Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ତ(ଚ)ସ୍ମେଇ
ଚସମଇ, ଖିରି, ଅରୁଆ ଚାଉଳ, ଚିନି ଓ ଦୁଧରେ ତିଆରି ପାୟସ l
ତ(ଟ)ସ୍ଲା
ପିତଳରେ ତିଆରି ଚଉଡାମୁହାଁ ବେଲା l ଏହାର ଚାରିଧାରରେ ଫନ୍ଦ ଥାଏ l
ତଅକ୍
ବେକରେ ପିନ୍ଧାଯିବା ଅଳଂକାର, ଏହାର ଆକାର ଅର୍ଦ୍ଧଚନ୍ଦ୍ର ଭଳି l
ତଅଁର
୧. ରଙ୍ଗସୂତା, କସ୍ତାଲୁଗା l ୨. ଲୁଗାଧଡିରେ ଦିଆଯିବା ଫକ୍କା ନାଲି ସୂତା l ୩. ଯୁଆଳିର ମଝି ସ୍ଥାନରେ ରହିଥିବା ବାଉଁଶ ଖିଲ ବା ଲୁହାକଣ୍ଟା l ୪. କୂଅ ଭିତରକୁ ପଶିବା ପାଇଁ ବ୍ୟବହୃତ ଗଣ୍ଠି ବାହାରିଥିବା ବାଉଁଶ l
ତଇ
ଚଟକା ହୋଇଥିବା କଡେଇ, ଏଥିରେ ବିଶେଷତଃ ଅମାଲୁ, ମାଲପୁଆ, କାକରା ଇତ୍ୟାଦି ଛଣାଯାଏ l
ତଇଳ
ତୈଳର ଅପଭ୍ରଂଶ l
ତଇଳା (ଲା)
ଜଙ୍ଗଲ କଟାଯାଇ ଆବାଦ କରାଯାଇଥିବା ଜମି l
ତଉଁରି
ତଅଁରା ଯାଇଥିବା ସୂତାରେ ତିଆରି ମୋଟା ଧଡିଥିବା ଶାଢି l
ତଉଁରିଆ
ମୋଟା ଶାଢି, ତଅଁରା, ସୂତାବୁଣା ଶାଢି l
ତକତି
ଛୋଟ ପଟା l
ତଗା
ଲମ୍ବା ବାଉଁଶ ଅଗରେ ବନ୍ଧା ଯାଇଥିବା ପତାକା l
ତଗେଇ
ଛେନା, ଦହି ଇତ୍ୟାଦି ରଖିବା ପାଇଁ ବ୍ୟବହୃତ ମହଣା l
ତଙ୍କ
ପଥର କାଟିବାରେ ବ୍ୟବହୃତ ନିହଣ, ପୁଆରୀ l
ତଡ
ନଈ ବା ଖଣି ଗାତର ଅତଡା l
ତଡ(ଡା)ଉ
୧. ତଢଉ l ୨. ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଭଣ୍ତାର ଘରର ତତ୍ତ୍ୱ ନେଉଥିବା ହିସାବ ରକ୍ଷକ କରଣ l ୩. ପାଦର ଏକ ପ୍ରକାର ଅଳଂକାର l ୪. ଅଳଂକାର ଲାଗି l
ତଡକା
୧. ତାଳପତ୍ର ପରି ଚଉଡା କାନଫୁଲ l ୨. ଗୋଲେଇ ହୋଇ ବନ୍ଧା ଯାଇଥିବା ନାଲି ରଙ୍ଗଦିଆ ଫାଳିକିଆ ତାଳପତ୍ର l ପାନିଆ, ଅଳତା, ସିନ୍ଦୂର, ହଳଦି ଇତ୍ୟାଦି ସହିତ, ଏହା ଝିଅ ଘରକୁ ବେଭାର ଭାବରେ ପଠାଯାଉଥିଲା l
ତଡପ
୧. ଉନ୍ନତ ମାନର ବସ୍ତ୍ର ଯାହାକୁ ମଉଳା ନିମନ୍ତ୍ରଣ ଓ ଜ୍ୱାଇଁ ନିମନ୍ତ୍ରଣରେ ପଠାଯାଏ l
ତଡପନାୟକ
ଦେବଦେବୀ ବା ରାଜାଙ୍କ ପରିଧାନ ପାଇଁ ବସ୍ତ୍ର ଆଣି ଦେଉଥିବା ସେବକ l
ତଡପଲାଗି
ଦେବଦେବୀଙ୍କର ବସ୍ତ୍ର ପିନ୍ଧା ବିଧି l
ତଡା