Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଝକା
କାଳିସୀ ଲାଗିଥିବା ବ୍ୟକ୍ତି ପିନ୍ଧିଥିବା ଘାଘରା l
ଝକ୍ମକି
ଅରଣି ପଥର l ଦିଆସିଲି ବାହାରିବା ପୂର୍ବରୁ ଏଇ ପଥରରେ ପଥର ଘଷି ବା ଆଘାତ କରାଇ ତହିଁରୁ ନିଆଁ ବାହାର କରାଯାଉଥିଲା l
ଝଗଡ଼
ରାଜା ବା ସାମନ୍ତଙ୍କ ସ୍ନାନନୀତି l
ଝଗଡ଼ା
କଜିଆ, କଳିତକରାଳ l
ଝଗଡ଼ାଲଗା
କଳିହା, କଜିଆଖୋର ଲୋକ l
ଝଗା
ଶାଢ଼ୀର ସାମନାପଟ ଖୋଷଣିର କୁଞ୍ଚ l
ଝଗୁଆ
ମାଟିବୁହା ଟୋକେଇ, ଗାଣ୍ଡୁଆ | ଏଥିରେ ମାଟି ଗୋବରାଦି ବୁହାଯାଏ l
ଝଙ୍କା
ଅଗଭୀର ବଡ଼ ଟୋକେଇ, ବେତା, ବାଉଁଶ ତିଆରି ଭାତଛଣା ବେତା l
ଝଜି
ଛୋଟଗାମୁଛା, ଝାଡଣ l
ଝଟା
ସରୁସରୁ ଗଛର ସରୁ ଡାହି, ଝାଟି l ଝଟା କାଟି ଶୁଖାଇ ଜଳାଯାଏ l
ଝଡ଼ା
୧. ଭୂତ, ପ୍ରେତାଦିଙ୍କୁ ମନ୍ତ୍ର ଦ୍ଵାରା ଝାଡିବା l ୨. ଅତ୍ୟନ୍ତ ଶୁଖିଲା ଝଡା ନଡିଆ l ୩. ବର୍ଷକରେ ଥରେ ନଡିଆ ଗଛର ଅନାବଶ୍ୟକ ବାହୁଙ୍ଗା, ଶିପ, ଚଅଁରାଦି ଝାଡି ଗଛ ପରିଷ୍କାର କରିବା l ୪. ଝାଡୁକରା ଅଳିଆ l ୫. ଗଛରୁ ଫୁଲ, ପତ୍ର, ଫଳାଦି ଝଡିବା l ୬. ବାଳୁଙ୍ଗା ଧାନ ବଛାବଛି l ୭. ମାଛରୁ କାତି, କଣ୍ଟା ଇତ୍ୟାଦି ବାହାର କରିବା l
ଝଡ଼ାଫୁଙ୍କା
ଡାଆଣୀ, ଚିରଗୁଣୀ ଇତ୍ୟାଦି ଲାଗିଲେ, ଗୁଣିଆମାନଙ୍କ ଦ୍ଵାରା ଭୂତ, ପ୍ରେତ ଓ ଡାଆଣୀ ଝଡାଇବା ପ୍ରଥା l ଘା’ ପାଚିଲେ, ପେଟ ଟାଣିଲେ, କିମ୍ବା ଜର ପୀଡା ହେଲେ ଝଡ଼ା ଫୁଙ୍କା କରି ରୋଗ ଭଲ କରାଯିବା ରୀତି l
ଝଡାବେସର
ମାଛ ଭଜାରୁ କଣ୍ଟା କାଢି, ତହିଁରେ ବଟା ସୋରିଷ ଦେଇ କରାଯାଉଥିବା ତରକାରି l ଏହାକୁ ମଧ୍ୟ ଝଡାମହୁର କୁହାଯାଏ l
ଝଣତା
ଚିଆଁ ପଖାଳ l ତବତଭାତ ଗରମ ଥିବା ଅବସ୍ଥାରେ ତହିଁରେ ପାଣି ପୂରାଇ ଦେଲେ ତାକୁ ଝଣତା ବା ଚାଇଁ ପଖାଳ କୁହାଯାଏ l
ଝବା
୧. ଛୋଟ ମାଠିଆ ବା କଳସୀ l ୨. ଫସଲ; କ୍ଷେତରେ ଠାଏ ଠାଏ ବହଳିଆ ଓ ଠାଏ ଠାଏ ପତଳା ହୋଇଥିବା ଅବସ୍ଥା l ୩. ନାରୀମାନେ ମଥାରେ ପିନ୍ଧୁଥିବା ଏକ ପ୍ରକାରର ଅଳଙ୍କାର l
ଝମକ ଝୁଣ୍ଟିଆ
ନାରୀମାନେ ଗୋଡ ଆଙ୍ଗୁଠିରେ ପିନ୍ଧୁଥିବା ଝରାଲଗା ରୁପା ଅଳଙ୍କାର l
ଝମ୍ପାଣ
ଗର୍ଭଣା ସଂକ୍ରାନ୍ତି ଦିନ ଗୁଣିଆ ବା ସାପୁଆ କେଳାମାନେ ବିଷଧର ସାପକୁ ମନ୍ତ୍ର ଦ୍ଵାରା ନିୟନ୍ତ୍ରଣ କରାଇ ନିଜ ବେକରେ ସାପ ଗୁଡ଼ାଇ ମନ୍ତ୍ରଶକ୍ତି ପ୍ରଦର୍ଶନ କରିବାର କ୍ରିୟା l
ଝମ୍ପାନ୍
ପାହାଡିଆ ସ୍ଥାନରେ ବ୍ୟବହୃତ ଦୋଳାକୃତି ଖଟିଆ l ଧନୀ, ରୋଗୀ ଅଥବା ବୟସ୍କ ଲୋକମାନଙ୍କୁ ଖାଲଢିପ ଥିବା ପାହାଡିଆ ସ୍ଥାନରେ ଯାତାୟାତ କରାଇବା ନିମିତ୍ତ ଏଇ ପ୍ରକାରର ଖଟିଆ ବ୍ୟବହୃତ ହୁଏ l ଏହା ଉପରେ ରୋଗୀ, ଧନୀ ଅଥବା ବୟସ୍କ ଲୋକଙ୍କୁ ବସାଇ, ଏହାକୁ ବାହକମାନେ କାନ୍ଧରେ କାନ୍ଧାଇ ବହନ କରି ନେଇଥାନ୍ତି l
ଝରକଲମ
ସ୍ୟାହି ପଶୁଥିବା କଲମ, ଏଥିରେ ଥିବା ସ୍ୟାହି ଲେଖିବା ବେଳେ ଝରଝର ହୋଇ ତଳକୁ ଝରେ ଓ ମୁନରେ ପହଞ୍ଚିବା ଦ୍ଵାରା ସହଜରେ ଲେଖିହୁଏ l
ଝରା