भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘୁଣ

କାଠ, ଶସ୍ୟ, ଇତ୍ୟାଦିକୁ ଖାଇ ନଷ୍ଟ କରୁଥିବା ପୋକ, କାଠପୋକ l

ଘୁଣ୍ଟି

ବୋତାମ, କନା ବା ସୂତାରେ ତିଆରି ବୋତାମ l ଘୁଣ୍ଡି l

ଘୁନ୍‌ଚି

ଅଣ୍ଟାସୂତା, କଟିସୂତ୍ର, ନାରୀମାନେ ଅଣ୍ଟାରେ ପିନ୍ଧୁଥିବା ଅଳଂକାର l

ଘୁମ

ମାଟି ତିଆରି ସରୁମୁହାଁ ଓ ବଡ଼ ପେଟ ଥିବା ଉଚ୍ଚ ମାଟିପାତ୍ର l ଏଥିରେ ପାଣି, ଏବଂ ଶସ୍ୟାଦି ରଖାଯାଏ l

ଘୁମୁରା

୧. ଏକ ପ୍ରକାର ଆଦିବାସୀ ନାଚ l୨. ଏକ ପ୍ରକାର ବାଦ୍ୟ l ମାଠିଆ ମୁହଁରେ ଚମଡ଼ା ଛାଆଣି ହୋ‌ଇ ଏଇ ବାଦ୍ୟ ତିଆରି ହୋ‌ଇଥାଏ l ଗୀତ ସହିତ ଏଇ ବାଦ୍ୟ ବଜାଯାଏ ଓ ଆଦିବାସୀମାନେ ଏଇ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରନ୍ତି l

ଘୁମ୍‌ରାନାଚ

ନୂଆଖାଇ ଓ ଚିତାଲାଗି ଅମାବାସ୍ୟାରେ ଆରମ୍ଭ ହେ‌ଉଥିବା କଳାହାଣ୍ଡି ଜିଲ୍ଲାର ଏକ ପ୍ରଖ୍ୟାତ ଲୋକନୃତ୍ୟ l ସରୁମୁହାଁ ମାଠିଆରେ ଗୋଧି ଚମଡ଼ା ଛାଉଣି ଘୁମୁରା ନାମକ ବାଦ୍ୟ ଏହାର ମୁଖ୍ୟ ବାଦ୍ୟ l ଉଠାଣ, ମଡ଼ାଣ ଓ ଛିଡ଼ାଣ – ଏହାର ତ୍ରିବିଧ ଆଧାର l ପଶୁପକ୍ଷୀ ଓ ପ୍ରାକୃତିକ ପରିବେଶାଦିର ଚିତ୍ର ଏହାର ଗୀତରେ ଫୁଟିଉଠେ l ଏଥିରେ ଦଳେ ନୃତ୍ୟ କରନ୍ତି ଓ ଦଳେ ଗୀତ ଗାଇବା ସହିତ ଘୁମୁରା ବଜାନ୍ତି l ଘୁମୁରା ସହିତ ଝାଞ୍ଜ ମଧ୍ୟ ବଜାଯାଏ l ଗାଈଛନ୍ଦ, ବଗଡ଼ିଆଁ, ବାଘଡ଼ିଆଁ ଇତ୍ୟାଦି ପଶୁପକ୍ଷୀଙ୍କର ବିବିଧ ଅଙ୍ଗଭଙ୍ଗୀ ଏହାର ବିଶେଷତ୍ଵ ପ୍ରତିପାଦନ କରେ l

ଘୁଷୁରିଆପଟି

ଖଜୁରି ପତ୍ରରେ ବୁଣା ଯାଇଥିବା ଛୋଟ ମସିଣା, ଏକ ପ୍ରକାରର ଆସନ, ଶୋ‌ଇବା ଓ ବସିବା ପାଇଁ ବ୍ୟବହୃତ ହୋ‌ଇଥାଏ l

ଘୁଷ୍କୀ

ଗୋପନରେ ପରପୁରୁଷଗାମିନୀ ବ୍ୟଭିଚାରିଣୀ ନାରୀ l କାମୁକୀ ନାରୀ l

ଘେର

୧. ଚ‌ଉହଦି ଘେରା ହୋ‌ଇଥିବା ସ୍ଥାନ l ୨. ଶିକାର ପାଇଁ ଚାରିପଟ ଘେରା ସ୍ଥାନ l ୩. ଦ‌ଉଡ଼ି ଦ୍ଵାରା ବନ୍ଧନ l

ଘେରବେଣ୍ଟ

ଲୋକଙ୍କୁ ଚାରିପାଖରୁ ଘେରାଇ, ପଶୁମାନଙ୍କୁ ତଡି ଶିକାର ଏକ ପ୍ରଣାଳୀ l

ଘେରା

ଥର, ଚାରିପଟେ ବୁଲିବା l

ଘେର୍‌ଡ଼ି

ଗୁରୁଡ଼ି ଆମ୍ବ, ଛୋଟ ଆମ୍ବ l

ଘୋଟଣା

୧. ବାଟଣ l ୨. କୁଣ୍ଡିରେ ଭାଙ୍ଗ ଆଦିକୁ ଘୋଟିବା ପାଇଁ ବ୍ୟବହୃତ ଦଣ୍ଡ, ଖୁଆ l ୩. ବିଲରେ କାମ କରୁଥିବା ଲୋକଙ୍କ ପାଇଁ ଘରୁ ବିଲକୁ ନିଆଯାଉଥିବା ଖଦ୍ୟ l

ଘୋଡ଼

ଖୋଳ, ଓଢଣ, ଦେବ ବିଗ୍ରହଙ୍କୁ ଶୀତଦିନେ ଲାଗୁ ହେଉଥିବା ବସ୍ତ୍ର l

ଘୋଡ଼ଙ୍ଗ

ଖେଚର, ଘୋଡ଼ା ଆକୃତିର ବଣ ପଶୁ l ଘୋଡ଼ା କାନଠାରୁ ଏହାର କାନ ଲମ୍ବ, ବେକ କେଶ ଗୁଡ଼ିକ ଠିଆ ଠିଆ ହୋ‌ଇଥାଏ l

ଘୋଡ଼ଚି

ଘୁଡୁଞ୍ଚି’ ଦେଖ l

ଘୋଡ଼ଣୀ

ଢାଙ୍କୁଣୀ, ଆଚ୍ଛାଦନ ବସ୍ତ୍ର l

ଘୋଡ଼ଲାଗି

ଓଢଣଷଷ୍ଠୀରେ ଦିଅଁଙ୍କୁ ଶୀତବସ୍ତ୍ର ପିନ୍ଧାଇବା l

ଘୋଡ଼ସବାର

ଘୋଡ଼ାରେ ଚଢୁଥିବା ଅଥବା ଘୋଡ଼ାକୁ ମଣ କରୁଥିବା ବ୍ୟକ୍ତି l

ଘୋଡା

୧. ଘୋଟକ l ୨. କଦଳୀ ଗଛର କଟା ଗଣ୍ଡି l ୩. ବନ୍ଧୁକର ଘୋଡ଼ିଆ l ୪. ସତରଞ୍ଜ ଖେଳର ଗୋଟି l ସେ ଥରକେ ଅଢେଇ ଘର ଚାଲେ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App