भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜାମୁକିନଳି

କତା ଦ‌ଉଡ଼ା ଦ୍ଵାରା ନିଆଁଲଗା ଯାଉଥିବା ନଳିଥିବା ବନ୍ଧୁକ l

ଜାମୁଡାଳିନାଚ

ଶବର ଶବରୁଣୀଙ୍କ ନାଚ, କେଳାର ହାବୁଡ଼ାନାଚ l ଏଥିରେ କେଲୁଣୀ ଓ ଶବରୁଣୀ ହାତରେ ଜାମୁଡ଼ାଳ ଧାରଣ କରିଥାନ୍ତି l

ଜାର(ଲ)ମହୁରା

ଚରଡ଼ ପକ୍ଷୀ ପେଟରୁ ବାହାରୁଥିବା ଏକପ୍ରକାର କଳା-ହଳଦିଆ ମିଶା ଟାଣୁଆ ପଦାର୍ଥ l ସାପକାମୁଡ଼ା ଜାଗାରେ ଏହାକୁ ଲଗାଇଦେଲେ ଏହା ବିଷ ଶୋଷି ନିଏ l ସାପ ବିଷ ଟାଣି ସାରିଲେ କ୍ଷତ ସ୍ଥାନରୁ ଏହା ଆପେ ଆପେ ଖସିପଡେ l

ଜାଲ

୧. ଜୀବଜନ୍ତୁ, ମାଛ ପ୍ରଭୃତି ଧରିବା ପାଇଁ ସୂତା ତିଆରି ଫାନ୍ଦ l ୨. ଫାଶ l ୩. ବୁଢୀଆଣୀ ସୂତା l ୪. କେଉଟମାନଙ୍କ ଦ୍ଵାରା ବୁଣା ହୋ‌ଇଥିବା ଭ‍ଉଁରୀ ଜାଲ l

ଜାଲତି

୧. ଛୋଟ ଜାଲ l ୨. ଫଳକୁ ବାଦୁଡି କବଳରୁ ରକ୍ଷା କରିବା ପାଇଁ ଗଛରେ ଘେରା ଜାଲ l ୩. ଫଳ ତୋଳିବା ପାଇଁ ଯାଇଥିବା ଲଗି ଅଗରେ ବନ୍ଧା ହୋ‌ଇଥିବା ଜାଲପାଚିଆ, ଖୁଣ୍ଟୁଣି l ୪. ବାଆଁରା, ଗୋରୁ, ବାଛୁରୀଙ୍କ ମୁହଁରେ ବନ୍ଧାଯିବା ତୁଣ୍ଡି l

ଜାଲପୋଳୁହ

ମାଛ ଧରିବା ପାଇଁ ତିନି କାଠିଆ ଛକି ଓ ବନ୍ଧା ଯାଇଥିବା ଜାଲ l

ଜାଲଫାଶ

୧. ଜାଲଫାନ୍ଦ, ଜାଲର ଘରା l ୨. ଫାଶ ଲାଗିଥିବା ଜାଲ, ଏହାର ଦ‌ଉଡାକୁ ଭିଡିଲେ ଏହା ସଂକୁଚିତ ହୋ‌ଇଥାଏ l

ଜାଲବାଡ଼

ମାଛ ଡେଇଁ ନଯିବା ପାଇଁ ଜଳାଶୟ ସୀମାରେ ଦିଆଯାଇଥିବା ଜାଲର ଘେର l ଖୁଣ୍ଟ ପୋତି ଏଇ ଜାଲ ଟଙ୍ଗାଯାଇଥାଏ l

ଜାଲମୁଣା

ଜାଲ ତିଆରି ଥଳି, ମୁଣି, ଗାଞ୍ଜିଆ l

ଜାଲି

୧. ସୁନାରୁପାର ତାରକସୀ କାମ l ୨. ଜାଲ ଭଳି ପତଳା ଆବରଣ l ୩. ଛୋଟ ଛୋଟ କଣାଥିବା ଜାଲ l ୪. ଝରକା, ଜଳାକବାଟି l ୫. ଘରର ଛପର ବତାସରେ ଉଡି ନଯିବା ପାଇଁ ନଡା ଉପରେ ଦିଆଯାଇଥିବା ବତା l

ଜାଲିଆ

୧. ଜାଲ ଦ୍ଵାରା ମାଛ ମାରୁଥିବା ଲୋକ, କେଉଟ l ୨. ଠକ, କପଟିଆ l

ଜାଲିକାମ

ତାରକସୀ କାମ l

ଜାଲିଚଟୁ

ଝାଞ୍ଜରା, କଣାଥିବା ଗୋଲିଆ ଓ ବେଣ୍ଟଲଗା ଚଟୁ l ପିଠା ଛାଣିବା ପାଇଁ ଏଇ ଚଟୁ ବ୍ୟବହୃତ ହୁଏ l

ଜାଲିନଥ

ନାରୀମାନେ ନାକରେ ବାଁପଟେ ପିନ୍ଧୁଥିବା ଜାଲିକାମକରା ନୋଥ l

ଜିଅଳ

୧. ବନିଶୀ ଖଡ଼ା l ୨. ବନିଶୀ କଣ୍ଟାରେ ଗୁନ୍ଥା ହୋ‌ଇଥିବା ଛୋଟ ଜୀଅନ୍ତା ମାଛ l
୩. ଲଙ୍ଗଳ ଲୁହାକୁ ଚାପି ରଖିବା ପାଇଁ ଲଙ୍ଗଳମୁଣ୍ଡାରେ ମରାଯାଇଥିବା ଜୋକିଆ କଣ୍ଟା l

ଜିଉନ୍ତିଆ

୧. ଅଶିଣ କୃଷ୍ଣ ୭ମୀ, ଭାଦ୍ରବ ଶୁକ୍ଳ ଷଷ୍ଠୀରେ ପାଳିତ ବ୍ରତ l ଆଶ୍ଵିନ କୃଷ୍ଣ ୭ମୀରେ ନାରୀମାନେ ଭାଇ ଜିଉନ୍ତିଆ ଓଷା କରନ୍ତି ଓ ଭାଇର ମଙ୍ଗଳ ମନାସ କରନ୍ତି l ଭାଇ ଏମାନଙ୍କୁ ନବବସ୍ତ୍ର ପ୍ରଦାନ କରନ୍ତି l ଭାଦ୍ରବ ଶୁକ୍ଳ ୬ଷ୍ଠୀରେ ପୁଅ ଜିଉନ୍ତିଆ ପୁତ୍ରବତୀ ନାରୀଙ୍କ ଦ୍ଵାରା ପାଳିତ ହୁଏ ଏବଂ ଏମାନେ ଏକଗଣ୍ଠିବିଶିଷ୍ଟ ସୂତାକୁ ରକ୍ଷାକବଚ ରୂପେ ବେକରେ ପକାନ୍ତି l ୨. ଆଶ୍ଵିନ କୃଷ୍ଣାଷ୍ଟମୀ ବ୍ରତ l ୩. ଜିଉନ୍ତିଆ ଓଷାରେ ନାରୀମାନେ ବେକରେ ପକାଉଥିବା ଏକଗଣ୍ଠିଆ ସୂତା l

ଜିତାଷ୍ଟମୀ

ଆଶ୍ଵିନ ମାସର କୃଷ୍ଣ ଅଷ୍ଟମୀ, ମୂଳାଷ୍ଟମୀ, ଶାରଦୀୟ ଦୁର୍ଗାପୂଜାର ଆରମ୍ଭ ହୁଏ l ଦୁତିବାହନ ପୂଜା ହୁଏ l ସନ୍ତାନବତୀ ନାରୀମାନେ ସନ୍ତାନର ମଙ୍ଗଳ କାମନା କରି ଏଇ ଓଷା ପାଳନ କରନ୍ତି l

ଜିଭା

୧. ଶଗଡ ଦଣ୍ଡାରେ ଲାଗିଥିବା ଫଳି l ୨. ଘଣାର ଗଣ୍ଡିରେ କତୁରୀକୁ ଘେରିଥିବା ଅର୍ଦ୍ଧ ବୃତ୍ତାକାର କାଠ ଖଣ୍ଡ, ଯାହା ଘଣା ଗଣ୍ଡିର ଚାରିପଟେ ବୁଲୁଥାଏ l

ଜିଭିଗଜା

ଏକ ପ୍ରକାର ମିଠା ଗଜା l

ଜୀଉଆନ୍‌ବା

୧. ଚେତା ଫେରାଇ ଆଣିବା, ଚେତା କରାଇବା l ୨. ମଲା ଲୋକର ଅବସ୍ଥା ଜାଣିବା ପାଇଁ ଛାଇ ଡାକିବା ପ୍ରଥା l ମଲା ଲୋକର ଆତ୍ମୀୟମାନେ ସରୁବାଲିକୁ ସମାନ କରି ଏହା ଉପରେ ଦୀପଜାଳି ଗୋଟାଏ ହାଣ୍ଡି ଉଗୁଡ଼ାଇ ଦିଅନ୍ତି l କିଛି ସମୟ ପରେ ହାଣ୍ଡିକୁ କାଢି, ବାଲିରେ ପଡିଥିବା ଚିହ୍ନକୁ ଦେଖି ମଲାଲୋକର ସ୍ଥିତି କହି ପାରନ୍ତି l ଏହା ଓଡିଶାର ଏକ ଲୋକପ୍ରଥା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App