भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘଣି

୧. ଶଗଡ଼ ଚକର ଗୁଳା l ୨. ତେଲୀ l

ଘଣ୍ଟ

କଂସା ତିଆରି ଗୋଲିଆ ବାଦ୍ୟ, ଦେବ ପୂଜା ସମୟରେ ଖଣ୍ଡିଏ କାଠିରେ ଏହା ବଜାଯାଏ l

ଘଣ୍ଟା

କଂସା ତିଆରି ପିଟା ବାଦ୍ୟ, ଏହାକୁ କାଠ ମୁଗୁରରେ ଦେବ ଦେବୀ ପୂଜା ବେଳେ ବଜାଯାଏ l

ଘଣ୍ଟି

୧. ଦେବ ଦେବୀ ପୂଜା ସମୟରେ ହାତରେ ଧରି ବଜାଯାଉଥିବା କଂସା ପିତ୍ତଳ ତିଆରି ବାଦନ ଯନ୍ତ୍ର l ଏହା ଉପରେ ବେଣ୍ଟ ଥାଏ l ତଳ ଅଂଶଟି କାହାଳୀ ପରି, ଏହା ଭିତରେ ଏକ ପିତ୍ତଳ ନାଡ଼ ଝୁଲୁଥାଏ l ଏହାର ଉପର ବେଣ୍ଟକୁ ଧରି ହଲାଇଲେ ଭିତରେ ଥିବା ନାଡ଼ ଆଧାର ସହିତ ଆଘାତ କରେ ଓ ଏହା ବାଜେ l ୨. ଅଳଂକାର ରୂପେ ବ୍ୟବହୃତ ସାନଘଣ୍ଟି l ୩. ଓଲିଆ ଗୋରୁଙ୍କ ବେକରେ ଓହଳା ଯାଇଥିବା ଶବ୍ଦକାରୀ ବାଉଁଶଖଣ୍ଡ, ଢିଙ୍କିଆ l

ଘଣ୍ଟୁଆ

୧. ଛୋଟ ଛୋଟ ଘଣ୍ଟିର ମାଳ l ୨. ଘଣ୍ଟା ବାଦକ l

ଘତ

୧. ଗତ, ବାଦ୍ୟଯନ୍ତ୍ର ଦ୍ଵାରା ସୃଷ୍ଟି ସ୍ଵରଜ୍ଞାପକ ଧ୍ଵନି, ବାଦ୍ୟ ଯନ୍ତ୍ରର ପ୍ରାଥମିକ ସ୍ଵର ସଂଯୋଗ ଗତ l ଯାତ୍ରାଦିରେ ପ୍ରଥମେ ଏପରି ବାଦ୍ୟ ବାଜେ l ୨. କୂଟ କପଟ କରି ଦାଉ ସାଧିବା l

ଘର ଛପର

ଚାଳଘରୁ ପୁରୁଣା ନଡ଼ାଦି ଉଲାରି ପୁଣି ଥରେ ଛାଆଁଣି କରିବା l

ଘରଘରୀ

ଘୁଙ୍ଗୁର ଲଗା ଅଣ୍ଟାସୂତା l

ଘରଜୁଆଇଁ

ଶଶୁର ଘରେ, ଶଶୁରଙ୍କ ଉତ୍ତରାଧିକାରୀ ରୂପେ ରହିଥିବା ବ୍ୟକ୍ତି l

ଘରଝିଅ

ରାଜା ବା ସାମନ୍ତଙ୍କ ଉଆସର ପୋ‌ଇଲୀ l ପିଲାବେଳୁ ଏମାନେ ରାଜ ଉଆସରେ ଲାଳିତା ପାଳିତା ହୋ‌ଇ ଯୌବନ ପ୍ରାପ୍ତ ହେବା ପରେ ରାଜା ବା ତାଙ୍କ ଉତ୍ତରାଧିକାରୀଙ୍କର ଅଙ୍ଗଲାଗି ଦାସୀ ହୁଅନ୍ତି l ବିବାହ ନକଲେ ବି ଏମାନେ ସ୍ତ୍ରୀ ରୂପେ ଉପଭୋଗ୍ୟା ହୁଅନ୍ତି l ଏମାନଙ୍କୁ ଘରଝିଅ, ପୋ‌ଇଲୀ, ଦାସୀ, ରକ୍ଷିତା ଇତ୍ୟାଦି କୁହାଯାଏ l

ଘରଡିହ

ଘର କରିବା ପାଇଁ ଉପଯୁକ୍ତ ଜମି l

ଘରତାତିବା

ଚାଳ ଘରେ ନିଆଁ ଲାଗି ପୋଡ଼ିଯିବା, ଘରପୋଡ଼ି l

ଘରବର

କନ୍ୟା ପାଇଁ ନିର୍ବାଚିତ ବର l

ଘରବରଦେଖା

କନ୍ୟା ପାଇଁ ବର ଓ ବରର ବୈଷୟିକ ଅବସ୍ଥା ଓ ଯୋଗ୍ୟତା ଦେଖା କର୍ଯ୍ୟ l

ଘରସାଣ୍ଠ

ପରିବାରରେ ବହୁମୂଲ୍ୟ ଉପକରଣ l

ଘରା

୧. କୌଣସି ପଦାର୍ଥ ରହିବା ପାଇଁ ଉଦ୍ଦିଷ୍ଟ ଛିଦ୍ର ବା ସ୍ଥାନ l ୨. ତୋପ ଭିତରେ ନିଆଁ ଲଗାଇବାର ସ୍ଥାନ l
୩. ଘର୍ଷଣ ହେତୁ ବସ୍ତୁରେ ହୋ‌ଇଥିବା ଗାତ l

ଘର୍‌ଢୁକା

୧. ନୂଆ ଘର ତିଆରି କରି, ଘର ପ୍ରତିଷ୍ଠା ପରେ ସେଇ ଘରେ ରହଣି l
୨. ମନୋନୀତା କନ୍ୟାକୁ ବିବାହ କରି ସ୍ଵାମୀ ନିଜ ଘରକୁ ଆଣିବା l

ଘଳିଆ

ପାଣି ଜାଗାରୁ କିମ୍ବା ନ‌ଈ ବନ୍ଧରୁ ତଳ ଅଂଶକୁ ପାଣି ବୋହିଯିବାର କଣା l

ଘଷା

୧. ଏକ ପାଖରେ କାଠି ଘଷା ଯାଇ ବଜାଯିବା ତେଲିଙ୍ଗି ବାଜା l ୨. ଚୁଡ଼ାକୁ ନଡିଆକୋରା, ଗୁଡ଼, ଅଦା, ମରିଚ, ଘିଅ ଦେଇ ଦଳିବା, ଚୂଡ଼ା ଘଷା l

ଘଷାକାଠି

୧. ତେଲିଙ୍ଗି ବାଜାର ଏକ ପାଖରେ ଘଷା ହେଉଥିବା କାଠି l ୨. ଦାନ୍ତକାଠି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App