भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘାଟୁଆ

ଆଶ୍ଵିନ ଓ ଚୈତ୍ରମାସରେ ଦୁର୍ଗାଙ୍କ ଶାରଦୀୟ ଓ ବାସନ୍ତୀପୂଜା ସମୟରେ ଦେବୀ ନାମରେ ଉତ୍ସର୍ଗ ହୋ‌ଇଥିବା ଘଟକୁ ଧାରଣ କରି କାଳିସୀ ନିକଟରେ ରହିଥିବା ବ୍ୟକ୍ତି l

ଘାଣ୍ଟ

ସବୁ ପନିପରିବା ମିଶା ତିଅଣ l ଦୁତୀୟା ଓଷା ପରଦିନ ଏଇ ତିଅଣ କରାଯାଏ l

ଘାଣ୍ଟିହେବା

କଲବଲ, ଦହଗଂଜ ହେବା, କାଦୁଅ ପଙ୍କାଦିରେ ଲଟପଟ ହେବା l

ଘାତକ

୧. ପ୍ରାଣଦଣ୍ଡରେ ଦଣ୍ଡିତ ବ୍ୟକ୍ତିକୁ ହାଣିବା ଲୋକ l ୨. ବଳିବୋଦାକୁ ହାଣିବା ଲୋକ l

ଘାତବାର

ସପ୍ତାହର ଅଶୁଭ ବାର, କ୍ଷୟକ୍ଷତି ଘଟୁଥିବା ବାର l

ଘାରା

ପଞ୍ଜୁରି l

ଘାଲୁ

କ‌ଉଡ଼ି ଖେଳରେ ହୁଡ଼ ବସାଯାଇଥିବା କ‌ଉଡ଼ି ଗଦା l

ଘାସି

ଘାସ କାଟି ବିକୁଥିବା ଲୋକ, ଘାସ କଟାଳି l

ଘାସୀ

ମେହେନ୍ତର l

ଘିଅ

ଲହୁଣୀକୁ ନିଆଁରେ ବସାଇ ପ୍ରସ୍ତୁତ କରାଯାଉଥିବା ନିର୍ମଳ ଅଂଶ l ଥଣ୍ଡା ହେଲେ ଏହା ବସିଯାଏ, ଉଷ୍ମତା ପାଇଲେ ତରଳି ଯାଏ l

ଘିଅକୋରୁଅ

ଲହୁଣୀରୁ ଘିଅ ବାହାର କରିବା ସମୟରେ, ଘିଅ ନିଗିଡ଼ା ଯିବାପରେ ରହିଯାଉଥିବା ପୋଡା ପୋଡା କଠିନ ଅଂଶ l

ଘିଅଦୀପ

ଦେବଦେବୀ ମନ୍ଦିରରେ ଦେବପ୍ରୀତି ଉଦ୍ଦେଶ୍ୟରେ ଅର୍ପିତ ଘିଅପୂର୍ଣ୍ଣ ଦୀପ l

ଘିଚାଫୁଲ

ମ‌ଇତ୍ର, ଦୁଇସାଙ୍ଗଙ୍କର ପରସ୍ପର ପ୍ରତି ସଂବୋଧନ l

ଘିନାକିନା

ବିକାକିଣା, କାରବାର l

ଘିନିଲାଲୋକ୍‌

କ୍ରୀତଦାସ, କିଣାଚାକର l

ଘୁଙ୍ଗୁର

ଛୋଟ ଘଣ୍ଟି, ନୂପୁର l ଝଣ ଝଣ ଶବ୍ଦ କରି ପିତ୍ତଳର ଛୋଟ ଘାଗୁଡ଼ି, ଏହାକୁ ମାଳ କରି ନୃତ୍ୟ ପ୍ରଦର୍ଶନ ବେଳେ ପାଦରେ ପିନ୍ଧାଯାଏ l

ଘୁଟୁକା

ଯୋଗାଣ, ଠେକ, ଆଡ଼ିକାଠ l

ଘୁଡ଼ିକି

ଧୁଡୁକି ବାଦ୍ୟ ଏବଂ ଗୀତ ଓ ନାଚ l

ଘୁଡୁଘୁଡି

ପୁରୁଣା ପଦ୍ଧତିରେ ଧୂଆଁପିଆରେ ପାଣିରେ ବିଶୋଧିତ ଧୂମପାନ ପ୍ରଣାଳୀ l

ଘୁଡୁଞ୍ଚି

ଘୋଡିଆ, ଭାଡ଼ି l ଘର ଭିତରେ ଥିବା ବତା ଓ ବାଉଁଶ ତିଆରି ଭାଡ଼ି l ଏହାର ତଳେ ଓ ଉପରେ ବିଭିନ୍ନ ଘରକରଣା ଜିନିଷ ରଖାଯାଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App