भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘଷାଗୁଣା

ରୁଆ ବସିଥିବା ନାକଗୁଣା l

ଘଷାଗୋଠ

ସୁନା ବା ରୁପାର ଛୋଟ ଛୋଟ କଢ଼ି ଗୁନ୍ଥା ହୋ‌ଇଥିବା ଅଣ୍ଟାସୂତା l

ଘଷାପଥର

୧. ଲୁହାଦି ଶସ୍ତ୍ର ଧାର କରିବା ପାଇଁ ବ୍ୟବହୃତ ଶାଣପଥର l ୨. ପୋଖରୀ ତୁଠରେ ପାଦ ଘଷିବା ପାଇଁ ପଡ଼ିଥିବା ପଥର, ତୁଠ ପଥର l

ଘଷାମଜା

ଦେହ, ଅଳଂକାର ଏବଂ ବାସନ ଇତ୍ୟାଦିକୁ ସଫା କରିବା ପାଇଁ ଘଷିବା ଏବଂ ମାଜିବା l

ଘସି

ଜାଳେଣି ପାଇଁ ବ୍ୟବହୃତ ଗୋବରର ପିଠାକୃତି ଶୁଖିଲା ଖଣ୍ଡ l

ଘସିପରାଳି

ଓଦା ଗୋବର ଚକଟି ଘସି ପାରୁଥିବା ଲୋକ l

ଘସିଫଡ଼ା

ଶୁଖିଲା ଗୋବରର ଗୋଲାକାର ଖଣ୍ଡ l

ଘାଆଧରିବା

ମନ୍ତ୍ରଯନ୍ତ୍ର ପ୍ରୟୋଗ କରି କୌଣସି ଘାଆକୁ ଅଧିକ କ୍ଷତିଗ୍ରସ୍ତ କରିବା l

ଘାଆମୁହଁ

ଘାଆରୁ ପୂଜରକ୍ତ ବାହାରୁଥିବା ବାଟ l

ଘାଇ

୧. ନ‌ଈ ବନ୍ଧ ଭାଙ୍ଗି ପାଣି ବାଟ ମେଲାହେବା l ୨. ଭ‌ଉଁରୀ ଜାଲର ଅଗ ବା ମୁହଁ l ୩. ବନ୍ଧରେ କଟାଯାଇଥିବା ଖାଲ l୪. ଘରା, କୋଠରୀ l ୫. ଗଡ଼ନ୍ତା ପାଣିକୁ ଅବରୋଧ କରି ରଖିବା ଜଳାଶୟ l

ଘାଉଡ଼

ସାପ କାମୁଡ଼ା, ଖଣ୍ଡିଆ, କ୍ଷତ l

ଘାଗଡ଼ା

କଣ୍ଠର ଅଳଂକାର, କଣ୍ଠସ୍ଵର ବିଶେଷ l

ଘାଗଡ଼େଇବା

ବାଉଁଶବତାର ଗଣ୍ଠି ଇତ୍ୟାଦି ମାରି ସଫାକରିବା, ବତା ଫାଡିବା, ବାଉଁଶ ଓଳାଇବା l

ଘାଗୁଡ଼ି

୧. କଟି ପିନ୍ଧା ଅଳଂକାର l ୨. ଗୋଡ଼ର ଅଳଂକାର l ୩. ଅଳଂକାର ରୂପେ ବ୍ୟବହୃତ ଘଣ୍ଟି ବା ଘୁଙ୍ଗୁରର ମାଳ l

ଘାଗୁଡ଼ିମାଳ

ଗଳାରେ ଶୋଭା ପାଇବା ଭଳି ଏକ ପ୍ରକାରର ହାର l

ଘାଟ

୧. ନ‌ଈ ଘାଟ, ନ‌ଈ ତୁଠ, ଯେଉଁଠାରେ ଲୋକେ ଡଙ୍ଗା ଚଢ଼ି ପାର ଉତାର ହୁଅନ୍ତି l ୨. ଗାଧୁଆ ତୁଠର ପାହାଚ l ୩. ଦୁଇପାଖରେ ପର୍ବତ ଥିବା ସଂକୀର୍ଣ୍ଣ ଗିରିପଥ l ୪. ଶୁଳ୍କ ଅସୁଲ ସ୍ଥାନ l ୫. ସିତାର ଭଳି ବାଦ୍ୟଯନ୍ତ୍ରର ଏକ ଏକ ବିଭାଗ l ୬. ଜୀବଜନ୍ତୁମାନେ ପାଣି ପି‌ଇବା ଗଡା l

ଘାଟଡ଼ଙ୍ଗା

ନ‌ଈ ପାରି ହେବାରେ ବ୍ୟବହୃତ ଡଙ୍ଗା l

ଘାଟବାଲା

ଘାଟିଆ, ଡଙ୍ଗାରେ ପାରି କରୁଥିବା ଲୋକ l

ଘାଟି

୧. ପାହାଡ଼ ପର୍ବତର ଅଣ‌ଓସାରିଆ ବାଟ l ୨. ଦୁଃଖଦାୟକ ଅବସ୍ଥା l ୩. ଘଡ଼ିସନ୍ଧି ସମୟ l ୪. ଦାନ୍ତି, ଘରା, ଚହ୍ନ, ଦାଗ l ୫. ଛା‌ଉଣି, ଆଡ୍‌ଡ଼ା ଜାଗା l

ଘାଟିଆ

ନା‌ଉରିଆ, ମନ୍ଦିରାଦିର ଦ୍ଵାରରକ୍ଷକ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App