भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଖେଚଡ଼

ଖଚଡ଼,ବଗୁଲିଆ, ଦୁଷ୍ଟ l

ଖେଚରା

ଖ‌ଇରେ ଲାଗିଥିବା ଧାନଚୋପା l

ଖେଚୁ(ଚେ)ଡ଼ି

ଡାଲି ମିଶା ଚାଉଳରେ ଘିଅ ଦିଆ ଭାତ l

ଖେଞ୍ଚଣା

୧. ମୂର୍ଦ୍ଦାରକୁ କେଞ୍ଚିବା ନିମିତ୍ତ ବ୍ୟବହୃତ ବାଉଁଶ ଖଣ୍ଡ l ୨. ଚୁଲିରେ ଜାଳ ଖେଞ୍ଚିବା ବାଡ଼ି, ଚୁଲିଉଖୁରା l

ଖେଣା

ଅକର୍ମଣ୍ୟ, ଅତି ବୁଢ଼ା l

ଖେତ

ଚାଷଜମି, କିଆରି, ବିଲ l

ଖେତ‌ଉଠା

କିଆରିରୁ ଫସଲଉଠା ଶେଷଦିନ, ଲକ୍ଷ୍ମୀଙ୍କୁ ପୂଜା କରାଯିବା ଭୋଗ l

ଖେଦା

୧. ପୋଥିର ପୃଷ୍ଠା l ୨. ହାତୀ ଧରିବା ପାଇଁ ଖୁଆଡ଼ l ୩. ଛୋଟ ଜୀବଙ୍କର ପଲ l ୪. ଜାଲକୁ ଥରେ ପାଣିରେ ପକାଇବା l

ଖେଦା କରିବା

ହାତୀ ଧରିବା ପାଇଁ ଖୁଆଡ଼ ପ୍ରସ୍ତୁତି l

ଖେଦାଣ

ଗୁଣିଆମାନଙ୍କ ଡ଼ାଆଣୀ ବା ଭୂତଝଡ଼ା ବେଳର ମନ୍ତ୍ରପାଠ l

ଖେପ

୧. ଗଦା l ୨. ପାହୁଣ୍ଡ l

ଖେପା

୧. ମାଛଧରା ଭଉଁରୀ ଜାଲ l ୨. ନଡ଼ିଆ, ତାଳାଦି ଗଛ ଚଢ଼ିବା ବେଳେ ଚଢ଼ାଳି ଗୋଡ଼ରେ ଦେଉଥିବା ଫାଶ ଦ‌ଉଡି l ୩. ଖାଳେଇ l

ଖେପାଜାଲ

ଭ‌ଉଁରୀଜାଲ, ଏହାକୁ ମୁଣ୍ଡପଟେ ବୁଲାଇ ପାଣିକୁ ଫିଙ୍ଗାଯାଏ ଓ ଏହାର ଡୋର ଟାଣି ପୁଣି ହାତକୁ ଅଣାଯାଏ l ଡଙ୍ଗାରେ ଚଢ଼ି ଏଇ ଜାଲରେ ମାଛ ଧରିବା ସୁବିଧାଜନକ l

ଖେମଟା

ଚାରି, ଛ‌ଅ ତାଳ ବିଶିଷ୍ଟ ବଜାଯିବା ଦ୍ରୁତ ବାଦ୍ୟ ଓ ନୃତ୍ୟ l

ଖେଳୁଆ

୧. ଗଦା ହୋ‌ଇଥିବା ମାଟିକୁ ଖାଲ ଜାଗାରେ ପକାଇବା l ୨. ଧାନ କିଆରିରେ ଘଞ୍ଚ ଗଛ ଥିବା ଗଛକୁ ଉପାଡ଼ି ଖାଲି ସ୍ଥାନରେ ରୋ‌ଇବା l

ଖେଳୁଆପଡିବା

ଗାଈ ଋତୁମତୀ ହେବା, ଗରମ ହେବା, ହଳୁଆ ହେବା l

ଖେସାରି

ଶିମ୍ବାଦି ବର୍ଗର ଡାଲି, ସାନଚଣା, ଖୋଡ଼ିଆଚଣା l

ଖୋଜ

ପଶୁ ଚାଲିଗଲା ପରେ ଭୂଇଁରେ ପଡ଼ିଥିବା ପାଦଚିହ୍ନ l

ଖୋଡ଼

ଲେଙ୍ଗେଡ଼ା, ଛୋଟା, କୁଷ୍ଠ l

ଖୋଦା(ଦେ)ଇ

କାଠ, ପଥର, ପଟା ଇତ୍ୟାଦିରେ ମୁନିଆଁ ଶସ୍ତ୍ରରେ ଖୋଳା, କମକୁଟ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App