भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଡାହୁକ

୧. ପାଣି କୂଳରେ ବସା ବାନ୍ଧିଥିବା ଏକ ପ୍ରକାରର ପକ୍ଷୀ l ଦିନ ଓ ରାତିର ପ୍ରତ୍ୟେକ ପ୍ରହରର ଶେଷରେ ରାବ ଦିଅନ୍ତି l ଡାହୁକ ଧରିବା ପାଇଁ, ପିଞ୍ଜରାରେ ଗୋଟିଏ ଡାହୁକ ରଖାଯାଏ l ଏହାର ଡାକ ଶୁଣି ଅନ୍ୟ ଡାହୁକ ଆସି ପହଞ୍ଚିଲେ ଫାଶ ବସାଇ ତାକୁ ଧରାଯାଏ l ୨. ରଥ ଚାଳନା ସମୟରେ ରଥ ଉପରେ ରହି ଅଶ୍ଳୀଳ ଗୀତ ଗାଉଥିବା ବ୍ୟକ୍ତି l ଏମାନଙ୍କ ହାତରେ ବେତବାଡ଼ି ଥାଏ l ଏମାନେ ବେତ ହଲାଇ ଅଶ୍ଳୀଳ ଗୀତ ଗାଆନ୍ତି l

ଡିଆଁ

୧. ଅଳ୍ପ ଉଚ୍ଚ ବାଡ଼ l ୨. ଗୋରୁ, ମ‌ଇଁଷି ଇତ୍ୟାଦି ପଶୁ କୌଣସି ସ୍ଥାନକୁ ଡେଇଁ ନପାରିବା ଓ କେବଳ ମଣିଷ ଡେଇଁ କରି ଯାଇ ପାରିବା ଭଳି ଫାଟକରେ ପୋତା ହୋ‌ଇଥିବା ବାଉଁଶ ଅଥବା କାଠର ଛକି l
୩. ମାଛ ଧରିବା ପାଇଁ ପାଣିଥିବା ସ୍ଥାନରେ କରାଯିବା ମାଟିର ଅସ୍ଥାୟୀ ବାଡ଼ ବା ଜାଲ ଘେର l ମାଛ ପାଣିରୁ ଏଇ ସ୍ଥାନକୁ ଡେଇଁଲେ, ତାକୁ ସହଜରେ ଧରାଯାଇପାରେ l

ଡିଙ୍ଗା

ବଡ଼ ଉକୁଣି l

ଡିଣା

୧. ପାନ ବିଡ଼ା l ୨. ପିତଳ ଗ‌ଉଣି, ପିତଳ ମାଣ l

ଡିଣ୍ଡିମ

ଏକମୁଖା ବାଦ୍ୟ, ନାଗରା, ହାଣ୍ଡି ଉପରେ ଚମଡ଼ା ଛାଉଣି କରି ଏଇ ବାଦ୍ୟ ତିଆରି ହୋ‌ଇଥାଏ l

ଡିବା

୧. ପାନବଟା, ଭଙ୍ଗାପାନ ରଖିବା ନିମିତ୍ତ ଆଭରଣ ଥିବା ଆଧାର l ୨. ଧାନ୍ୟାଦି ଶସ୍ୟ ମାପକ ଛୋଟ ଗ‌ଉଣି l

ଡିଲା

ଷଣ୍ଢର ଚୂଳ l

ଡିହ

ଢିଅ l ମାଟି ଗଦା, ଢିପ ଜମି, ଘର ତିଆରି ନିମିତ୍ତ ଉପଯୁକ୍ତ ବାସ୍ତୁଭୂମି l

ଡିହ

ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ ଦୁଇ ତିନିବର୍ଷ ପାଇଁ ପଡ଼ିଆ ରଖାଯାଇଥିବା ଉଚ୍ଚ ଜମି l

ଡୁଆ

୧. ଅଣକ l ୨. ଚଟୁ, ଡଙ୍ଗା l ୩. ତେଲପଳା l

ଡୁଗି

ଡୁବି l ମାଟି, ପିତଳ ବା ତମ୍ବା ହାଣ୍ଡି ଉପରେ ଚମଡ଼ା ଛାଉଣି ହୋ‌ଇ କିରଣ ଦିଆଯାଇଥାଏ l ଏହା ବାଆଁ ହାତରେ ବଜା ଯାଉଥିବାରୁ ଏହାକୁ ବାୟାଁ କୁହାଯାଏ l

ଡୁଙ୍ଗୀ

୧. ଛୋଟ ଡଙ୍ଗା, ହୁଲି ଡଙ୍ଗା l ୨. ତନ୍ତୀଙ୍କର ଭରଣୀ ସୂତା ଗୁଡ଼ା ହୋ‌ଇଥିବା ନଳି ବା କଣ୍ଡା l

ଡୁଡୁ

ଡୁ ଡୁ, ବାଗୁଡି ଖେଳ l ଏଥିରେ ଦୁଇଦଳ ଖେଳନ୍ତି l ଖେଳ ପଡ଼ିଆରେ ଭୂମି ଉପରେ ଗୋଡ଼ରେ ଚିହ୍ନ ଦିଆଯାଏ l ଏହାକୁ ପାହି କହନ୍ତି l ପାହିର ଦୁଇପାଖେ ଦୁଇ ଦଳ ଖେଳାଳି ରହନ୍ତି l ଜଣେ ଖେଳାଳି ଡୁ ଡୁ ଉଚ୍ଚାରଣ କରି ପାହି ଡେଇଁ ଆରପଟକୁ ଯାଏ ତାକୁ ଅପରପାଖର ଖେଳାଳିମାନେ କାବୁ କରିବାକୁ ଚେଷ୍ଟା କରନ୍ତି l ନହେଲେ ରାହା ଧରିଥିବା ଖେଳାଳି, ପ୍ରତିପକ୍ଷର କୌଣସି ଖେଳାଳିକୁ ଛୁଇଁ ଦେଇ ପାହି ଛୁଇଁଲେ ବିଜୟୀ ହୁଏ ଓ ଛୁଆଁ ହୋ‌ଇଥିବା ଖେଳାଳିକୁ ବସାଇ ଦିଆଯାଏ l

ଡୁମା

ଅଣ୍ଡିରା ଗୋବରା ଚଢେଇ l

ଡୁଲି

୧. ଡୋଲି, ଦୋଳା, ଛୋଟ ସବାରି l ୨. କୋଡ଼ମ‌ଇ l ଧାନ, ମୁଗ, ମାଣ୍ଡିଆ, ବିରି, କୋଳଥ, ଚଣା ଇତ୍ୟାଦି ରଖିବା ନିମିତ୍ତ ବାଉଁଶ ପାତିଆରେ ବୁଣା ଯାଇଥିବା ବଡ଼ ଆଧାର l ଏହାର ବାହାର ପାଖରେ ମାଟି ଓ ଗୋବର ଲେପ ଦିଆଯାଇଥାଏ ଓ ଏହା ଉପରେ ଘୋଡ଼ଣି ଦିଆଯାଇଥାଏ l

ଡୁହା

ଘୋଷାପଦ, ଦୁଆ, ପାଳି l ମୁଖ୍ୟ ଗାୟକ ଗାଇବା ପରେ, ପାଳିଆମାନେ ଘୋଷାପଦକୁ ଆବୃତ୍ତି କରିବା l

ଡୁହୁରି

ଲଙ୍ଗଳର ଶିଆର, ପଟାଳି l

ଡେଉଁରିଆ

୧. ରୋଗ ଓ ପ୍ରେତ ପିଶାଚ, ଡାଆଣୀ ଇତ୍ୟାଦି କବଳରୁ ମୁକ୍ତି ପାଇଁ ବେକ ବା ହାତରେ ବନ୍ଧା ଯାଉଥିବା ମନ୍ତ୍ର, ଜଡ଼ି ବୁଟି ଇତ୍ୟାଦି ପୂର୍ଣ୍ଣ ତମ୍ବା, ରୁପାଦି ଧାତୁ ତିଆରି ନଳି l ଏହାର ଏକ ପାଖ ବନ୍ଦଥାଏ ଓ ଅନ୍ୟପାଖରେ ମନ୍ତ୍ରଲେଖା, ଜଡ଼ିବୁଟି ଇତ୍ୟାଦି ଦେଇ ଜ‌ଉମୁଦ କରାଯାଇ ଦେହରେ ପିନ୍ଧାଯାଏ l ଅଷ୍ଟଧାତୁ, ରୁପା, ତମ୍ବା, ସୁନାରେ ଏଗୁଡ଼ିକ ତିଆରି l ୨. ଖଟ, ପଲଙ୍କ, ବିମାନ ଇତ୍ୟାଦି ବାଡ଼ରେ ଲଗାଯିବା ମୃଦଙ୍ଗାକାର କାଠ ଖଣ୍ଡ l

ଡେଙ୍ଗବେଜାରି

ବଣୁଆ କଣ୍ଟାଗଛ, ଅଗରାଗଛ l

ଡେଙ୍ଗା/ଡେଙ୍ଗୀ

ଉଚ୍ଚା ମଣିଷ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App