भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଢିଲା

ଦାଉଣି, ଏହା ଅର୍ଦ୍ଧ ଚନ୍ଦ୍ରାକାର ବିଶିଷ୍ଟ କାଠ, ଏହାର ଦୁଇ ମୁଣ୍ଡରେ ବଡ ପଘା ଲାଗିଥାଏ l
ମେରିରେ ଦାଉଣି ଗଳାଇ ଏଥିରୁ ଲମ୍ବିଥିବା ପଘାରେ ବଳଦ ଯୋଚି ବେଙ୍ଗଳା ପକାଯାଏ l

ଢିସ୍‌ଙ୍ଗା

‍ଆଷାଢ ବା ଶ୍ରାବଣ ମାସରେ ନୂଆକରି ବର୍ଷାପାଣିରେ ଗାଧୋଇବାରୁ ଦେହରେ ହେଉଥିବା ବ୍ରଣ l

ଢୁକୁ

ମାଟି ଭିତରେ ଥିବା ଉଇଟାଙ୍କୁ l

ଢୁକୁଢୁକା

କୌଣସି ବିବାହିତା ନାରୀ, ଅନ୍ୟଜଣେ ପୁରୁଷ ସହିତ ରକ୍ଷିତା ରୂପେ ସ୍ୱଇଚ୍ଛାରେ ତା’ ଘରେ ରହିବା l

ଢୁଚୁନି

ଚାଉଳଧୁଆ ବାଉଁଶିଆ l

ଢୁଢୁଆ

ପାହାଡିଆ ସ୍ଥାନରୁ ବାହାରିଥିବା ନାଳ ବା ଯୋଡ l

ଢୁଣ୍ଟି

ଖାଳେଇ, ମାଛ ରଖିବା ପାଇଁ ବାଉଁଶ ପାତିଆରେ ତିଆରି ହୋଇଥିବା ସରୁଆ ମୁହଁ ଥିବା ଆଧାର | ମାଛ ଧରାଳିମାନେ ମାଛମାରିବା ସମୟରେ ଏହାକୁ ଅଣ୍ଟାରେ ବାନ୍ଧିଥାନ୍ତି ଓ ଧରୁଥିବା ମାଛ ଏଥିରେ ରଖିଥାନ୍ତି l

ଢୁମ୍ପା

ଏକ ପ୍ରକାରର ଆବଦ୍ଧ ବାଦ୍ୟ l ପ୍ରାୟ ଦଶଫୁଟ ଲମ୍ବ ଓ ଚାରି ପାଞ୍ଚଫୁଟ ଗୋଲେଇ ବିଶିଷ୍ଟ ମଇ ଗଛର ଗଣ୍ଡିକୁ ପାଣିରେ ପକାଇ କିଛିଦିନ ରଖିବା ପରେ ଏହାର ଫମ୍ପା ଅଂଶ ରହେ l ଏହାକୁ ଶୁଖାଇ ଏହାର ଦୁଇମୁଣ୍ତରେ ଚମଡା ଛାଉଣି କରାଯାଏ l ଏହାର ଦୁଇ ବିପରୀତ ଦିଗରେ ବାଦ୍ୟକାରମାନେ ବସି ଘୁଙ୍ଗୁରଲଗା କାଠିରେ ଏହାକୁ ତାଳ ଅନୁଯାୟୀ ଆଘାତ କରି ଏଇ ବାଦ୍ୟ ବଜାନ୍ତି ଓ ଏଥି ସହିତ ଢୁମ୍ପାଗୀତ ଗାନ କରନ୍ତି l କବିସୂର୍ଯ୍ୟ ବଳଦେବଙ୍କ ଦ୍ୱାରା ଢୁମ୍ପା ସଂଗୀତ ରଚିତ ହୋଇଥିଲା l

ଢୁରି

ଢିପେଇ’ ଦେଖ l

ଢେଁକରା

ରଞ୍ଜା, ଲତା ମାଡିବା ପାଇଁ ଦିଆଯାଇଥିବା ଲଟା l

ଢେଗା

ପାତି ଖେଳରେ ଛୋଟ କଉଡିଗୁଡିକୁ ଲକ୍ଷ୍ୟ କରି ମରାଯାଉଥିବା ବଡ କଉଡି l

ଢେଙ୍କା

ନାଗାର୍ଜ୍ଜୁନ କାଠରେ ତିଆରି ଘଣାର ମୂଷଳକୁ ବୁଲାଇବା ନିମିତ୍ତ ବ୍ୟବହୃତ ବଡ କାଠଖଣ୍ତ l

ଢେଙ୍କିଆ

୧. ଢିଙ୍କିଆ l ୨. ଚାହାଳିରେ ଅବଧାନମାନେ ଚାଟକୁ ଦେଉଥିବା ଏକ ପ୍ରକାର ଦଣ୍ତ l ଏଇ ଦଣ୍ତରେ ଡାହାଣ ଆଣ୍ଠୁକୁ ଭୂଇଁରେ ମାଡି, ବାଆଁ ତଳି ପାରେ ଭରା ଦେଇ ବସି, ବାଆଁଗୋଡ ଜଙ୍ଘ ସନ୍ଧିରେ ବାଁ ହାତ ପୂରାଇ ନିଜ ନାକ ଓ ବାଳକୁ ଧରିବାର କଠିନ ଦଣ୍ତ, ନାକବାଳଧରା ଦଣ୍ତ l

ଢେଁଚା

ସାନ ତେଣ୍ତା l ଅଧିକ ଗହୀରରୁ ପାଣି ବଡ ତେଣ୍ତାରେ ଉଠାଇ ଖାଲରେ ଜମା କରାଯାଏ ଓ ଢେଁଚା ଦ୍ୱାରା ଏଇ ଖାଲରୁ ପାଣି ପୁଣି ଉପରକୁ ଉଠାଯାଏ l

ଢେଣୁ

୧. ପୁରୀର ସାଇଜାତରେ ବାହାରୁଥିବା ନାଗାମାନଙ୍କ ପିଠିରେ ବନ୍ଧା ଯାଇଥିବା ଧନୁ l ଏଥିରେ ଫୁଲ ଓ ଚଢେଇ ପର ଲାଗିଥାଏ l ୨. ଘୁମୁସର ଅଞ୍ଚଳରେ ଗ୍ରାମ୍ୟଦେବୀଙ୍କ ନିକଟରେ ବାଜୁଥିବା ଏକ ପ୍ରକାର ବାଦ୍ୟ l

ଢେଣ୍ଟ୍

କୁରାଢିବେଣ୍ଟ l

ଢେମଣ

ଉପପତି, ଚରିତ୍ରହୀନ, ଲମ୍ପଟ l

ଢେମେଣୀ

ରକ୍ଷିତା, କୁଳଟା, ବେଶ୍ୟା l

ଢେରା

ଠେଲିକି ରଖିବା l

ଢୋଲ

୧. ବଡକାଠ l ଦୁଇ ମୁହଁ ଚମଡା ଛାଉଣି ହୋଇଥିବା କାଠ ତିଆରି ବାଦ୍ୟ l କାଠିରେ
ଚମଡାକୁ ଆଘାତ କଲେ ଏଇ ବାଦ୍ୟ ବାଜେ l ବିବିଧ ମାଙ୍ଗଳିକ କାର୍ଯ୍ୟରେ ଏହା ସହିତ ମହୁରୀ ବଜାଯାଏ l ୨. ଏକ ପ୍ରକାର ଛୋଟଡଙ୍ଗା l ୩. ଫମ୍ପା ଲୁହା ପିମ୍ପା ଉପରେ ରହିଥିବା ଭସା ପୋଲ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App