Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଗଅ(ଇ)ନ୍ତି
ମୁନିଆଁ କାଙ୍କ, ଏଥିରେ ପଥୁରିଆ ମାଟି ଖୋଳାଯାଏ l
ଗଇ
କାନ ମଇଳା l
ଗଇଁ
ଭିଣୋଇ l
ଗଇଛିଣୀ
୧. ଦେହରେ ଛନ୍ଦିକରି ପିନ୍ଧାଯିବା ଲୁଗା l ୨. ଅରଟରେ ମାଲ ଦଉଡ଼ି ବନ୍ଧାଯିବା କାଠି ଗୁଡ଼ିକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ଦଉଡ଼ି l
ଗଇଁଠା
ଚାଉଳ ଚୂନାରେ ଜନ୍ତା ହୋଇଥିବା ପିଠା l ଏହାକୁ ଗରମ ପାଣିରେ ଛଣା ଯାଏ ଅଥବା ଅଥାରରେ ବସାଇ ସିଝାଯାଏ l ଅରୁଆ ଓ ଉଷୁନା ଉଭୟ ପ୍ରକାରର ଚାଉଳରେ ଏହା ପ୍ରସ୍ତୁତ ହୁଏ l
ଗଇଁଠାପାଉଁଶ
ଚୁଲିର ନିଆଁ ପାଉଁଶ l
ଗଇଁଠାଳ
ବରକନ୍ୟାଙ୍କ ବିବାହ ସମୟରେ କନ୍ୟାର ଓଢ଼ଣି ସହିତ ବରର ଉତ୍ତରୀୟକୁ ଏକାଠି ବାନ୍ଧି ଦିଆଯାଏ l
ଏହାକୁ ଗଇଁଠାଳ କୁହାଯାଏ l
ଗଇଁଠାଳଫିଟା
ବର କନ୍ୟାଙ୍କର ଚନ୍ଦ୍ର ବନ୍ଦାପନା ପରେ ବାହା ବେଦିରେ ପାଞ୍ଚି ଓ ବଉଳପାଟର ପଡ଼ିଥିବା ଗଣ୍ଠି ଖୋଲାଯିବା କର୍ମ l
ଗଉଡ଼ଗୋଠିଆ
ଗାଈଆଳ, ଗୋରୁ ଜଗୁଆଳ l
ଗଉଡ଼ବାଡ଼ି
ଲଉଡି ଖେଳରେ ଗୀତ ଗାଇ, ବାଡ଼ି ସହିତ ବାଡ଼ି ବାଡ଼ାଇ କରାଯାଉଥିବା ନୃତ୍ୟ, ଲଉଡି ଖେଳ l
ଗଉଡ଼ିଆଛତା
ଗଉଡ଼ ମାନେ ଗୋଠକୁ ନେଇ ଯାଉଥିବା ବଡ଼ ଆକାରର ତାଳପତ୍ର ତିଆରି ଛତା l
ଗଉଣି
ବେତ, ତମ୍ବା, ପିତଳ ତିଆରି ଶସ୍ୟାଦିର ମାପ ପାତ୍ର l ଅଞ୍ଚଳ ବିଶେଷରେ ମାପ ପରିମାଣ ମଧ୍ୟ ଭିନ୍ନ ଭିନ୍ନ l କଟକି ୨ ସେରରୁ ୮ ସେର ପର୍ଯ୍ୟନ୍ତ ପରିମାଣ ରହିଛି l ଗୌଣିର ୧୨ ଭାଗ = ଏକ କଠା, ୪୦ ଗୌଣି = ଏକ ଡୋଲି, ୮୦ ଗୌଣି = ଏକ ଭରଣ l ୨୦ ଗୌଣି = ୧ ପଉଟି l
ଗଉନ୍ତିଆ
ଗ୍ରାମର ମୁଖ୍ୟ ବ୍ୟକ୍ତି l
ଗଉରୀବେତ
ଦଣ୍ଡନାଟରେ ଭକ୍ତମାନେ ଧରୁଥିବା ବେତ l
ଗଏଳ
କଚାଘରେ ପଡୁଥିବା ମୋଟା କାଠଖୁଣ୍ଟ l
ଗଗଛ
ଗାଈ ପ୍ରଭୃତିଙ୍କ ଋତୁସ୍ରାବ l
ଗଗଡ଼ା
ଧାନବିଲ ଅଥବା ଖାଲୁଆ ସ୍ଥାନରେ ଉଠୁଥିବା ଏକ ପ୍ରକାର ଅନାବନା ଗଛ, ଯାହାର ଛୋଟ ଛୋଟ ଫଳ ପାଚିଲେ, ଏହାକୁ ମାଳି କରି ପିନ୍ଧାଯାଏ l
ଗଗରା
ତମ୍ବା ବା ପିତ୍ତଳର ବଡ଼ ଗରା l
ଗଙ୍ଗା କୂଳିଆ
ଏକ ପ୍ରକାର କାଗିଜି ଲେମ୍ବୁ l
ଗଙ୍ଗାଳ