भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜାଗାସାଙ୍ଗ

ଆଖଡା ଘରର ସାଥି l

ଜାଗିରି

୧. ନିର୍ଦ୍ଦିଷ୍ଟ ସେବା କାମ ପାଇଁ ବେତନ ବଦଳରେ ପାଇଥିବା ଜମି l ୨. ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ରାଜାଙ୍କ ଠାରୁ ପୁରସ୍କାର ସ୍ଵରୁପ ପ୍ରାପ୍ତ ନିଷ୍କର ଭୂମି l

ଜାଗିରିଖିଆ

ସେବାକାର୍ଯ୍ୟ ପାଇଁ ଜାଗିରି ଜମିର ଭୋକ୍ତା ବା ଜାଗିରି ଭୋଗକାରୀ l

ଜାଗିରିଦାର

ଜାଗିରି ଭୋକ୍ତା l

ଜାଗୁଲି

ପତୁଲି, ମହଣା, ବସାଦହି ବସାଇବା ନିମିତ୍ତ ଚ‌ଉଡ଼ାମୁହାଁ ମୋଟାଳିଆ ମାଟିପାତ୍ର l

ଜାଗୁଳାଈ

୧. ଗ୍ରାମ୍ୟଦେବୀ, ଯୋଗିନୀ l ୨. ଶ୍ରାବଣ ମାସ କୃଷ୍ଣପକ୍ଷ ପଞ୍ଚମୀରେ ଗାଁ ଦାଣ୍ଡରେ ପିଠା ଭୋଗ ଖାଉଥିବା ଦେବୀ l

ଜାଗୁଳାଈ ପଞ୍ଚମୀ

ଜାଗ୍ରଦ୍‌ ଗୌରୀ ପଞ୍ଚମୀ; ଶ୍ରାବଣ କୃଷ୍ଣ ପଞ୍ଚମୀ, ଜାଗୁଳାଈଙ୍କ ପିଠା ଭୋଗ ଖାଉଥିବା ଉତ୍ସବ l

ଜାଡ

ଶୀତ, ଥଣ୍ଡା l

ଜାଡଦିନ

ଶୀତଦିନ l

ଜାଡଲୁଗା

ଶୀତବସ୍ତ୍ର, ଘୋଡିହେଲା l

ଜାଡ଼ୀ

କାଲୁଣୀ, ମୂକ ନାରୀ l

ଜାଡ଼ୀଖାନି ଓଷା

କାର୍ତ୍ତିକ ମାସର ପଞ୍ଚକରେ ନାରୀମାନଙ୍କ ଆଚରିତ ବିଷ୍ଣୁବ୍ରତ, ରାଇଦାମୋଦର ପୂଜା, ଦାମୋଦର ବ୍ରତ l

ଜାଡୁଆ

୧. ଖନା, ଜଡ, କାଲ, ମୂକ ଲୋକ l ୨. କାଳିସୀ l ଦୋଳ ପୂର୍ଣ୍ଣମୀରେ ଗୋପାଳଙ୍କ ଗୋଠ ସମୟରେ କେତେକଙ୍କୁ ଜାଡୁଆ ଲାଗେ, ସେମାନଙ୍କ ଉପରେ କାଳିସୀ ସବାର ହୁଏ, ସେମାନେ ତାତିଲା ନିଆଁରେ ଚାଲନ୍ତି l

ଜାତ

୧. ଯାତ, ଯାତ୍ରା l ୨. ବହୁଜନ ଗହଳି ଥିବା ମେଳା ମହୋତ୍ସବ l ୩. ନାଟ ତାମସା l ୪. ଦେବଦେବୀଙ୍କ ବିବିଧ ଉତ୍ସବ l

ଜାତକ

୧. ଜନ୍ମ ପତ୍ରିକା, କୋଷ୍ଠି l ୨. ଜନ୍ମିତ ପିଲାର ଶୁଭାଶୁଭ ନିର୍ଣ୍ଣୟ ପତ୍ରିକା l ଏହା ତାଳ ପତ୍ରରେ ଜ୍ୟୋତିଷଙ୍କ ଦ୍ଵାରା ପ୍ରସ୍ତୁତ ହୋ‌ଇଥାଏ l ଏଥିରେ ଜନ୍ମ ସମୟ, କାଳ, ରାଶି, ନକ୍ଷତ୍ରାଦି ଲେଖାଯାଇଥାଏ l

ଜାତକ ଦେଖିବା

ଫଳିତ ଜ୍ୟୋତିଷ ମତରେ ଜ୍ୟୋତିଷ ଜାତକକୁ ପରୀକ୍ଷା କରି ଶୁଭାଶୁଭ ନିର୍ଣ୍ଣୟ କରିବା l

ଜାତକ ମେଳ

ବିବାହ ପ୍ରସ୍ତାବରେ ବର ଓ କନ୍ୟାଙ୍କର ବିବାହ ପାଇଁ ଉଭୟଙ୍କର ଗ୍ରହ, ଲଗ୍ନ, ରାଶି ପ୍ରଭୃତି ମିଳାଇବା l

ଜାତକ ସୁଝିବା

କନ୍ୟାଙ୍କର ଜାତକ ଗଣନା କରି ବିବାହ ଅନୁକୂଳ ହେବା |

ଜାତକର୍ମ

ହିନ୍ଦୁ ସଂସ୍କାରରେ ଦଶକର୍ମ ମଧ୍ୟରୁ ଏକ ସଂସ୍କାର l ଦଶବିଧ କର୍ମ ମଧ୍ୟରୁ ଜନ୍ମ ସମୟରେ ଅଥବା ବ୍ରତଘର ସମୟରେ କରାଯାଉଥିବା ସଂସ୍କାର l

ଜାତିଆ

ଉନ୍ନତ ମାନର l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App