Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଖାଙ୍କେରୀ
ଗ୍ରାମ୍ୟ ଦେବୀ, ଏଇ ମୂର୍ତ୍ତିର ପାଟି ମେଲା ଥାଏ ପେଟ ଖଙ୍କଳା ପଡ଼ିଥାଏ l
ଖାଞ୍ଚା
୧. ପଞ୍ଜୁରି l ୨. କାଠରେ କାଠ ଯୋଡ଼ିବା ପାଇଁ କରାଯାଉଥିବା ଘରା l
ଖାଞ୍ଚି
ବେତ ବା ବାଉଁଶ ପାତିଆରେ ତିଆରି ଟୋକେଇ l
ଖାଡ଼
ପରିହାସରେ ସାଙ୍ଗ ସାଥୀଙ୍କ ଭଲ କଥାର ଉତ୍ତରରେ ବ୍ୟବହୃତ ଅଶ୍ଳୀଳ ବା ଶ୍ଳେଷାତ୍ମକ ଶବ୍ଦ l
ଖାଡ଼ମା/ଖଡ଼ମା
କୌଣସି ମେଢର କାଠ ତିଆରି ଛାଞ୍ଚର ତଳ ଅଂଶ l ଏହା ଉପରେ ମୂର୍ତ୍ତିର ଛାଞ୍ଚ ରଖି ଗଢ଼ାଯାଏ l
ଖାଡ଼ାଉପାସ
ପୂରା ଉପାସ l
ଖାଡ଼ି
୧. କାଠି, ଡ଼ାଙ୍ଗ, ଧୂଆଁପତ୍ରର ପତ୍ରାଂଶ l ୨. ବଳଦ ପିଠିରେ ଜିନିଷ ବୋହିବା ପାଇଁ ପ୍ରସ୍ତୁତ ମୁଣି l ୩. ଯୁଆଳିର ଦୁଇ ମୁଣ୍ଡରେ ଲାଗିଥିବା ଖିଲ l ୪. ଦୁଇ ପାଖରେ ଲାଗିଥିବା ଲମ୍ବ ମୁଣି l
ଖାଡ଼ିଆ
ଛୋଟମାଛ l
ଖାଡ଼ିଆଶିଙ୍ଗା
ଯେଉଁ ବଳଦର ଶିଙ୍ଗ କାଠି ପରି ସରୁ ଓ ସିଧା l
ଖାଡ଼ିଜାଲ
କାଠିଜାଲ, ଦୁଇ ଛକି ପକା କାଠିରେ ବନ୍ଧା ଯାଇଥିବା ସରୁଜାଲ l
ଖାଡ଼ିବଳଦ
ଥୋରିବଳଦ, ପିଠିରେ ଜିନିଷପତ୍ର ବୋହୁଥିବା ବଳଦ l
ଖାଡ଼ିମରା ଭାତ
କଣ୍ଟଭାତ, ଘଡ଼ିଭାତ, ପେଜଗଳା ହେଉନଥିବା ଭାତ l
ଖାଡ଼ିମରା ସଂକ୍ରାନ୍ତି
ଗର୍ଭଣା ସଂକ୍ରାନ୍ତି l
ଖାଡ଼ିଯୋତ
ସଅଳ ଦଉଡ଼ି l ଯୁଆଳିରେ ବଳଦଙ୍କୁ ଯୋଚିବା ପାଇଁ ବ୍ୟବହୃତ ଛୋଟ ପଘାଦଉଡ଼ା l
ଖାଣ୍ଡି
ମହାପ୍ରସାଦ କୁଡୁଆର ଭଙ୍ଗାଅଂଶ l
ଖାଣ୍ଡିଖିଆ
ମାଗିଖିଆ l ଖପରା ଧରି ମାଗି ଖାଉଥିବା ବ୍ୟକ୍ତି l
ଖାତ
ଖାଲ, ଗାଡ଼ l
ଖାତବନ୍ଦୀ
ମାଟିରେ ଖୋଳା ଖାତର ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତା ମପେଇ l
ଖାତି
ବିନ୍ଧାଣି, କାରିଗର l
ଖାଦ