भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଖିପ

ପାନପିକ l

ଖିରଚାଉଳ

କ୍ଷୀର ଢୋକିବା ଅବସ୍ଥାର ଧାନ ଶସ l

ଖିରା

ଆ‌ଉଟା କ୍ଷୀରରେ ଛେନା ଦେଇ ପ୍ରସ୍ତୁତ କରାଯାଉଥିବା ମିଷ୍ଟାନ୍ନ l

ଖିରି

କ୍ଷୀର ଦିଆ ଯାଉ, କ୍ଷୀର ଚାଉଳଗୁଣ୍ଡ ଓ ଚିନିମିଶା ପାୟସ l

ଖିରି

କ୍ଷୀରି, ଦୁଧ, ଅରୁଆ ଚାଉଳ ଓ ଚିନି ମିଶା ସୁଆଦିଆ ତରଳ ଖାଦ୍ୟ, ପାୟସ l

ଖିରି-ଖିରିସା

ଖିରି ଓ କାକରା, ଆରିସା ଇତ୍ୟାଦି ପିଠା l

ଖିରିଖିଆ

ଅନ୍ନପ୍ରାଶନ, ପିଲାଙ୍କର ପ୍ରଥମ ଖାଦ୍ୟ ଗ୍ରହଣ ଉତ୍ସବ l

ଖିରିପିଠା

ବିବାହ, ବ୍ରତଘରର ଭୋଜିଭାତ, ବାହାବ୍ରତ ଭୋଜିରେ ପରିବେଷିତ ଖିରି ଓ ଆରିସାପିଠା l

ଖିରିସା

କୋରା ନଡ଼ିଆ, ଅରୁଆ ଚାଉଳ ଓ ଗୁଡ଼ ଦିଆ ଅଟକାଳି l

ଖିର୍‌ପିନି

ବାଉଁଶ କବାଟ ବନ୍ଦ କରିବା ପାଇଁ ଭିତରପଟୁ ଦିଆଯାଉଥିବା କିଳା, କିଳିଣି l

ଖିଲ

୧. କିଳା, ମେଖ l ୨. ହୁଡୁକା, ଅର୍ଗଳ, କିଳିଣି l ୩. ଶଗଡ଼ର ବାକୁଲି l

ଖିଲକାତି

ଗୁଆକାତି, ଭାଙ୍ଗ ହୋ‌ଇ ରହିପାରୁଥିବା କାତି l

ଖିଲାଣ

ତୋରଣ ଉପରର ବକ୍ରାକାର ଛାତ, ଏଥିରେ କଡ଼ି ନଥାଏ l

ଖିଲ୍‌

ଚାଉଳ କୁଟା ଖଲ ଓ ପୁଆ l

ଖିଶା

ପ‌ଇସା ରଖିବାର କନାମୁଣି l

ଖୁଆ

୧. ଦହି ଗୋଳାଇବା ପାଇଁ କାଠ ଚକିଥିବା ଦଣ୍ଡ l ୨. ପେଡ଼ା ଓ ଦୁଧ ଚିନି ମିଶା ମିଷ୍ଟାନ୍ନ l ୩. ଆଉଟା ଘନ ଦୁଧ l ୪. ଇଟା ପଥରର ଛୋଟ ଛୋଟ ଖଣ୍ଡା l ୫. ଆଖୁ ଛେଦା l

ଖୁଆଡ଼

ମେଲା ଗୁହାଳ, ଗୋରୁ ରହିବାର ବାଡ଼ବନ୍ଦୀ ଜାଗା l

ଖୁଆଦ‌ଉଡ଼ି

ଦହି ମନ୍ଥିବା ସମୟରେ ଖୁଆକୁ ଓଟାରିବା ପାଇଁ ବ୍ୟବହୃତ ଦ‌ଉଡ଼ି, ଯାହାକୁ ଟାଣିଲେ ଖୁଆ ଘୂରେ l

ଖୁକୁଣ୍ଡି

ତାଳଗଜା ମଝିରେ ଥିବା ଶସ l

ଖୁଗୁରି

ଘୋଡ଼ା ପିଠିରେ ପଡୁଥିବା ମୋଟା ଲୁଗାର ଆସନ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App