भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123Next >

ଥଇ

ଥୟହେବା, ସ୍ଥିରହେବା l

ଥଇଥାନ

ଅସ୍ଥିର ଚଳଣି ବ୍ୟବସ୍ଥିତ ହେବା l

ଥଟା

ଉପହାସ, ପରିହାସ, ଟାପରା, ତାମସା l

ଥଟ୍ଟାରି

୧. କଂସାରି l ୨. ପିତଳ ଓ କଂସାର ବାସନ ତିଆରି କରୁଥିବା ଓ ବିକୁଥିବା ବ୍ୟକ୍ତି l

ଥଣ୍ଡିଳ

ହୋମ କରିବା ପାଇଁ ତିଆରି ବାଲିର ବେଦି l

ଥନାପତି

ଶିବ ମନ୍ଦିରର ପୂଜକ l

ଥପାଜାଲ

ମାଛ ଧରିବା ପାଇଁ ବ୍ୟବହୃତ ଜାଲ ପୋଳୁହ l ଏହାକୁ ପାଣିରେ ଥାପି ଦେଇ ମାଛ ଦରଣ୍ଡାଯାଏ l

ଥପାସୁଧ

କରଜ ଦିଆଯାଇଥିବା ଧାନ ଉପରେ ସାଧାରଣ ସୁଧ l

ଥଳି

ମୁଣି l

ଥଳିଆ

୧. ମୁଣି, ବଟୁଆ l ୨. ଗୋରୁଙ୍କ ଗଳକମଳ l

ଥଳିଆଟୁ

ଛାତପରି ସମତଳ ହୋଇଥିବା ଆଟୁ l

ଥାକିତିବଳଦ

ହଳ, ଶଗଡ, ବେଙ୍ଗଳାରେ ବାଆଁ ପାଖରେ ଯୋଚାଯିବା ବଳଦ l

ଥାଟ

୧. ଚାଳର ବାଉଁଶ ତିଆରି ଆବରଣ l ୨. ପ୍ରତିମାର ମେଢ l

ଥାଟରାଜା

ରାଜାଙ୍କ ଦ୍ୱାରା ତାଙ୍କ ସାନଭାଇଙ୍କୁ ପ୍ରଦାନ କରାଯାଇଥିବା ଉପାଧି l

ଥାନପତି

୧. ହାଟୁଆ ସଂପ୍ରଦାୟର ମୁଖ୍ୟ ବ୍ୟକ୍ତି l ୨. ଗ୍ରାମର ମୁଖ୍ୟ ବ୍ୟକ୍ତି l ୩. ମଠରେ ଥିବା ଗ୍ରାମର କର୍ମଚାରୀ l ୪. ଗ୍ରାମର ମୁଖ୍ୟ ଦେବ ବା ଦେବୀ l

ଥାନି

ସ୍ଥାୟୀ ବାସିନ୍ଦା, ନିଜ ଗାଁରେ ରହି ନିଜ ଜମିର ଚାଷକାରୀ l

ଥାପା

୧. ଧାତୁ ତରଳାଇ ଢଳାଯାଉଥିବା ବଣିଆଙ୍କର ଛାଞ୍ଚ l ୨. ମାଛଧରା ପାଇଁ ବ୍ୟବହୃତ ପୋଳୁହ l

ଥାପି

କୋବା, ପିଟଣା, କୁମ୍ଭାରମାନେ କଞ୍ଚା ହାଣ୍ଡିକୁ ପିଟୁଥିବା ପିଟଣା l

ଥାଳ

ଲାଉକୁ କୋରି ଶସ ବାହାର କରି, ଏହାର ଖୋଳପାକୁ ଶୁଖାଇ ତିଆରି କରାଯାଉଥିବା ଭିକ୍ଷାପାତ୍ର l

ଥାଳି

କଂସା, ପିତଳ, ତମ୍ବା, ରୁପା ଇତ୍ୟାଦି ଧାତୁର ଗୋଲିଆ ଚଟକା ପାତ୍ର l ପୂଜା ଉପକରଣ ରଖିବା ଓ ଖାଦ୍ୟ ଖାଇବା ପାଇଁ ଏହା ବ୍ୟବହାର ହୁଏ l
< previous123Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App