Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଖରକା
ଛାଞ୍ଚୁଣି ବା ଖଡିକାରେ ସଫା ସୁତୁରା l
ଖରଖରି ଓଷା
ଚୈତ୍ରମାସ ରବିବାରରେ ଅଭିଆଡ଼ୀ ଝିଅମାନେ କରୁଥିବା ଓଷା l ଏମାନେ ସ୍ନାନ କରି ଅଁଳା ଗଛ ମୂଳେ ପୂଜା କରନ୍ତି l ସଂଜରେ ଏଠାରେ ଫଳ ଭୋଗ କରନ୍ତି, ସୋମବାରରେ ଓଷା ଉଯୁଆଁ ହୁଏ l
ଖରଡ଼
ରଥ ଚକର ଗତିକୁ ବାଧାଦେବା ପାଇଁ ଚକ ଆଗରେ ବନ୍ଧାଯିବା କାଠ ଖଣ୍ଡ l
ଖରଡ଼ା
୧. ଶାଗ ଆଦିର ଭଜା l ୨. ଘୋଡ଼ା ରୁମ କୁଣ୍ଡାଇବା ପାଇଁ ବ୍ୟବହୃତ ଲୁହା ପାନିଆଁ l
ଖରଡ଼ିଆ
କୋଡ଼ମେଇ, ଧାନ, ମୁଗ, ବିରି ଇତ୍ୟାଦି ରଖିବା ପାଇଁ ବେତ ବାଉଁଶ ପାତିଆରେ ବୁଣା ବଡ଼ ଆଧାର, ଡୋଲି l
ଖରପା
ବଢି ହେତୁ ନଈରେ ପଡ଼ିଥିବା ପଟୁ ମାଟିର ଆସ୍ତରଣ l
ଖରବଘରା
କଡ଼ା ଛୁଙ୍କ ହୋଇଥିବା l
ଖରବାର
ମଙ୍ଗଳ ଓ ଶନିବାର, ଅଶୁଭ ବାର l
ଖରମରା
କଡ଼ାମରା, ସଂପୂର୍ଣ୍ଣ ଜଳୀୟ ଅଂଶ ନଷ୍ଟ ହୋଇଥିବା ଘିଅ l
ଖରମାସ
ପୁଷମାସ ଓ ଚୈତ୍ରମାସ l
ଖରସଦା
ଦେବାଳୟ ବା ରାଜବାଟିର ଆୟବ୍ୟୟ ହିସାବକାରୀ l
ଖରାଟିଆ
ଖରାଦିନିଆଁ l
ଖରାଦିଆ
ଭାଦ୍ରବ ମାସରେ ପ୍ରଚଣ୍ଡ ଖରା ହେଉଥିବାରୁ ପେଡ଼ି ଲୁଗାକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଖରାରେ ଶୁଖାଯାଏ l
ଖରି
୧. ଏକ ଜାତୀୟ ଲମ୍ବ ତୃଣ, ଶରତ ଋତୁରେ ଏଥିରେ ଧଳା ଫୁଲ ହୁଏ l ୨. ଧାନହଳାର ଗଦା l
ଖରୁଡ଼ା
କଂସାରୀ, ଥଟାରି l
ଖରୁଡ଼ି
ଖରାଦିନିଆ ବୁଣାବୁଣି ଚାଷ l
ଖର୍ପାନି
ଶୁଦ୍ଧକ୍ରିୟାରେ ନବମ ଓ ଦଶମ ଦିନର କର୍ମ ଓ ଅନୁଷ୍ଠାନ l
ଖର୍ଲଖଟ୍
ଶେଯ ପଡ଼ିନଥିବା ଖାଲି ଖଟ l
ଖଲ
ଔଷଧାଦି ବାଟିବା ପାଇଁ ବ୍ୟବହୃତ ଖାଲୁଆ ପଥର ଖଣ୍ଡ l ଖାଲୁଆ ପଥରଟି ଖଲ ଓ ବଟା ଯିବାରେ ବ୍ୟବହୃତ ଲମ୍ବ ପଥରଟି ପୁଆ l
ଖଲି