भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜୋଡ଼ି

୧. ଦୁଇ, ଯୁଗଳ l ୨. ବଗିରେ ଲାଗିଥିବା ଦୁଇଘୋଡ଼ା l ୩. ଅଣ ଓସାରିଆ ଜଳାଶୟ l

ଜୋଡି ମାରିବା

ପଛ ଦୁଇ ଗୋଡ଼ରେ ଏକ ସମୟରେ ନାତ ମାରିବା l

ଜୋଡ଼ିନାଗରା

ଏକ ସମୟରେ ଜଣେ ବାଦ୍ୟକାରଙ୍କ ଦ୍ଵାରା ବଜାଯାଉଥିବା ଦୁଇଟି ନାଗରା l

ଜୋଡିବସିବା

୧. ପଶା ଖେଳରେ ଗୋଟିଏ ଘରେ ଜଣେ ଖେଳାଳିଙ୍କର ଦୁଇଟି ଗୋଟି ଏକାଠି ବସିବା l ୨. ଘନିଷ୍ଟ ଭାବରେ ସାଙ୍ଗ ହେବା l

ଜୋଡିମହୁରି

୧. ଜଣେ ଲୋକ ଏକ ସମୟରେ ବଜାଉଥିବା ଦୁଇଟି ମହୁରି l ୨. ଏକ ସ୍ଵରରେ ବାଜୁଥିବା ଦୁଇଟି ମହୁରି l

ଜୋତ

୧. ଯାଉଁଳି ଦ‌ଉଡ଼ି l ୨. ଯୋଡ଼ ଦ‌ଉଡ଼ି, ଯାହାଦ୍ଵାରା ଶଗଡର ଝୁରାମୁଣ୍ଡି ସହିତ ଜୁଆଳି ଏବଂ ହଳର ଜୁଆଳି ସହିତ ଈଷକୁ ବାନ୍ଧି ଦିଆଯାଏ l ୩. ବିଲରୁ ଖଳାକୁ ଧାନହଳା ବାନ୍ଧି ଆଣିବାରେ ବ୍ୟବହୃତ ଦ‌ଉଡ଼ି l୪. ପ୍ରଜା ଦଖଲୀ ଜମି, ର‌ଇତି ଜମି l

ଜୋତ ଆବାଦ କରିବା

ଜମି ଚାଷ କରିବା l

ଜୋତା ପଡିଯିବା

ଲୁହା, ପଥରରେ ଆଘାତ ପାଇ ଧାରୁଆ ଶସ୍ତ୍ରର ଧାର ପଡିଯିବା, ଧାର ମୁଣ୍ଡା ହୋ‌ଇଯିବା l

ଜୋର

ଜୋଡ, ବିସ୍ତୃତ ଜଳାଶୟ, ନୟନଯୋଡି, ପାଣିନାଳ l

ଜୋଳି

ଲଙ୍ଗଳ ପିଛିକିଳା l

ଜ୍ଞାତି

ସ୍ଵଜନ, ସ୍ଵଗୋତ୍ର, ଆତ୍ମୀୟ, ଉତ୍ତରାଧିକାରୀ l

ଜ୍ଞାତିକୁଟୁମ୍ବ

ଭାଇଆ, ପରିବାରର ଲୋକ l

ଜ୍ଞାତିବନ୍ଧୁ

ରକ୍ତ ସଂପର୍କର ଭାଇଆ, ବିବାହ ସମ୍ବନ୍ଧ ଥିବା ବନ୍ଧୁ l

ଜ୍ଞାତିଭାଇ

ଜ୍ଞାତି କୁଟୁମ୍ବ, କୁଟୁମ୍ବୀ; ବହୁ ପୁରୁଷରୁ ଭାଇ ଲେଖା ବ୍ୟକ୍ତି l

ଜ୍ଞାନପାଇବା

୧. କିଶୋର କିଶୋରୀ ହିତାହିତ ବୁଝୀବା ଭଳି ବୟସରେ ପହଞ୍ଚିବା l ୨. କନ୍ୟା ପ୍ରଥମ ଋତୁମତୀ ହେବା l

ଜ୍ଞାନମଞ୍ଜି

ଚା‌ଉଳ, ଧାନାଦି ଶସ୍ୟ l

ଜ୍ଞାନହେବା

୧. ଚୈତନ୍ୟ ଲାଭ ହେବା l ୨. ହେତୁ ହେବା l ୩. ବାଳକ ବାଳିକା ବୟଃପ୍ରାପ୍ତ ହେବା l

ଜ୍ୟେଷ୍ଠାଂଶ

ବାପାମାଆଙ୍କର ଶ୍ରାଦ୍ଧାଦି ଦେବା ନିମିତ୍ତ, ପୈତୃକ ସଂପତ୍ତିରୁ ଅନ୍ୟ ଭାଇମାନଙ୍କଠାରୁ ବଡ ଭାଇ ପାଇବା ସଂପତ୍ତିର ଅଧିକ ଅଂଶ l

ଜ୍ୟୋଷ୍ଠା

୧. ପ୍ରଥମ ବିବାହିତା ସ୍ତ୍ରୀ l ୨. ତାରଯୁକ୍ତ ବାଦ୍ୟ ବିଶେଷ l ୩. ବହୁପତ୍ନୀ ଭିତରୁ ପତି ଯାହାକୁ ଅଧିକ ଭଲ ପାଆନ୍ତି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App