भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦଲାଣ

ଲମ୍ବା ଚଉଡା ପିଣ୍ଡା l

ଦଲ୍‌ଦେବା

ଖାଉଥିବା ଲୋକକୁ ଦ୍ୱିତୀୟବାର ପରିଷିବା l

ଦଳ

୧. ଯାତ୍ରା ବା ଆଖଡାଦିର ମଣ୍ଡଳୀ l ୨. ଶସ୍ତ୍ରାଦି ରଖିବାର ଖୋପ, ଖୋଳ l ୩. ଠାକୁରଙ୍କୁ ମେଳଣକୁ ଯିବା ପାଇଁ ନିମନ୍ତ୍ରଣ ପାଇଁ ଦିଆଯାଉଥିବା ଫୁଲ l

ଦଳବେହେରା

୧. ପାଇକଙ୍କ ସର୍ଦ୍ଦାର l ୨. ହାଟୁଆ ଜାତିର ସର୍ଦ୍ଦାର l

ଦଶ

ମୃତ୍ୟୁର ଦଶମ ଦିନ ହେଉଥିବା ଅନ୍ତ୍ୟେଷ୍ଟି କ୍ରିୟା l

ଦଶକର୍ମ

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟମାନଙ୍କର ଗର୍ଭାଧାନ ଇତ୍ୟାଦି ଦଶଗୋଟି ସଂସ୍କାର l

ଦଶକ୍ରିୟା

ମୃତ୍ୟୁର ଦଶମଦିନ ଅନୁଷ୍ଠିତ ହେଉଥିବା ତୁଠ, ମୁଣ୍ଡନାଦି କ୍ରିୟାକର୍ମ l

ଦଶଖପରା

୧. ମୃତ୍ୟୁର ଦଶମ ଦିବସରେ ଦଶତୁଠରେ ପ୍ରେତପିଣ୍ଡ ରନ୍ଧା ପାଇଁ ବ୍ୟବହୃତ ଖପରା l ୨. ଦଶାହ କ୍ରିୟାରେ ଦଶତୁଠରେ ଦଗ୍ଧ ହାଣ୍ଡିକୁ ବାଡେଇ ପାଣିରେ ବୁଡିବା କର୍ମ l

ଦଶତୁଠ

୧. ଯେଉଁ ତୁଠରେ ମୃତ୍ୟୁର ଦଶଦିନ ପର୍ଯ୍ୟନ୍ତ କ୍ରିୟା କରାଯାଏ l ୨. ଦଶାହରେ ତୁଠରେ ହେଉଥିବା କ୍ରିୟା l ଏଇଦିନ ଖପରାରେ ପ୍ରେତ ଅନ୍ନ ରୋଷେଇ ହୁଏ, ଦଗ୍‌ଧହାଣ୍ଡି ପିଟାଯାଏ, କର୍ତ୍ତା, ଜ୍ଞାତି, କୁଟୁମ୍ବ ଲଣ୍ଡା ହୁଅନ୍ତି l

ଦଶତୁଠିଆ

୧. ପ୍ରେତକର୍ମ କରୁଥିବା ବ୍ରାହ୍ମଣ l ୨. ଦଶତୁଠ ପରେ ଗାଧୋଇ ପିନ୍ଧା ଯାଉଥିବା ଲୁଗା l

ଦଶଦାନ

ମୁମୂର୍ଷୁ ଅବସ୍ଥାରେ କରାଯିବା ଦଶବିଧ ଦାନ, ବୈତରଣୀ ଦାନ l ଏଇ ଦାନ ଗୁଡିକ ହେଉଛି, ୧. ଗୋରୁ, ୨. ଭୂମି, ୩. ସୁବର୍ଣ୍ଣ, ୪. ବସ୍ତ୍ର, ୫. ଲୌହ, ୬. ଶିଳା, ୭. ତାମ୍ର, ୮. ରାଶି, ୯. ଜଳପାତ୍ର, ୧୦. ବିଞ୍ଚଣା/ଶଯ୍ୟାଦାନାଦି l ପ୍ରତଲୋକରୁ ମୁକ୍ତ ହେବା ପାଇଁ ଏ ପ୍ରକାରର ଦାନ ଦିଆଯାଏ l

ଦଶପିଣ୍ଡ

ମୃତ୍ୟୁର ଦଶମଦିନ ମଧ୍ୟରେ ଦଶତୁଠରେ ପ୍ରେତ ଉଦ୍ଦେଶ୍ୟରେ ପ୍ରଦତ୍ତ ପିଣ୍ଡ l

ଦଶମୂଳ

ଜ୍ୱର, କାଶ, ଶ୍ୱାସଦି ରୋଗ ଦୂର କରିବା ପାଇଁ ଦଶଗୋଟି ମୂଳ ମିଶା କବିରାଜି ଔଷଧ l ଏଇ ଦଶଗୋଟି ମୂଳ ହେଉଛି – ୧. ବେଲ, ୨. ଗମ୍ଭାରି, ୩. ଫଣଫଣା, ୪. ଅଗିବଥୁ, ୫. ପାଟେଳି, ୬. ଶାଳପର୍ଣ୍ଣା, ୭. ବୃହତୀ, ୮. ଅଙ୍କରାନ୍ତି, ୯. ଗୋଖୁରା, ୧୦. ଗର୍ଭଣା ଇତ୍ୟାଦି l

ଦଶହରା

୧. ଜ୍ୟେଷ୍ଠ ଶୁକ୍ଳ ଦଶମୀ, ଏଇ ଦିନ ଗଙ୍ଗା ଧରାବତରଣ କରିଥିଲେ l ୨. ଆଶ୍ୱିନ ଶୁକ୍ଳ ଦଶମୀ, ବିଜୟା ଦଶମୀ ଦୁର୍ଗାପୂଜାର ଶେଷଦିନ, ମୃଣ୍ମୟୀ ଦୁର୍ଗା ମୂର୍ତ୍ତିଙ୍କର ବିସର୍ଜନ ଉତ୍ସବ l

ଦଶହାଣ୍ଡି

ମୃତବ୍ୟକ୍ତିର ଦଶାହରେ ଯେଉଁ ହାଣ୍ଡିରେ ଅନ୍ନ ପାକ ହୁଏ ଏବଂ ଏଇଦିନ ରାତିରେ ତାହାକୁ ଗାଁ ମୁଣ୍ଡରେ ଫୋପଡା ଯାଏ l

ଦଶା

ଅବସ୍ଥା, ଗ୍ରହମାନଙ୍କର ମଣିଷ ଜୀବନରେ ବିଭିନ୍ନ କାଳରେ ଅବସ୍ଥିତି ଏବଂ ଏହାଦ୍ୱାରା ମଣିଷର ବିଭିନ୍ନ ଫଳ ଭୋଗ, ଶନିଦଶା, ରାହୁଦଶା, ମଙ୍ଗଳଦଶା, କେତୁଦଶା ଇତ୍ୟାଦି ମଣିଷକୁ ଭୋଗ କରିବାକୁ ପଡିଥାଏ l

ଦଶାହ

ମୃତବ୍ୟକ୍ତିର ଦଶଦିନବ୍ୟାପୀ କରାଯିବା ଶୁଦ୍ଧିକ୍ରିୟା l ପ୍ରଥମଦିନ ଶବଦାହ, ଦ୍ୱିତୀୟଦିନ ଅସ୍ଥି ସଂଗ୍ରହ, ତୃତୀୟଦିନ ସପିଣ୍ଡୀକରଣ l ଦଶଦିନ ବ୍ୟାପୀ ତୁଠରେ ପିଣ୍ଡଦାନାଦି କ୍ରିୟାକର୍ମ l

ଦଶି

ଧଡି l ଲୁଗାର ଧାରରୁ ଓହଳିଥିବା ସୂତା l

ଦଶିଆ

ମୋଟା ସୂତାରେ ବୁଣାଲୁଗା l ଏଥିରେ ଭଣ୍ଡାରି ଉଖୁଡାହାଣ୍ଡି ବାନ୍ଧି ପିଠିରେ ପକାଇ ନିଏ, ଅନ୍ୟାନ୍ୟ ଜିନିଷ ବନ୍ଧା ହୋଇ ପିଠିରେ ପକାଇ ବୁହାଯାଏ l

ଦଶୀ

୧. ବଳିତା ପଡିଥିବା ଦୀପ l ୨. କବାଟର ଚଉକାଠରେ କବଜା ଲଗା ବୁଲିବା କୋଣ l ୩. କବାଟର ମୂଳପାଖ କଣରେ, ଭରାଣ୍ଡିରେ ବୁଲିବା ପାଇଁ ଲାଗିଥିବା କାଠ ଖଣ୍ଡ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App