भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଢଲିଆଖୋଷା

ବାଙ୍କ ଖୋଷା l ନାରୀ ମାନଙ୍କର ବିଶେଷ ପ୍ରକାରର କେଶ ବିନ୍ୟାସ l

ଢଳାଇ

ଧାତୁକୁ ତରଳାଇ ଛାଞ୍ଚରେ ଢାଳିବା କାମ l ସୁନା, ରୂପା ଅଳଂକାର ତିଆରିରେ ଏଇ ଢଳେଇ ଗୁରୁତ୍ଵପୂର୍ଣ୍ଣl

ଢାକରି

ଜଗୁଆ, ରଖୁଆଳ l

ଢାଗା

ମୋଟା ଛୁଞ୍ଚିରେ ଦୂରଛଡ଼ା ହୋ‌ଇ ସିଧା ସିଲେଇ l

ଢାପ

ଢୋଲ ବାଜା l

ଢାପନାଚ

ଢୋଲ ବାଜା ସହିତ ସମବେତ ନୃତ୍ୟ l

ଢାବଲ

ପତଳା ଓ ହାଲକା କାଠ ପଟାରେ ପ୍ରସ୍ତୁତ ବଡ଼ ବଡ଼ ପେଟି l

ଢାବା

ଦୋତାଲା ଚାଳଘର l

ଢାମ୍ପ/ଡେମ୍ଫ

ଚ‌ଉଡ଼ାମୁହାଁ ଆବଦ୍ଧ ବାଦ୍ୟ l

ଢାଲ

ଢାଳ, ଆକ୍ରମଣରୁ ରକ୍ଷା ପାଇବା ନିମିତ୍ତ ବ୍ୟବହୃତ ଶକ୍ତ ଫଳକ l

ଢାଲସୁପାରି

କୁହୁକ ବିଦ୍ୟା, ଉଡଣଛୁ ବିଦ୍ୟା l କୁହୁକ ଖେଳ, ଅଲୌକିକ ଖେଳ l

ଢାଲୁଆ ମୟୂର

ଅଣ୍ଡିରା ମୟୁର l ଏହାର ପଛ ପାଖରେ ପୁଚ୍ଛ ଜାଲ ପରି ଶୋଭାପାଏ l

ଢାଳ

୧. ଢାଲ, ତରବାରୀ ଆଘାତରୁ ରକ୍ଷା ପାଇବା ନିମିତ୍ତ ଚମଡ଼ା ତିଆରି ଗୋଲାକାର ଫଳକ l ଏହାକୁ ଗୋଟାଏ ହାତରେ ଧରି ପ୍ରତିପକ୍ଷର ଆଘାତକୁ ରୋକାଯାଏ l ୨. ଜଳ ରଖିବା ଓ ଜଳପାନ କରିବା ପାଇଁ କଂସା, ତମ୍ବା ଓ ପିତଳରେ ତିଆରି ଧାତୁପାତ୍ର l

ଢିଅବାଡ଼ି

ଘରଡିହ ଓ ଏହାକୁ ଲାଗିଥିବା ଭୂମି l

ଢିଙ୍କି

ଧାନ କୁଟିବା ପାଇଁ ବ୍ୟବହୃତ କାଠ ତିଆରି ଗଡ, ଏହାର ମୁଣ୍ଡ ପାଖରୁ ତଳକୁ କାଠର ପାହାର ଲାଗିଥାଏ l ଏହି ପାହାରର ଅଗରେ ଗୋଲାକାର ଲୁହାବଳା ଲାଗିଥାଏ, ଯାହାକୁ ସମା କୁହାଯାଏ l ଏହାର ପଛ ପାଖକୁ ଗୋଡ଼ ରଖିବା ସ୍ଥାନ ଥାଏ l ଏହା ଢିଙ୍କି ଲାଞ୍ଜି l ଏହିଠାରୁ ହାତେ ଛଡ଼ାରେ ଢିଙ୍କି ଗଡ଼ ଭିତରେ କଣା ହୋ‌ଇ କାଠ ପଶିଥାଏ ଓ ଦୁଇ ପାଖକୁ ବାହାରିଥାଏ l ଏହାକୁ ଢିଙ୍କିର ପକ୍ଷୀ କୁହାଯାଏ l ଖୁମ୍ବ ଦୁଇଟି ଉପରେ ପକ୍ଷୀ ଭରାଦେଇଥାଏ l ଢିଙ୍କି ପାହାର ପଡୁଥିବା ସ୍ଥାନକୁ ଢିଙ୍କିଗାତ କୁହାଯାଏ l

ଢିଙ୍କି ଖମ୍ବ

ଢିଙ୍କି ପକ୍ଷୀକୁ ଧରି ରଖିବା ପାଇଁ ଭୂଇଁରେ ପୋତା ହୋ‌ଇଥିବା ଅର୍ଗଳି ଥିବା କାଠ ବା ପଥରର ଦୁଇ ଖୁମ୍ବ l

ଢିଙ୍କିଆ

୧. ଓଲିଆ ଗାଈଗୋରୁଙ୍କ ବେକରେ ଓହଳା ଯାଇଥିବା କାଠ ବା ବାଉଁଶ ଖଣ୍ଡ l
୨. କବାଟ ବା ଝରକା ବନ୍ଦ କରି ରଖିବା ନିମିତ୍ତ ବ୍ୟବହୃତ ଢିଙ୍କି ଆକୃତିର ଜୁଳୁକି, ଛିଟିକିଣୀ l ଏହା ପକାଇଦେଲ କବାଟ ବନ୍ଦ ହୋ‌ଇ ରହେ l

ଢିଙ୍କିଆ ବାତ

ଏକ ପ୍ରକାରର ବାତ ରୋଗ, ଯାହା ଆକ୍ରମଣରେ ରୋଗୀ ସର୍ବଦା ଢିଙ୍କି ପରି ଶୋ‌ଇରହେ l

ଢିଙ୍କିଆ ଲାଉ

ଏକ ପ୍ରକାର ବଡ଼ ଓ ଲମ୍ବାଳିଆ ଲାଉ l

ଢିଙ୍କିଓଷା

ଭାଲୁକୁଣୀ ବା ଖୁଦୁରୁକୁଣୀ ଓଷା l ଭାଦ୍ରବ ମାସର ରବିବାର ଗୁଡ଼ିକରେ କ୍ଷତ୍ରିୟ, କରଣ ଓ ଶୂଦ୍ର ଘରର କୁମାରୀ କନ୍ୟାମାନେ ଏଇ ଓଷା ପାଳନ କରନ୍ତି l ଏଇ ଦିନ ଛୋଟ ଢିଙ୍କିକୁ ଏମାନେ ବିଭିନ୍ନ ପ୍ରକାରର ଫୁଲ ଦେଇ ପୂଜା କରନ୍ତି ଓ ସଂଧ୍ୟାରେ ଓଷା ଉଦ୍‌ଯାପନ କରନ୍ତି l ମଙ୍ଗଳା ଓଷାର ଏହା ଅନ୍ୟତମ ଅଂଶ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App