भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଖଡ଼ି ପଥର

ଧଳା ରଙ୍ଗର ନରମା କଳା ପଥର, ଏହାଦ୍ଵାରା ମାଟି ଉପରେ ଲେଖାଯାଇପାରେ l

ଖଡ଼ି(ରି)

ପାଲିଙ୍କି, କାଠ ସବାରି l

ଖଡ଼ିକନା

ମାଟି ମୂର୍ତ୍ତିରେ ରଙ୍ଗ କରିବା ପୂର୍ବରୁ ପିତୁଳାର ଦେହସାରା, ଖଡିଗୁଣ୍ଡ ମିଶା ପାଣିରେ ବୁଡାଯାଇ ବିଛାଯିବା କନା l

ଖଡ଼ିକା

ନଡ଼ିଆ ବା ତାଳପତ୍ରର ମଝିରେ ଥିବା ଟାଣୁଆ ଶିରା l

ଖଡ଼ିକାମୁଠା

୧. ଝାଡୁ ମୁଠା l ନଡ଼ିଆ ଖଡ଼ିକାରେ ତିଆରି ଝାଡୁ ବା ବଢ଼ିଣା l ୨. ଚୁଡ଼ା, ମୁଢ଼ି, ଖ‌ଇ ଇତ୍ୟାଦି ଭାଜିବା ପାଇଁ ବ୍ୟବହୃତ ଖଡ଼ିକା ଗୁଚ୍ଛ l

ଖଡ଼ିକାର

୧. ଗଣନାକାର, ଜ୍ୟୋତିଷ l ୨. ମୂର୍ତ୍ତିରେ ରଙ୍ଗ ଚଢ଼ାଇବା ଶିଳ୍ପୀ l

ଖଡ଼ିଗୋଟାଳି

ଖଡ଼ିର ଗୋଲ ଖଣ୍ଡ, ମାଟି ଉପରେ ଏହାଦ୍ଵାରା ଲେଖି ହୁଏ l

ଖଡ଼ିଘୋରିବା

ମାଟି ଖଡ଼ି ଗୋଟାଳି ଦ୍ଵାରା ହିସାବ କରିବା l

ଖଡ଼ିଛୁଆଁ

ବିଦ୍ୟାରମ୍ଭ ସଂସ୍କାର ଓ ଶିଶୁର ପାଠପଢ଼ା ଆରମ୍ଭ l

ଖଡ଼ିଟୋକେଇ

ବାଉଁଶର କାଠି ବା କଣିରେ ବୁଣା ଯାଇଥିବା ଟୋକେଇ l

ଖଡ଼ିଦିଆ

ତେନ୍ତୁଳି ମଞ୍ଜିଗୁଣ୍ଡ ସହିତ ଖଡ଼ି ପଥରର ଗୁଣ୍ଡ ମିଶା ରନ୍ଧା ସାମଗ୍ରୀ l ଏହାକୁ ମାଟି ମୂର୍ତ୍ତିର ଦେହସାରା ରଙ୍ଗ କରିବା ପୂର୍ବରୁ ଲେପ ଦିଆଯାଏ l

ଖଡ଼ିପାଠ

୧. ଅବଧାନଙ୍କ ନିକଟରେ ତଳେ ଖଡ଼ିଦ୍ଵାରା ଲେଖାଯିବା ପାଠ l ୨. ଅଙ୍କ ଗଣନା ବିଦ୍ୟା l ୩. ଫଳିତ ଜ୍ୟୋତିଷ ଦ୍ଵାରା ଶୁଭାଶୁଭ ନିର୍ଣ୍ଣୟ l

ଖଡ଼ିଲାଗି

ଆଷାଢ଼ କୃଷ୍ଣ ଏକାଦଶୀରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଖଡ଼ି ଲଗାଇ ଚିତ୍ର କରିବାର ଅନୁଷ୍ଠାନ l କେବଳ ମୁଦିରଥ ମାନେ ଏଇ ସେବା କରନ୍ତି l ବନକ ଲାଗି ଉତ୍ସାବ l

ଖଡୁ

ହାତ ବା ଗୋଡଗଣ୍ଠି ଉପରେ ପିନ୍ଧାଯିବା କଙ୍କଣ l

ଖଡୁ କାଢିବା

ବିଧବା ହେବା l

ଖଡୁ ଶୀତଳେଇବା

ବିଧବା ହୋ‌ଇ ହାତରୁ କାଚ ଓ ଖଡୁ ବାହାର କରିବା l

ଖଡୁକାଚହେବା

କନ୍ୟାର ବିବାହ କରିବା ଓ କାଚ, ଖଡୁ ପିନ୍ଧା l

ଖଡୁରା

୧. ଘୋଡ଼ାର ରୁମ କୁଣ୍ଡାଇବା ପାଇଁ ବ୍ୟବହୃତ ଲୁହା ପାନିଆଁ l ୨. କଂସା ବା ପିତ୍ତଳର ଖଡୁ ତିଆରି କରୁଥିବା କାରିଗର l

ଖଣତା(ତି)

୧. ମାଟି ଖୋଳିବା ଶସ୍ତ୍ର l ଏଥିରେ ଲମ୍ବା କାଠ ବା ବାଉଁଶ ବେଣ୍ଟ ଲାଗିଥାଏ, ଅଗରେ ଚ‌ଉଡ଼ା ଓ ଧାରୁଆ ଲୁହାପାତ ଲାଗିଥାଏ l ୨. ହଣ୍ଡାରେ ରୋଷେଇ ହେଲେ ତରକାରି ଘାଣ୍ଟିବା ପାଇଁ ବ୍ୟବହୃତ ବଡ଼ ଲୁହା ଖଡ଼ିକା l

ଖଣା

ମାଟିରେ ଖୋଳା ଯାଇଥିବା ଗାତ, ଖାଇ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App