାନମଧୁରୀ, କଳାଜିରାଦି ପକାଇ କାଦୁଅ ଭଳି ଚକଟି, କେତକୀ ପତ୍ରରେ ଭର୍ତ୍ତି କରି ଶୁଖାଇଲେ ଏହା ସୁବାସିତ ଖଇର ହୁଏ l ଏହାକୁ କେତକୀ ଖଇର କୁହାଯାଏ l
ଖଇରଖାଲ
ଖଇର ରଖାଯିବା ପାତ୍ର l
ଖଇରଟୋପି
ଋତୁସ୍ରାବ କାଳରେ ନାରୀ ସିନ୍ଦୂର ପରିବର୍ତ୍ତେ ମଥାରେ ପିନ୍ଧୁଥିବା ଖଇରର ଟୋପା l
ଖଇରାତଖଞ୍ଜା
ଦାନ ଦେବା ନିମିତ୍ତ ନିର୍ଦ୍ଦିଷ୍ଟ ପରିମାଣର ଖଞ୍ଜା l
ଖଇରାତି ମଠ
ଯେଉଁ ମଠ ଅତିଥିମାନଙ୍କ ଦାନରେ ପରିଚାଳିତ l
ଖଇହାକୁଟି
ଆମ୍ବିଳା ହାକୁଟି, ଅଜୀର୍ଣ୍ଣ ହାକୁଟି l
ଖଖ୍ରୋ
ଗଛ କୋରଡ l
ଖଗଡ଼ା
ଇଙ୍କର, କାଣ୍ଡଶର ତୃଣ l ପାନବରଜରେ ତାଟ ଦେବାପାଇଁ ଏହା ବ୍ୟବହୃତ ହୁଏ l
ଖଗବଳିଆ
ବଣୁଆ କୁକୁର , ବଡ଼ କୁକୁର l
ଖଚ
ଚୁଗୁଲି, ଜଣକ ବିଷୟରେ ଅନ୍ୟଜଣକୁ ମିଛସତ କହିବା l
ଖଚଡ