Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଡଅଣା
ଗୋରୁ ଗାଈଙ୍କୁ ଚେଙ୍କ ଦିଆଯିବା ପାଇଁ ବ୍ୟବହାର କରାଯାଉଥିବା ବଙ୍କାଳିଆ ଲୁହାଖଣ୍ଡ l
ଡଅଁର
ପାଣି ଭଉଁରି l ପାଣି ସୁଅରେ ତୋଡ଼ ଦ୍ଵାରା ନଈ ଗର୍ଭରେ ସୃଷ୍ଟି ହେଉଥିବା ଗୋଲାକାର ଗାତ l
ଡଉଁରିଆ
ଡେଉଁରିଆ l ତମ୍ବା, ରୂପା, ସୁନାଦି ଧାତୁରେ କ୍ଷୁଦ୍ର ନଳ, ଯାହାର ଏକ ମୁଣ୍ଡ ବନ୍ଦ ଥାଏ, ଅନ୍ୟ ମୁଣ୍ଡ ବାଟେ ଔଷଧ ଭର୍ତ୍ତି କରାଯାଇ ଏହାକୁ ସୂତା ଦ୍ଵାରା ବାହୁ, ଅଥବା ଗଳାରେ ବନ୍ଧା ଯାଇଥାଏ l
ଡକା
ଉଚ୍ଚ ସ୍ଵରରେ ଶବ୍ଦ କରିବା l
ଡଗରା
୧. ରାଜାଙ୍କ ଆଦେଶକୁ ଘୋଷଣା କରୁଥିବା ବ୍ୟକ୍ତି, ରାଜାଙ୍କ ପ୍ରଶଂସା ଗାଉଥିବା ବ୍ୟକ୍ତି, ଭାଟ l ୨. ପାଇକ ସରଦାର l ୩. ଦୂତ l
ଡଙ୍କ
୧. ଲଟାର କଅଁଳିଆ ଅଗ l ୨. ସାପ l ୩. ବେକମୁଣ୍ଡା l
ଡଙ୍କ
ତମ୍ବା, ପିତଳ, ଲୁହା ଅଥବା ଷଢେଇ ତିଆରି ଛୋଟ କରଚୁଲି l
ଡଙ୍କଛୁଆଁ
ସାପ କାମୁଡ଼ା, ସାପ କଟା l ସାପର ନାଁ ନ ଧରି ତାକୁ ଡଙ୍କ, ନଅ, ଲଅ ଇତ୍ୟାଦି କୁହାଯାଏ l ସାପ ଚୋଟ ମାରିଲେ ତାକୁ ଡଙ୍କଛୁଆଁ କୁହାଯାଏ l
ଡଙ୍କା
୧. ନାଗରା, ଘେଙ୍ଗୁରା l ୨. ଲୁହା ବା ପିତଳର କରଚୁଲି l ୩. ନଡ଼ିଆ ଷଢେଇରେ ବାଉଁଶ ବତା ଦେଇ ତିଆରି ହୋଇଥିବା କରଚୁଲି l
ଡଙ୍କାଚଟୁ
୧. ବାହା, ବ୍ରତାଦିରେ ବଡ଼ ଧରଣର ଭୋଜି ରୋଷେଇରେ ବ୍ୟବହୃତ ଷଢେଇ ଓ ବତାରେ ତିଆରି ବଡ଼ ଅଣକ ଓ କାଠଚଟୁ l ୨. ଘରର ରୋଷେଇରେ ପାକ ସରଞ୍ଜାମ ରୂପେ ବ୍ୟବହୃତ ଅଣକ ଓ ଚଟୁ l
ଡଙ୍କି
୧. ଅଣକ, ଛୋଟ ଡଙ୍କା l ୨. ତେଲ ପେଡ଼ା ସମୟରେ ତେଲା ଦ୍ଵାରା ବ୍ୟବହୃତ ଲମ୍ବ ବେଣ୍ଟଲଗା ଅଗ ଗୋଜିଆ ଥିବା ଲୁହାଯନ୍ତ୍ର l ଏହାଦ୍ଵାରା ପିଡ଼ିଆକୁ ଠେଲି, ତେଲ ବାହାର କରାଯାଏ l
ଡଙ୍ଗା
୧. ଛୋଟ ନାଆ, ନୌକା l ୨. ନୌକା ଭଳି ଜଳାଧାର, ଏହା କାଠରେ ତିଆରି ହୋଇଥାଏ l
ଡଙ୍ଗାପାଣିଦିଆ
ଡଙ୍ଗା ତିଆରି ଶେଷରେ ଏହାର ଆଗ ମଙ୍ଗର ବେକ ପାଖରେ ଚିତ୍ରିତ ପଟାଖଣ୍ଡ ଲଗାଯାଇ, ଏହା ଉପରେ ପ୍ରଥମେ ପାଣି ଢାଳି ଶୋଧନ କରିବା ରୂପକ ମଙ୍ଗଳ କର୍ମ l
ଡଙ୍ଗି
ଛୋଟ ଡଙ୍ଗା l
ଡଙ୍ଗିକିଆରି
ଅଣଓସାରିଆ, ଲମ୍ବାଳିଆ ଜମି l
ଡଙ୍ଗୁରନାଚ
କୋହ୍ଲ ଓ ଭୂୟାଁ ମାନଙ୍କ ମଧ୍ୟରେ ପ୍ରଚଳିତ ଏକ ପ୍ରକାର ନାଚ l ବିବିଧ ଉତ୍ସବରେ ଏହା ନାରୀ ପୁରୁଷଙ୍କ ଦ୍ଵାରା କରାଯାଏ l
ଡଣ୍ଡି
୧. ଦଣ୍ଡି, ନାକର ଅଳଂକାର, ଏହା ପିତଳ, ସୁନା, ରୁପାରେ ତିଆରି ହୋଇଥାଏ l ୨. ନିକିତି, ତରାଜୁ l
ଡବଡବ
କଥା ନପଚାରୁଣୁ ଆଗତୁରା କହିବା l
ଡବାମାଲି
ବେକରେ ପିନ୍ଧାଯିବା ମାଳି ବା କଣ୍ଠି l
ଡବି