भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଠିଅ

ଠେସ l ଠେକ l କୌଣସି ଜିନିଷକୁ ଟେକି ରଖିବାକୁ ଭୂଇଁରୁ ଲଗା ଯାଇଥିବା କାଠ ବା ବାଉଁଶ ଖଣ୍ଡ l

ଠିଆକରତ

କାଠ ଗଡ଼କୁ ଠିଆ ବାଗରେ ରଖି ଏଥିରୁ ପଟା ତିଆରି କରିବାରେ ବ୍ୟବହୃତ କରତ, ଯାହାକୁ ଠିଆ ହୋ‌ଇ ଦୁଇଜଣ ଟାଣି ଓଟାରି କାଠ ଚିରନ୍ତି l ଜଣେ କାଠର ଉପର ପଟେ ଓ ଜଣେ ତଳପଟେ ଠିଆ ହୁଏ l

ଠିଆକୋରଣା

ଗଛ କୋରଣା l କୌଣସି କାଠ ପଟା ଅଥବା ପିଢ଼ା ଉପରେ ଉପରମୁହାଁ ହୋ‌ଇ ରହିଥିବା କୋରଣା l ଏଇ କୋରଣା ଲୁହାରେ ତିଆରି ଓ ଏହାର ଦାନ୍ତୀ ଥାଏ l

ଠିଆପାଲା

ଠିଆହୋ‌ଇ ଅନୁଷ୍ଠିତ ହେଉଥିବା ପାଲା ଅନୁଷ୍ଠାନ l ଏଥିରେ ଛ‌ଅଜଣ କଳାକାର ଥାନ୍ତି, ଜଣେ ଗାୟକ, ଜଣେ ବାୟକ ଓ ଅନ୍ୟ ଚାରିଜଣ ପାଳିଆ l ଗାୟକ ଚାମର ଧାରଣ କରିଥାନ୍ତି, ବାୟକ ମୃଦଙ୍ଗ ବଜାଇ ତାଳ ରକ୍ଷା କରିଥାନ୍ତି, ପାଳିଆମାନେ ପାଳି ଧରନ୍ତି ଓ ଝାଂଜ ବଜାନ୍ତି l

ଠିଆପୁଚି

ବାଳିକା/ଯୁବତୀମାନେ ଠିଆ ଠିଆ ଖେଳୁଥିବା ପୁଚି l ଏମାନେ ମୁଣ୍ଡରେ ହାତ ଛନ୍ଦିଥାନ୍ତି ଓ ଦୁଇ ଗୋଡ଼କୁ ଆଗ ପଛ ବିସ୍ତାର କରି ଗୀତ ଗାଇ ସଂଚାଳନ କରନ୍ତି l ଏହା ଅତ୍ୟନ୍ତ କୌତୂହଳ ଉଦ୍ଦୀପକ ଖେଳ l

ଠିଆମରୁଡ଼ି

ଧାନ ଗଛରୁ କେଣ୍ଡା ବାହାରିଥିବା ଅବସ୍ଥାରେ, ଉପଯୁକ୍ତ ପରିମାଣର ଜଳ ପାଇବାରୁ ବଂଚିତ ହେଲେ ଗଛ ମରିଯିବା ଅବସ୍ଥା l

ଠିକିରି

ଗଞ୍ଜେଇ ଟାଣିବା ବେଳେ ଚିଲମର କଣ୍ଠରେ ଦିଆଯାଉଥିବା ଛୋଟ ଗୋଡ଼ି l

ଠୁଆ

ତନ୍ତ୍ର, ମନ୍ତ୍ର ପ୍ରୟୋଗ କରି ଅନ୍ୟର କ୍ଷୟ କ୍ଷତି ସାଧନ l

ଠେକ

୧. ଠିଅ, ଢିରା, ଅବଲମ୍ବନ l ୨. କାଠ ବା ଗଛର ଆଡ଼ବାଗ l ୩. ପଥର ବା କାଠଗଡ଼କୁ ଉଠାଇବା ପାଇଁ ଏହା ତଳେ ରଖା ଯାଉଥିବା ଛୋଟ ପଥର ବା କାଠଖଣ୍ଡ l

ଠେକର

ଲମ୍ବ କାଠ କିମ୍ବା ପଥର ରଖିବା ପାଇଁ ଏହା ତଳେ ଆଡ଼ ବାଗରେ ଦିଆ ଯାଉଥିବା ଆଡ଼ିକାଠ ବା ଆଡ଼ି ପଥର l

ଠେକରା

ଚଉକି ବା ଖଟ ଇତ୍ୟାଦି ଢକଢକ ହେଉଥିଲେ, ଭୂଇଁରେ ଲାଗୁନଥିବା ଗୋଡ଼ ବା ପାଖ ତଳେ ଦିଆ ଯାଉଥିବା ପତଳା କାଠ l

ଠେକା

୧. ପାଗ, ପଗଡ଼ି l କୃଷକ, ଶ୍ରମିକମାନେ ମାଟି, କାଠ, ବୋଝ, ଧାନ ଇତ୍ୟାଦି ବୋହିବା ପାଇଁ ଅଥବା ଖରାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଗାମୁଛାରେ ବାନ୍ଧୁଥିବା ପଗଡ଼ି l ୨. ମାଟି ତିଆରି ଘଡ଼ି, ଠେକି l
୩. ମୋଟା କାଠ ଇତ୍ୟାଦିକୁ ଫଟାଇବା ନିମିତ୍ତ ଛେଲ ଉପରେ ଆଘାତ ଦେବାକୁ ବ୍ୟବହୃତ ହେଉଥିବା ବଡ଼ ମୁଗୁର l ୪. ହାବେଳି ବାଣର ମୁଣ୍ଡରେ ବନ୍ଧାଯିବା ନାଗନଳି ବା ନକ୍ଷତ୍ର ବା ନଳି l

ଠେକି

ମାଟି ତିଆରି ଘଡ଼ି, ଠେକି l

ଠେଙ୍କା

ଢିପଜମି, ଉଚ୍ଚଭୂମି l

ଠେଙ୍ଗା

ବାଉଁଶ ବା କାଠର ଲମ୍ବା ବାଡ଼ି l

ଠେଙ୍ଗାଭୂତ

ଅବିବାହିତ ଲୋକ ମରିଯିବା ପରେ ହେଉଥିବା ପ୍ରେତ l

ଠେଙ୍ଗେଣି

ଠେଙ୍ଗୁଣି, ଛୋଟ ଠେଙ୍ଗା l

ଠେଟେଲ୍‌

ଦଣ୍ଡ ନାଟରେ ହାସ୍ୟରସ ସୃଷ୍ଟି କରୁଥିବା ଚରିତ୍ର l

ଠେପା

କିଳା, ଖୁଣ୍ଟି, ମେଖ, ଖିଲ, ଗୋଜ l

ଠୋଲା

ଦନା l ପତ୍ର ତିଆରି ଆଧାର l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App