Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଘଅଡ଼ିବା
ଘଉଡ଼େଇ ଦେବା l
ଘଇଆ
ଖଣ୍ଡିଆ ଖାବରା l
ଘଇତା
ସ୍ଵାମୀ, ଭର୍ତ୍ତା, ପତି l
ଘଇତି
ସ୍ଵାମୀ ବ୍ୟତୀତ ପର ପୁରୁଷକୁ ସ୍ଵାମୀ କରିଥିବା ନାରୀ l
ଘଇତେଈ
ବହୁ ପୁରୁଷଙ୍କୁ ସ୍ଵାମୀ କରିଥିବା ନାରୀ l
ଘଟ
୧. ଧାତୁ ବା ମାଟିରେ ତିଆରି ମାଠିଆ l ୨. ଶୁଦ୍ଧିଘରେ ତିନି କାଠିଆ ଉପରେ ନଅଦିନ ପର୍ଯ୍ୟନ୍ତ ସ୍ଥାପିତ ହୋଇ ପାଣି ପଶୁଥିବା ଓ ଦଶଦିନରେ ପାଣିରେ ଫିଙ୍ଗା ହେଉଥିବା ତଳେ ଛିଦ୍ର ଥିବା ମାଠିଆ l ୩. ଦେବୀ ପୂଜା ପାଇଁ ସ୍ଥାପିତ ମାଠିଆ l
ଘଟ
ପୂଜା ପାଇଁ କଳସ ସ୍ଥାପନ l
ଘଟପାଟୁଆ
୧. ଏକ ଲୋକନୃତ୍ୟ l ୨. ଘଟ ସ୍ଥାପନ କରି ପୂଜା ଓ ପାଟୁଆ ନୃତ୍ୟ l
୩. ସାରଳା, ମଙ୍ଗଳା ପ୍ରଭୃତି ଠାକୁରାଣୀଙ୍କ ରାଉଳ ଓ ପଣ୍ଡା ସେବକମାନେ ଅର୍ଦ୍ଧନାରୀ ଅର୍ଦ୍ଧପୁରୁଷ ବେଶରେ ଗାଁ ଗାଁ ବୁଲି ଘଣ୍ଟ ବଜାଇ ପ୍ରଦର୍ଶନ କରୁଥିବା ପାଟୁଆ ନୃତ୍ୟ l ଚୈତ୍ରମାସ ସାରା ଏହା ଅନୁଷ୍ଠିତ ହୁଏ ଓ ବୈଶାଖ ସଂକ୍ରାନ୍ତି ଦିନ ଏହା ଉଦ୍ଯାପିତ ହୁଏ l
ଘଟପୂଜା
କଳସୀକୁ ଦେବ-ଦେବୀଙ୍କ ବିଗ୍ରହ ରୂପେ ପରିକଳ୍ପନା କରି ପୂଜା l
ଘଟି
ମଳି ଛଡ଼ାଇବା ପାଇଁ ଦେହରେ ଲଗାଯିବା ଚୂନା l
ଘଟୁଆରି
ଜଗନ୍ନାଥଙ୍କ ସେବା ପୂଜା ପାଇଁ ଚନ୍ଦନ ଘୋରି ଯୋଗାଉଥିବା ସେବକ ବିଶେଷ l
ଘଡ଼(ଡ଼େ)ଇ
ପାଣି ବୁହାଳି ସେବକ l
ଘଡ଼ା
୧. କଳସାକାର ମାଟିପାତ୍ର l ୨. ମଦ ସଂଗ୍ରହ ଓ ସଂରକ୍ଷଣ ପାଇଁ ବ୍ୟବହୃତ ମାଟିପାତ୍ର l
ଘଡ଼ି
୧. ଛୋଟ ମାଟିପାତ୍ର l ୨. ଏକ ପ୍ରହରର ଚାରି ଭାଗରୁ ଭାଗେ ଦୁଇ ଦଣ୍ଡ ପରିମିତ ସମୟଖଣ୍ଡ l
ଘଡ଼ିଆ
ସୁନା ବା ରୁପା ଆଉଟିବା ପାଇଁ ବ୍ୟବହୃତ ମାଟି ପାତ୍ର, କୋଇ l
ଘଡ଼ିବାଣ
ଆଲୁମିନିୟମ ଗୁଣ୍ଡ, କାଠ କୋଇଲା, ଯବକ୍ଷାର ଗୁଣ୍ଡ ମିଶାଇ ଛୋଟ ମାଟି ଘଡ଼ିରେ ଭର୍ତ୍ତି କରାଯାଏ ଓ ଏହାର ମୁହଁକୁ ଅଠା କାଗଜରେ ବନ୍ଦ କରାଯାଏ, କାଗଜକୁ ସାମାନ୍ୟ ଖୋଲି ନିଆଁ ଲଗାଇଲେ ଏଥିରେ ଥିବା ବାରୁଦ ଖୁବ୍ ଜୋର୍ରେ ଫୁଲ ଫୁଟିବା ଭଳି ଉପରକୁ ଉଠେ l ଦିଅଁଙ୍କ ରୋଷଣି ଓ ବରଯାତ୍ରା କାଳର ରୋଷଣିରେ ଏଇ ବାଣ ଫୁଟାଯାଏ l
ଘଡ଼ୋଞ୍ଚି
ପାଣିକୁ ବିଶୋଧନ କରିବା ପାଇଁ ବ୍ୟବସ୍ଥିତ ଜଳଯନ୍ତ୍ର l ତିନିଟି ବାଉଁଶ ଖଣ୍ଡକୁ ଭାଡ଼ି କରି ଠିଆ ବାଗରେ ରଖାଯାଏ l ଏହାର ତିନୋଟି ଥାକରେ ତିନୋଟି ମାଠିଆ ରଖାଯାଏ l ପ୍ରଥମ ମାଠିଆରେ ଅଙ୍ଗାର, ଦ୍ଵିତୀୟ ମାଠିଆରେ ବାଲି ପଶି କଣା କରାଯାଇଥାଏ l ଉପର ମାଠିଆରେ ପାଣି ପୂରାଇଲେ ତାହା ଛିଦ୍ର ବାଟେ ଦ୍ଵିତୀୟ ମାଠିଆ ଓ ଶେଷରେ ତଳ ମାଠିଆରେ ପଶିଥାଏ l
ଘଣା
ପାରମ୍ପରିକ ରୀତିରେ ତେଲପେଡ଼ା ହେବା ନିମିତ୍ତ ଯନ୍ତ୍ର l କେବଳ ତେଲୀ ଜାତିର ଲୋକଙ୍କର କୌଳିକ ବୃତ୍ତି ତେଲ ପେଡ଼ା ଥିଲା ଓ ସେମାନେ ଘଣାରେ ତେଲ ପେଡୁଥିଲେ l
ଘଣା ପକାଇବା
ନଡ଼ିଆ, ସୋରିଶ, ବାଦାମ ଆଦି ତୈଳ ବୀଜରୁ ତେଲ ବାହାର କରିବା ପାଇଁ ଘଣା ଯନ୍ତ୍ର ଚାଳନ କରିବା l
ଘଣାଯୋଚା