भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘୋଡାନନ୍ଦ

କୂଅର ମୁହଁ ଉପରେ ରହିଥିବା ମାଟି ବା ପଥର ତିଆରି ନନ୍ଦ l

ଘୋଡ଼ାନାଚ

ଚୈତ୍ର ମାସରେ କୈବର୍ତ୍ତ ସଂପ୍ରଦାୟ ଦ୍ଵାରା ଅନୁଷ୍ଠିତ ଘୋଡ଼ପୂଜା ଓ ଘୋଡା ତିଆରି ସହିତ ଏହାର ନାଚ l ଏହା ଅତି ଚିତ୍ତାକର୍ଷକ ନାଚ l ଏଥିରେ ଜଣେ ଗାୟକ, ଜଣେ ପାଳିଆ, ଜଣେ ରାଉତ ଓ ଜଣେ ରାଉତାଣୀ ଥାଆନ୍ତି l ଢୋଲ, ମହୁରୀ ଏବଂ ଯୋଡିନାଗରା ବାଦ୍ୟବାଜେ l ଏମାନେ ବିଭିନ୍ନ ପୌରାଣିକ ଆଖ୍ୟାନ ଗାଇଥାନ୍ତି l ମଧ୍ୟେ ମଧ୍ୟେ ଢଗ, ଢମାଳି ଆଦି ଗାଇ ସୁନ୍ଦର ଅଭିନୟ କରନ୍ତି l ବାଉଁଶ ବତାରେ ତିଆରି ଘୋଡ଼ା ଭିତରେ ପଶି ଜଣେ ଏହାକୁ ନଚାଏ l

ଘୋଡାନାଲ

ଘୋଡାଖୁରାରେ ଲୁହାକଣ୍ଟା ଦେଇ ମରାଯାଇଥିବା ଅର୍ଦ୍ଧ ବୃତ୍ତାକାର ଲୁହାପାତ l

ଘୋଡାପୋକ

୧. ପଙ୍ଗପାଳ, ବଡ଼ ଝିଣ୍ଟିକା l ୨. ଗ‌ଉଡୁଣି ପୋକ l

ଘୋଡିଆ

୧. ଦୁଇ ବାଉଁଶକୁ ଛକି ଦେଇ କୌଣସି ପ୍ରବେଶ ସ୍ଥାନରେ ତିଆରି କରାଯାଉଥିବା ଅବରୋଧ l କେବଳ ମଣିଷମାନେ ଏହାକୁ ଡେଇଁ ଯାଇପାରନ୍ତି, ଗାଈ, ଗୋରୁ, ମ‌ଇଁଷି ଇତ୍ୟାଦି ଏହାକୁ ଡେଇଁ ଯାଇପାରନ୍ତି ନାହିଁl ୨. ସାଧାରଣ ଚାଳଘରେ ବର୍ତ୍ତମାନର ବେଞ୍ଚ୍ ପରି ବାଉଁଶ ତିଆରି ଉଠାଭାଡ଼ି, ଯାହାକୁ ସହଜରେ ସ୍ଥାନାନ୍ତର କରାଯାଏ ଓ ଘରର ପେଡ଼ି, ପେଟରା ଇତ୍ୟାଦି ଜିନିଷପତ୍ର ଏହା ଉପରେ ରଖାଯାଏ l
୩. କବାଟ ଝରକାଦି ବନ୍ଦ କରିବା ପାଇଁ ବ୍ୟବହୃତ ଢିଙ୍କିଆ l

ଘୋଡୀ

୧. ମାଈ ଘୋଡ଼ା l ୨. କଦଳୀ କାନ୍ଦିର ଲମ୍ବ ଡେମ୍ଫ l ୩. କିଆ ଗଛର କଟାଗଣ୍ଡି l

ଘୋରଣା

୧. ଘୋରିବା ଡଙ୍କା, ଅଣକ l ୨. ଚକି, ପେଷଣା ଯନ୍ତ୍ର l ଏହାର ତଳ ଓ ଉପର ଦୁଇପଟ ଗୋଲ ପଥର ଥାଏ l ତଳ ପଥରର ମଝିରେ ଖୁଣ୍ଟ ଥାଏ l ଏହା ଚକିଖୁଣ୍ଟି ବା ମାଣିଖୁଣ୍ଟ l ଏହା ଉପରେ ଉପର ଚକିଟି ରଖାଯାଏ, ଏଥିରେ ଥିବା ଗାତରେ ଶସ୍ୟାଦି ରଖାଯାଇ ଉପର ଚକିଟିରେ ଲାଗିଥିବା କାଠିଟି ଧରି ଘୂରାଯାଏ l ଏଇ କାଠିକୁ ଚକିକାଠି କୁହାଯାଏ l

ଘୋରାସଜ

ଶିଶୁମାନଙ୍କ ପାଇଁ ସଂଗୃହିତ ଟୁଣୁକା ଔଷଧ l

ଘୋଳ

ମୁହାଁ ହୋ‌ଇଥିବା ବସାଦହି, ଘୋଟା ହୋ‌ଇ ଲହୁଣୀ ବାହାର କରାଯାଇଥିବା ବସାଦହି l

ଘୋଷରା ପୋଲ

କାଜ l ପୋଲ ତିଆରି ନ‌ହୋ‌ଇ ପାଣି ଯିବା ପାଇଁ ସଡକରେ ଯେଉଁ ଅଂଶଟି ଖାଲୁଆ ବା ଗଡ଼ାଣିଆ ହୋ‌ଇଥାଏ l

ଘୋଷା

୧. ପାନମହୁରୀ l ୨. ଗୀତର ପଦକୁ ବାରମ୍ବାର ଆବୃତ୍ତି କରିବା, ପାଠ ମୁଖସ୍ଥ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App