भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଡାଲିଆ

ବେତ, ବାଉଁଶ ପାତିଆ, କୋରଟ ଇତ୍ୟାଦିରେ ବୁଣା ଛୋଟ ଡାଲା l ଏଥିରେ ସାଧାରଣତଃ ଗୋରୁଙ୍କୁ ଖାଦ୍ୟଶସ୍ୟ ସାମଗ୍ରୀ ଖାଇବାକୁ ଦିଆଯାଏ l

ଡାଲିଭାତ

ସାଧାରଣ ଲୋକଙ୍କର ବିବାହ ବ୍ରତାଦି ଉତ୍ସବରେ ପ୍ରଦତ୍ତ ଭୋଜିଭାତ l

ଡାଳମାକୁଡ଼ି. ଡାଳମାଙ୍କୁଡ଼ି

୧. ଗୋଟିଏ ଡାଳରୁ ଅନ୍ୟ ଡାଳକୁ ମାଙ୍କଡ଼ଙ୍କ ପରି ଡିଆଁ ଡେଇଁ କରି କରାଯିବା ଏକ ପ୍ରକାର ଖେଳ l ସାଧାରଣତଃ ଗଛଚଢା ଜାଣିଥିବା ବାଳକମାନେ ଏଇ ଖେଳ ଖେଳନ୍ତି l ୨. ପିଲାମାନେ ଗଛର ଛୋଟ ଡାଳ ଦେହରେ ବାନ୍ଧି ନାଚିବା ଖେଳ l

ଡାଳି

୧. ଛୋଟ ଡାଳ l ୨. ତରାଜୁ ବା ଦଣ୍ଡିର ଅଧା ଅଂଶ l ୩. ନିଆଁ ଜଳା ହେଉଥିବା ମାଟି ପଲମ ବା ଉହ୍ମେଇ l ୪. ଏକ ପ୍ରକାର ଶିକାର ପ୍ରଣାଳୀ l ଏଥିରେ ଶିକାରୀମାନେ ନିଆଁ ଉହ୍ମେଇ ମୁଣ୍ଡେଇ ବୁଲନ୍ତି ଓ ହରିଣ ଆସିଲେ ତାକୁ ଶିକାର କରନ୍ତି l

ଡାଳି ପାରିଧି

ଶିକାରୀମାନେ ମୁଣ୍ଡରେ ନିଆଁ ଉହ୍ମେଇ ଧରି ରାତିରେ କରୁଥିବା ଶିକାର l

ଡାଳି ପୋହଳା

ମାଳି ଗୁନ୍ଥିବା ପାଇଁ ଲମ୍ବ ଲମ୍ବ ଗଡ଼ରେ କଟା ଯାଇଥିବା ପୋହଳା ଖଣ୍ଡ l ସାମୁଦ୍ରିକ ଜୀବ ପୋହଳାର ଶାଖାହୀନ ଅଂଶ ଗୁଡ଼ିକରୁ ଏପରି ପୋହଳା ପ୍ରସ୍ତୁତ କରାଯାଏ l

ଡାଳିଆ

୧. ଛୋଟ ଡାଳ l ୨. ମାଟି ଘଡ଼ି, ଛୋଟ ମାଠିଆ, ଝୋବା

ଡାଳିଓରା

ପାଞ୍ଚ ବା ସାତଶେଣିଆଁ ଘରର ସର୍ବନିମ୍ନ ଓରା ଉପରେ ଥିବା ଓରା l ଏଗୁଡ଼ିକ କାଠରେ ତିଆରି ଓ ଏଥିରେ ବିଭିନ୍ନ କୂଟିକାମ କରାଯାଇଥାଏ l

ଡାଳିକାଠ

ସଳଖ ଓ ସରୁଆ କାଠ, ଗଣ୍ଠି ନଥିବା ସରଳାକାର ସରୁକାଠ l

ଡାଳିଗଜା

ସରୁଗଜା l ଏହା ମ‌ଇଦାରେ ପ୍ରସ୍ତୁତ ହୋ‌ଇଥାଏ l ଘିଅଛଣା ଏହି ଗଜାକୁ ସିରା ପିଆ ଯାଏ l ଏଗୁଡିକର ଆକୃତି ଆଙ୍ଗୁଠି ପରି l

ଡାଳିମହୁ

ଗଛଡ଼ାଳରେ ମହୁମାଛିମାନେ ବାନ୍ଧିଥିବା ବସାରୁ ସଂଗୃହିତ ମହୁ l

ଡାଳିମ୍ବ

୧. ଦାଡ଼ିମ୍ବ ଫଳ l ୨. ଚା‌ଉଳ ଗୁଣ୍ଡକୁ ଜନ୍ତି ଘିଅ ଦେଇ କରାଯାଉଥିବା ଏକ ପ୍ରକାର ଗୋଲିଆ ପିଠା l ଡାଳିମ୍ବ ଆକୃତି ବିଶିଷ୍ଟ ହୋ‌ଇଥିବାରୁ ଏହାକୁ ଡାଳିମ୍ବା କୁହାଯାଏ l

ଡାଳୁଅ

୧. ଖରାଦିନେ ଉତ୍ପାଦିତ ହେ‌ଉଥିବା ଧାନ l କ୍ଷେତକୁ ପାଣି ବୁହାଇ ଏ ପ୍ରକାରର ଧାନ ଫସଲ କରାଯାଏ l ୨. ଆଙ୍ଗୁଳିର ଏକ ପ୍ରକାର ଘା’ l

ଡାହକ

ମଡ଼ାସାଙ୍ଗିଆ ଭାଇ l ମୃତକର ପରିବାର ସଂଲଗ୍ନ ଏବଂ ମୂର୍ଦ୍ଦାର ପୋଡ଼ାରେ ସହଯୋଗ କରୁଥିବା ଆତ୍ମୀୟ l

ଡାହାଣା

ଖାଦ୍ୟ ଲୋଲୁପ, ଡହଳା, ଅନ୍ୟର ଖାଦ୍ୟ ପ୍ରତି ଲୋଭୀ l ଖାଇବା ଲୋକର ପେଟରେ ପଶେ l

ଡାହାଣିଆଁ ଖରା

ସୂର୍ଯ୍ୟାସ୍ତ ପୂର୍ବରୁ ପଡୁଥିବା ଖରା l

ଡାହାଣିଆଁ ବଳଦ

ହଳ, ଶଗଡ଼ ଏବଂ ବେଙ୍ଗଳାରେ ଡାହାଣ ପାଖରେ ଯୋଚା ହୋ‌ଇଥିବା ବଳଦ l

ଡାହାଣୀ

ଡାଆଣୀ, ଡାକିନୀ l

ଡାହାଳ କୁକୁର

ଦୀର୍ଘକାୟ, ଲମ୍ବପାଦ ଗୋଜିଆ ମୁହାଁ ଶିକାରୀ କୁକୁର l ଏଗୁଡ଼ିକ ଖୁବ୍‌ ଜୋର୍‌ରେ ଧାଇଁ ଅନ୍ୟକୁ ଆକ୍ରମଣ କରିପାରନ୍ତି l

ଡାହି. ଡାହିଆ

ଗଛର ଡାଳ, ଶାଖା ପ୍ରଶାଖା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App