भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଖଜଣା

କର, ଭୂସଂପତ୍ତି ର ଟିକସ l

ଖଜା

୧. ଚିନି ବା ଗୁଡ ଆଉଟା ହୋ‌ଇ ତିଆରି ହେଉଥିବା ମିଠା l ୨. ଫେଣୀ l ଶ୍ରୀଜଗନ୍ନାଥଙ୍କ ଶୁଖିଲା ମହାପ୍ରସାଦ l

ଖଜାଖିଆ

ମିଠେଇଖିଆ, ଯାତ୍ରାଖର୍ଚ୍ଚ, ବକ୍‌ସିସ୍‌ l

ଖଜାପଟା

ଖଜା ବା ମିଠେଇ ତିଆରି କରିବା ପାଇଁ ଗୁଡିଆମାନେ ବ୍ୟବହାର କରୁଥିବା ଚିକ୍କଣ କାଠପଟା l

ଖଜାପଣସ

ଉତ୍ତମ ଶସଥିବା ଟାଣୁଆ ପଣସ l

ଖଜୁରି

ତାଳାଦି ଶ୍ରେଣୀର ଡେଙ୍ଗା ଓ କଣ୍ଟାଳିଆ ପତ୍ର ଥିବା ଗଛ ଓ ତାହାର କୋଳି l ଏହାର ମଂଜି ବଡ ଓ ଚୋପା ଅତି ପତଳା l

ଖଜୁରିଆ

୧. ଇଟାକୁ ଆଡବାଗରେ ବସାଇବା ପ୍ରଣାଳୀ l ୨. ଖଜୁରିପତ୍ରର ସଜା ଶୈଳୀରେ ବାଉଁଶପାତିଆରେ ପଟି ବା ତଳଇ ବୁଣିବା ପ୍ରଣାଳୀ l

ଖଜୁରିକଣ୍ଟା

ଖଜୁରିପତ୍ର ଅଗରେ ଥିବା ମୁନିଆ କଣ୍ଟା l

ଖଜୁରିକନ୍ଦା

ଖଜୁରିଗଛର ହାଣ୍ଡିରେ ଥିବା କ‌ଅଁଳିଆ ଅଂଶ, ଯାହାକୁ କଞ୍ଚା ଚୋବେଇ ଖିଆଯାଏ l

ଖଜୁରିଗୁଡ

ଖଜୁରିରସକୁ ରାନ୍ଧି ଏଥିରୁ ପ୍ରସ୍ତୁତ ହେଉଥିବା ଗୁଡ଼ l

ଖଜୁରିଛାଲି

ଖଜୁରିଗଛ ମୂଳରେ ଥିବା ଅତି ଟାଣୁଆ ମୁନିଆଁ ଖଜୁରିପତ୍ର l

ଖଜୁରିଛାଲିଆ

କବାଟରେ ପିଟା ଯାଇଥିବା ପତଳା ମୁନିଆଁ ଲୁହାକଣ୍ଟା l

ଖଜୁରିପଟି

ଶୁଖିଲା ଖଜୁରିପତ୍ରରେ ଶୁଖାଇ ବୁଣାଯାଇଥିବା ପଟି ବା ଆସନ l

ଖଜୁରିପିଞ୍ଛ

ଖଜୁରି ପତ୍ରରେ ତିଆରି ଚ‌ଅଁର, ଛାଞ୍ଚୁଣି, ଝାଡୁ l

ଖଜୁରିରସ

ଖଜୁରି ଗଛରୁ ଝରିବା ରସ, ତାଡି l ସୂର୍ଯ୍ୟୋଦୟ ପୂର୍ବରୁ ଏହାକୁ ସଂଗ୍ରହ କରାଗଲେ ଏହାକୁ ନୀରା କୁହାଯାଏ l ସୂର୍ଯ୍ୟକିରଣ ପଡିବା ମାତ୍ରେ ଏହାକୁ ତାଡି ବା ମଦ କୁହାଯାଏ l

ଖଜ୍‌ରିଆ

ଖଜୁରି ଗଛରୁ ତାଡି ସଂଗ୍ରହ କରିବା ଜାତିର ଲୋକେ l ଚମାର l

ଖଞ୍ଜଣି

ଏକ ମୁହଁରେ ଚମଡ଼ା ଛାଉଁଣି ହୋ‌ଇଥିବା କାଠ ତିଆରି ବାଦ୍ୟଯନ୍ତ୍ର l ଏଥିରେ ପିତଳ ଗିନି ଓ ଘୁଙ୍ଗୁର ଲାଗିଥାଏ l ଏହାକୁ ଗୋଟିଏ ହାତରେ ଧରି ଅନ୍ୟ ହାତରେ ଆଙ୍ଗୁଳି ଦ୍ଵାରା ବଜାଯାଏ l

ଖଞ୍ଜଣିଭଜନ

ମେଳାଦି ଅନୁଷ୍ଠାନରେ ଖଞ୍ଜଣି ବାଦ୍ୟ ଓ ତାଳ ସହିତ ବୋଲାଯିବା ଭଜନ l

ଖଞ୍ଜା

ଚ‌ଉଦିଗରେ ଘର ବା ପାଚିରି ଘେରା ସ୍ଥାନ, ଦୁଆର, ଅଗଣା l

ଖଞ୍ଜା(ନ୍ଦା)ଶାଳ

ବହୁଲୋକ ଖାଇବା ପାଇଁ ଅଥବା ଭୋଜି ରୋଷେଇ ପାଇଁ ତାଟ ଘେରାଇ ହୋ‌ଇଥିବା ଅସ୍ଥାୟୀ ରୋଷଶାଳ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App