भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜେଠାପା

ଦଦେଇ, ବଡ଼ବାପା l

ଜେଠାପୁଅ

ବାପାଙ୍କ ବଡ଼ଭାଇଙ୍କ ପୁଅ, ଦଦେଇ ପୁଅ l

ଜେଠାଶୁର

ସ୍ଵାମୀ ବା ସ୍ତ୍ରୀଙ୍କ ଦଦେଇ, ବଡ଼ବାପା l

ଜେଠେଇ

ଦଦେଇଙ୍କ ପତ୍ନୀ, ଦେଠେଈ l

ଜେମା

ରାଜାଝିଅ, ରାଜକୁମାରୀ, ଜେମାଦେଈ l

ଜେରା

ଧମକେଇ ପଚାରିବା l

ଜୋ‌ଅଳ

ଲଙ୍ଗଳ ଲୁହା ରହିବା ପାଇଁ ଲଙ୍ଗଳମୁଣ୍ଡାରେ କରାଯାଇଥିବା ଲମ୍ବା ଘରା ଓ ଏହା ଉପରେ ମରାଯାଇଥିବା ଜୋକିଆ କଣ୍ଟା l

ଜୋକା

୧. ଥଣ୍ଡା ହେତୁ ଦାନ୍ତ ମୂଳରେ ହୋ‌ଇଥିବା ଫୁଲା l ୨. ଦୋମୁନିଆଁ ବଙ୍କା କଣ୍ଟା l

ଜୋକାଠି

ତନ୍ତରେ ଲୁଗାବୁଣା ବେଳେ ଯେଉଁ କାଠି ଦ୍ଵାରା ଭରଣି ସୂତାର ଶେଷ ମୁଣ୍ଡକୁ ଟାଣିସୂତା ସହିତ ଟାଣି କରି ରଖାଯାଏ l

ଜୋଖମୁହଁ

ଜୋଡମୁହଁ l

ଜୋଗଣ

ରାଜାଙ୍କର ମଣୋହି ଭୋଜନ l

ଜୋଗଣହାରୀ

୧. ରାଜାଙ୍କ ରାନ୍ଧୁଣିଆ l ୨. ଜଗନ୍ନାଥଙ୍କ ସେବକ ସୁଆର, ଏମାନେ ରୋଷେଇ ପାଇଁ ପରିବା କଟା ବେସରବଟା କାମ କରିଥାନ୍ତି l

ଜୋଗା

ଯୋଗ୍ୟ, ପାରଙ୍ଗମ l

ଜୋଗାଡ଼

୧. ଝିଅ ଶାଶୁଘର ଯିବାବେଳେ ବାପଘରୁ ତା ସହିତ ଯିବା ଭାରଥୋର l ୨. ଦେବତା ବା ରାଜାଙ୍କ ଖାଦ୍ୟ ରନ୍ଧା ପାଇଁ ବିବିଧ ଉପକରଣରେ ବ୍ୟବସ୍ଥା l ୩. ରାଜାଙ୍କୁ ପ୍ରଦତ୍ତ ଉପହାର l

ଜୋଟଜାଟ

୧. ଯୋଗାଡ଼ଯନ୍ତ୍ର l ୨. ମିଳାମିଶା, ମିଳନ l

ଜୋଡ଼ବାନ୍ଧିବା

ଜୀବ ବା ବସ୍ତୁକୁ ଜୋଡ଼ା, ଜୋଡ଼ା କରିବା l

ଜୋଡ଼ବିଜୋଡ଼

ଅସଜଡ଼ା, ଏକ ଜୋଡାର ଏକ ବସ୍ତୁ ସହିତ ରଖାଯାଇଥିବା, ଅଗମୂଳ କରି ରଖାଯାଇଥିବା l

ଜୋଡମୁହଁ

ଜୋଡା ହୋ‌ଇଥିବା ଦୁଇ ବସ୍ତୁକୁ ଏକାଠି କରିବା l

ଜୋଡା

୧. ପତିପତ୍ନୀ l ୨. ହଳେ ପଶୁ l ୩. ଏକ ବସ୍ତୁ ଭଳି ଅନ୍ୟ ଏକ ବସ୍ତୁ l ୪. ପିନ୍ଧା ଲୁଗା ଓ ଓତା l

ଜୋଡା ଦିହୁଡ଼ି

ଯୁଗ୍ମ ମଶାଲ, ଯାଉଁଳି ମଶାଲ l ଦୁଇ ଶାଖା ଥିବା ମଶାଲ, ରାଜାଙ୍କ ପଟୁଆରରେ ଦୁଇ ପାଖରେ ଜଳାଯାଉଥିବା ମଶାଲ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App