भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜଡ଼ି

ଔଷଧ ରୂପେ ବ୍ୟବହୃତ ଚେରମୂଳି l

ଜଡ଼ି କରିବା

ମନ୍ତ୍ର ଔଷଧାଦି ପ୍ରୟୋଗ କରି ଅନ୍ୟକୁ ବଶୀଭୂତ କରିବା l

ଜଡ଼ିବୁଟି

ତୁଟୁକା ଔଷଧ, ଜଡ଼ି ମନ୍ତ୍ରାଦି, ଚେର ମୂଳ ଔଷଧର ବଟିକା l

ଜଡ଼ିମୁଣି

ସାପୁଆ କେଳାମାନେ ସାପ ବିଷ ଝଡ଼ାଇବାକୁ ପ୍ରତିଷେଧକ ଗଦ ଓ ଚେରମୂଳି ରଖିଥିବା ମୁଣି l

ଜନ୍ତ

୧. ଚାଷ ଜମିରେ ପାଣି ଯୋଗାଇବା ପାଇଁ, ତାଳ ବା ନଡ଼ିଆ ଗଣ୍ଡି ଖୋଳା ହୋ‌ଇ ତିଆରି ହୋ‌ଇଥିବା ନୋଧା l୨. ମଣ୍ଡା, କାକରାଦି ପିଠା ତିଆରି ପାଇଁ ସିଝା ଯାଇଥିବା ଖଳି l ୩. କମାରର ନିଆଁ ଭାଟି l

ଜନ୍ତର୍‌

ଦେବ ଦେବୀ ପୂଜା ପାଇଁ ପୂଜା ଭୂମିରେ କଟାଯାଇଥିବା ମଣ୍ଡଳ, ଯନ୍ତ୍ର l

ଜନ୍ତା

୧. ମୂଷା, ନେ‌ଉଳାଦି ଧରିବା ପାଇଁ ଲୁହା ବା କାଠ ତିଆରି ଯନ୍ତ୍ର l ୨. କମାରର ନିଆଁଭାଟି, ନିଆଁକୁ ପବନ ଯୋଗାଉଥିବା ମୁଣା l ୩. ତାରକସୀ କାମ ପାଇଁ ବଣିଆ ବ୍ୟବହାର କରୁଥିବା କଣା ଥିବା ଚ‌ଉଡ଼ା ଲୁହାଖଣ୍ଡ l ୪. କାଠଚିରା ପାଇଁ ଡେରା ଯାଇଥିବା ଗଡ଼କୁ ଧରିରଖିବା ପାଇଁ ବ୍ୟବହୃତ ତିନିକୋଣିଆ କାଠଘରା l

ଜନ୍ତାଳ

୧. ଠାକୁରାଣୀଙ୍କ ପ୍ରଦତ୍ତ ପଶୁବଳିରେ ରନ୍ଧା ହୋ‌ଇଥିବା ସମୂହ ଭୋଜି l
୨. ଚା‌ଉଳ, ପରିବା, ଡାଲି ଆଦି ଭେଦା କରି ଗ୍ରାମ୍ୟ ଦେବତା ବା ଦେବୀଙ୍କ ନିକଟରେ ଅନୁଷ୍ଠିତ କୋଠଭୋଜି l

ଜନ୍ତିବା

୧. ଗରମ ପାଣିରେ ଚାଉଳଚୂନା ପକାଇ ପିଠା ପାଇଁ ଖଳି ତିଆରି କରିବା l
୨. ସୁନା, ରୁପାର ତାରକୁ ଜନ୍ତାରେ ପୂରାଇ ବିଭିନ୍ନ ଅଳଂକାର ତିଆରି ପାଇଁ ରୂପ ଦେବା l

ଜନ୍ତୁ

ହିଂସ୍ର ପଶୁ l

ଜନ୍ତୁଣି

ପିଠା ଖଳି l

ଜନ୍ମଦିନ

ଜନମ ହୋ‌ଇଥିବା ଦିବସ, ଏଇ ଦିବସରେ ପାଳିତ ଉତ୍ସବ, ଦେବଦେବୀ ପୂଜା ଓ ସତ୍ୟପୀର ପାଲାଦି ଅନୁଷ୍ଠାନ l

ଜପ

୧. ମନ୍ତ୍ରାଦିର ବିଧି ପୂର୍ବକ ଉଚ୍ଚାରଣ l ୨. ଜପାମାଳା ଧରି ଇଷ୍ଟମନ୍ତ୍ର ଆବୃତ୍ତି l ୩. ମନେ ମନେ ମନ୍ତ୍ର ଓ ନାମ ଉଚ୍ଚାରଣ l

ଜପାମାଳି

ମନ୍ତ୍ର ଜପ କରିବା ପାଇଁ ଗୋଟି ଗୋଟି କରି ଗୁନ୍ଥା ଯାଇଥିବା ମାଳି l ପ୍ରଥମେ ବଡ଼ ମାଳିଟିଏ ପରେ ପରେ କ୍ରମଶଃ ଛୋଟମାଳି ଏଥିରେ ଗୁନ୍ଥା ଯାଇଥାଏ l ଗଣନା କରି ଜପ କରିବା ପାଇଁ ଏହା ବିଶେଷ ସହାୟକ l ଜପାମାଳ,ଜପାମାଳା l

ଜବରଦସ୍ତ

ଜୋରକରି l

ଜବରୀ

ଜିଦ୍‌ଖୋର ସ୍ତ୍ରୀ l

ଜବା

୧. ଛେଳି, ମେଣ୍ଢାର ବେକକୁ ତଳପଟୁ କାଟିବା l ୨. ମୁସଲମାନମାନେ ଛେଳି, ମେଣ୍ଢାର କୋରାନ୍‌ ମତରେ ବେକ କାଟିବା l

ଜବାବଦେବା

୧. ଗୁରୁଜନଙ୍କ ବାକ୍ୟରେ ଉତ୍ତର ଦେବା l ୨. ପ୍ରତିବଚନ ପ୍ରକାଶ କରିବା l ୩. ପ୍ରତିଶ୍ରୁତି ଦେବା l

ଜମକ

୧. ଯାତ୍ରାରେ ବହୁଲୋକ ଯାତ୍ରା ଦେଖିବା ପାଇଁ ଏକତ୍ର ହେବା l ୨. ଯାତ୍ରା ଭିଡ଼, ଗହଳି l

ଜମଜମାଣି

ଏକ ପ୍ରକାରର କ‌ଉଡି ଖେଳ l ଏଥିରେ ଭୂଇଁରେ ଗାର କାଟି, କ‌ଉଡି ମୁଠା କରି ପକାଇ ସାର ଚଲାଯାଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App